ଭାରତ ଏବଂ ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ୩ଟି ODI ମ୍ୟାଚରେ ଭାରତୀୟ ଦଳ ୩-୦ ରେ ଜିତିଯାଇଛି ସିରିଜ। ଶୁଭମନ ଗିଲ ୩ୟ ODI ରେ ଖେଳିଛନ୍ତି ଆକର୍ଷଣୀୟ ପାରି। ଗିଲ ୯୭ ବଲରେ ୧୩୦ ରନ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୧୫ ଟି ଚୌକା ଓ ଗୋଟିଏ ଛକା।

ଟିମ ଇଣ୍ଡିଆ ଆଗ ବ୍ୟାଟିଂ କରି ୨୮୯ ରନ କରିଥିଲା। ଜବାବରେ ଜିମ୍ବାୱେ ଟିମ ୨୭୬ ରନରେ ଅଲଆଉଟ ହୋଇଯାଇଥିଲା। ତେବେ ଜିମ୍ବାୱେ ଟିମ ଲଢ଼ୁଆ ଖେଳର ପ୍ରଦର୍ଶନ କରିଥିଲା। ଭାରତ ପକ୍ଷରୁ ଧାୱନ ୬୮ ବଲରେ ୪୦ କରିଥିଲେ, ରାହୁଲ ୪୬ ବଲରେ ୩୦ କରିଥିଲେ।
ଇଶାନ କିଷାନ କରିଥିଲେ ଜବରଦସ୍ତ ବ୍ୟାଟିଂ। ସେ ୬୧ ବଲରେ ୫୦ କରିଥିଲେ। ତାଙ୍କରି ଏହି ପାରିରେ ସାମିଲ ଥିଲା ୬ଟି ଚୌକା।

ତେବେ ଜିମ୍ବାୱେ ସିକନ୍ଦର ରାଜା ୯୫ ବଲରେ ୧୧୫ ରନ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୯ଟି ଚୌକା ଓ ୩ଟି ଛକା। ସିନ ୱିଲିମସ ୪୬ ବଲରେ ୪୫ କରିଥିଲେ।
ଟିମ ଇଣ୍ଡିଆ ପକ୍ଷରୁ ଦୀପକ ଚାହର ୧୦ ଓଭରରେ ୭୫ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କ ଛଡା ଆଭେସ ଖାନ ୩ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ଏବଂ ଅକ୍ସର ପଟେଲ ୨-୨ ଟି ୱିକେଟ ନେଇଥିଲେ,ସାରଦୁଲ ଠାକୁର ଗୋଟିଏ ୱିକେଟ ନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।