ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ୱେଷ୍ଟଇଣ୍ଡିଜକୁ ତୃତୀୟ ଟି-୨୦ରେ ୭ ୱିକେଟରେ ହରାଇ ୫ ଟି ମ୍ୟାଚ ବିସିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଙ୍ଗ କରି ୧୬୪ ରନ କରିଥିଲା। ଏହି ଲକ୍ଷ୍ୟକୁ ଭାରତ ଗୋଟେ ଓଭର ଥାଇ ୩ ୱିକେଟ ହରାଇ ହାସଲ କରିନେଇଛି।

ସୂର୍ଯ୍ୟ କୁମାର ଯାଦବ ଏହି ବିଜୟରେ ପ୍ରମୁଖ ଯୋଗଦାନ ଦେଇଥିଲେ। ସେ ଅଧିନାୟକ ରୋହିତଙ୍କ ସହ ଓପନିଙ୍ଗ କରି ୪୪ ବଲରେ ୮ ଟି ଚୌକା ଓ ୪ ଟି ଛକା ଦ୍ଵାରା ୭୬ ରନ କରିଥିଲେ। ୧୯ ରନର ରୋହିତ ରିଟାର୍ଡ ହଟ ହେବା ପରେ ସୂର୍ଯ୍ୟ କୁମାର ଶ୍ରେୟସ ଅୟରଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୮୬ ରନ ଯୋଡିଥିଲେ।
ସୂର୍ଯ୍ୟ କୁମାର ଯାଦବ ଟି-୨୦ ଇଣ୍ଟରନେସନାଲରେ ନିଜର ୫ମ ଅର୍ଦ୍ଧଶତକ ଲଗାଇଲେ। ପୂର୍ଵ ମ୍ୟାଚରେ ୧୧ ରନ କରିଥିବା ସୂର୍ଯ୍ୟକୁମାର ଏହି ମ୍ୟାଚରେ ୧୭୨ ରୁ ଅଧିକ ଷ୍ଟାଇକରେଟରେ ବ୍ୟାଟିଙ୍ଗ କରିଥିଲେ। ସେ ଦ୍ୱିତୀୟ ୱିକେଟ ଭାବେ ଆଉଟ ହେବା ବେଳେ ଟିମର ସ୍କୋର ୧୩୫ ହୋଇଯାଇଥିଲା।
Arshdeep Singh is currently passing every exam Rohit is asking him to appear for. Bowled over no 6 and then three on the trot at the death. 1-33 from 4 overs is excellent when you are bowling all the difficult overs
— Harsha Bhogle (@bhogleharsha) August 2, 2022
ବୋଲର ଭୁବନେଶ୍ୱର କୁମାର ଭଲ ବୋଲିଙ୍ଗ କରି ୨ ଟି ୱିକେଟ ନେଇଥିଲେ,ସେ ୪ ଓଭରରେ ୩୫ ରନ ମଧ୍ୟ ଦେଇଥିଲେ। ଆଭେଶ ଖାନ ୩ ଓଭରରେ ୪୭ ରନ ଦେଇ କୌଣସି ୱିକେଟ ନେଇପାରିନଥିଲେ। ଦୀପକ ହୁଡ୍ଡା ଗୋଟେ ଓଭରରେ ଏକ ରନ ଦେଇଥିଲେ।
ୱିକେଟ କିପର ରିଷଭ ପନ୍ତ ଶେଷ ପର୍ଯ୍ୟନ୍ତ ଖେଳି ଟିମକୁ ବିଜୟ ଦେଇଥିଲେ। ସେ ୨୬ ବଲରେ ୩ ଟି ଚୌକା ଓ ୧ ଟି ଛକା ଦ୍ଵାରା ୩୩ ରନ କରିଥିଲେ। ପନ୍ତ ଓବେଡ଼ ମକାୟଙ୍କ ୧୯ ତମ ଓଭରର ଶେଷ ବଲରେ ବିଜୟ ଚୌକା ଲଗାଇଥିଲେ।
Picture looks very clear now!
India are considering Arshdeep Singh in T20 as specialist probably because T20 WC is near!
He'll definitely play Asia Cup along with Bumrah & Bhuvi!
Post T20 WC we might get to see more of Arshdeep Singh in ODIs
???#ZIMvIND#T20WorldCup pic.twitter.com/YlAhY5zCsx
— Nilesh G (@oye_nilesh) July 30, 2022
ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ସୁନ୍ଦର ବୋଲିଙ୍ଗ କରି ୪ ଓଭରରେ ମାତ୍ର ୧୯ ରନ ଦେଇଥିଲେ ଓ ଓପନର ବ୍ରେଣ୍ଡନ କିଙ୍ଗଙ୍କୁ ଆଉଟ କରିଥିଲେ। ବ୍ୟାଟିଙ୍ଗରେ କିନ୍ତୁ ପାଣ୍ଡ୍ୟା ୪ ରନ କରିଥିଲେ। ଅର୍ସଦୀପ ସିଂ ୩୩ ରନ ଦେଇ ଗୋଟେ ୱିକେଟ ନେଇଥିଲେ ଓ ଆର ଅଶ୍ୱିନୀ ୨୬ ରନ ଦେଇ କୌଣସି ୱିକେଟ ନେଇପାରିନଥିଲେ।
ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ପାଇଁ କାଇଲ ମେୟର୍ସ ସୁନ୍ଦର ବ୍ୟାଟିଙ୍ଗ କରିଥିଲେ। ସେ ୫୦ ବଲରେ ୭୩ ରନ କରିଥିଲେ ଯେଉଁଥିରେ ୮ ଟି ଚୌକା ଓ ୪ ଟି ଛକା ସାମିଲ ଥିଲା। ୱେଷ୍ଟଇଣ୍ଡିଜ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ କରିଥିଲା କିନ୍ତୁ ଲକ୍ଷ୍ୟକୁ ବଞ୍ଚାଇପାରିନଥିଲା। ସିରିଜର ଚତ୍ରୁର୍ଥ ମ୍ୟାଚ ଫ୍ଲୋରିଡାରେ ୬ ଅଗଷ୍ଟକୁ ଖେଳାଯିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।