ହାର୍ଦିକ ପାଣ୍ଡ୍ୟାଙ୍କ କ୍ୟାପଟେନସିରେ ସୁନ୍ଦର ଆରମ୍ଭ କରିଛି ଟିମ ଇଣ୍ଡିଆ। ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ ରେ ଆଗୁଆ ହୋଇଯାଇଛି ଭାରତୀୟ ଦଳ। ୭ ୱିକେଟରେ ହରାଇଛି ଆୟରଲ୍ୟାଣ୍ଡକୁ। ହେରି ଟେକର ନଟ ଆଉଟ ୬୪ ରନ କରିବା ବଳରେ ଆଗ ବ୍ୟାଟିଂ କରି ଆୟରଲ୍ୟାଣ୍ଡ ୪ ୱିକେଟ ହରାଇ ୧୦୮ ରନ କରିଥିଲା। ମ୍ୟାଚ ୧୨-୧୨ ଓଭରର ହୋଇଥିଲା। ଭାରତ ୯.୨ ଓଭରରେ ୩ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ରହିଥିଲା।

ପାଣ୍ଡ୍ୟା ଭାରତୀୟ ଟିମ ପାଇଁ ପ୍ରଥମ ଥର କ୍ୟାପଟେନସି କରୁଥିଲେ। ସେ ୧୨ ବଲରେ ୨୪ କରିଥିଲେ। ସେ ଗୋଟିଏ ୱିକେଟ ବି ଅକ୍ତିଆର କରିଥିଲେ। ୨୮ ଜୁନକୁ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବାର ଅଛି।
୧୧ ବଲରେ ୨୬ ବନାଇ ଆଉଟ ହୋଇଥିଲେ ଇଶାନ କିଷାନ। ପ୍ରଥମ ୪ ଓଭରରେ ଦଳର ସ୍କୋର ୨ ୱିକେଟରେ ୪୫ ରନ ଥିଲା। ଦୀପକ ହୁଡ୍ଡା ଏବଂ ଇଶାନ କିଷାନ ଓପନ କରିଥିଲେ।
ସୂର୍ଯ୍ୟ କୁମାର ଯାଦବ ବିନା ରନ କରି ଆଉଟ ହୋଇଯାଇଥିଲେ। ଦିନେସ କାର୍ତ୍ତିକ ୪ ବଲରେ ୫ କରି ନଟ ଆଉଟ ଥିଲେ। ୟୁଜବେନ୍ଦ୍ର ଚାହଲ ୩ ଓଭରରେ ୧୧ରନ ଦେଇ ୧ଟି ୱିକେଟ ନେଇଥିଲେ। ଭୁବନେଶ୍ୱର, ହାର୍ଦିକ ପାଣ୍ଡ୍ୟା ଓ ଆଭେସ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
Hardik Pandya is all set to become the ninth captain to lead Team India in T20Is.#Cricket #CricTracker #HardikPandya #Captain #IREvIND #IndianCricket pic.twitter.com/Bn9zP4tm8s
— CricTracker (@Cricketracker) June 26, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।