IND VS NZ: ଦ୍ୱିତୀୟ ବିଜୟ ସହ ସିରିଜ ଉପରେ କବ୍ଜା କଲା ଟିମ ଇଣ୍ଡିଆ, ଡେବ୍ୟୁ କରିଥିବା ଏହି ବୋଲରଙ୍କ ଚମତ୍କାର ପ୍ରଦର୍ଶନ

ପ୍ରଥମ ମ୍ୟାଚ ଭାରତ ବିଜୟ ଲାଭ କରିବା ପରେ ଏବେ ଦ୍ୱିତୀୟ ମ୍ୟାଚ ଜିତି ସିରିଜକୁ ନିଜ ନାମରେ କରିଦେଇଛି ଟିମ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ ନ୍ୟୁଜିଲାଣ୍ଡ ଦଳ ୬ ୱିକେଟ ହରାଇ ୧୫୩ ରନ କରିଥିଲା ଜବାବରେ ଟିମ ଇଣ୍ଡିଆ ୧୭.୨ ଓଭରରେ ଜିତି ଯାଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗପଟିଲ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୧୫ ବଲରେ ୩୧ କରିଥିଲେ। ତାଙ୍କର ଏହି ପାରିରେ ସେ ୨ଟି ଛକା ଏବଂ ୩ଟି ଚୌକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୨୦୬.୬୭ ଥିଲା। ତାଙ୍କ ଛଡା ମିସେଲ ୩୧ କରିଥିବା ବେଳେ ଚାପମାନ ୨୧ କରିଥିଲେ। ଗ୍ଲେନ ପିଲିପ୍ସ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୨୧ ବଲରେ ୩୪ ବନାଇଥିଲେ। ତାଙ୍କର ଏହି ପାରିରେ ୧ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା।

ଭାରତ ପକ୍ଷରୁ ଡେବ୍ୟୁ କରିଥିବା ହର୍ଷଲ ପଟେଲ ସୁନ୍ଦର ବୋଲିଂ କରିଥିଲେ। ସେ ୪ ଓଭରରେ ୨୫ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ତାଙ୍କ ଛଡା ଭୁବନେଶ୍ୱର କୁମାର, ଦୀପକ ଚାହାର, ଅକ୍ସର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଭାରତ ପକ୍ଷରୁ ଦୁଇ ଓପ୍ନର ସୁନ୍ଦର ବ୍ୟାଟିଂ କରିଥିଲେ। ରୋହିତ ଶର୍ମା ୩୬ ବଲରେ ୫୫ କରିଥିଲେ। ତାଙ୍କର ଏହି ପାରିରେ ୫ଟି ଛକା ଏବଂ ୧ଟି ଚୌକା ସାମିଲ ଥିଲା। କେ ଏଲ ରାହୁଲ ବି ସୁନ୍ଦର ପାରି ଖେଳିଥିଲେ। ସେ ୪୯ ବଲରେ ୬୫ ବନାଇଥିଲେ। ତାଙ୍କର ଏହି ପାରିରେ ୨ ଟି ଛକା ଏବଂ ୬ ଟି ଚୌକା ସାମିଲ ଥିଲା। ଭେଙ୍କଟେସ ଆୟର ୧୨ ଏବଂ ଋଷଭ ପନ୍ତ ୧୨ କରି ନଟ ଆଉଟ ଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥି ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଆଉ କେହି ବୋଲର ୱିକେଟ ନେଇପାରିନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *