ଏସିଆ କପରେ ଭାରତର ଦ୍ଵିତୀୟ ମୁକାବିଲା ହକଂକଂଙ୍ଗ ସହିତ ରହିଥିଲା। ଏହା ଦୁବାଇର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଇଥିଲା। ଏହି ମ୍ୟାଚକୁ ଭାରତ ୪୦ ରନରେ ଜିତି ନେଇଛି। ପ୍ରଥମେ ଟସ ଜିତି ହକଂକଂଙ୍ଗ ଅଧିନାୟକ ନିଯାକତ ଖାଁ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଏବଂ କେ ଏଲ ରାହୁଲ ଓପନିଙ୍ଗ କରିଥିଲେ। ଉଭୟ ରୋହିତ ଶର୍ମା ଏବଂ କେ ଏଲ ରାହୁଲ ଭଲ ଆରମ୍ଭ କରିଥିଲେ ମଧ୍ୟ ଦଳୀୟ ସ୍କୋର ୩୮ ରନ ସମୟରେ ରୋହିତ ୨୧ ରନ ସ୍କୋର କରି ଆଉଟ ହୋଇ ଯାଇଥିଲେ। ଏହାପରେ ବିରାଟ କୋହଲି ଏବଂ ରାହୁଲ ସ୍କୋର ଆଗକୁ ନେଇଥିଲେ। ଉଭୟ ଦ୍ଵିତୀୟ ଉଇକେଟରେ ୫୬ ରନ ଯୋଗ କରିବା ପରେ ରାହୁଲ ୩୬ ରନ କରି ଆଉଟ ହୋଇ ଯାଇଥିଲେ। ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ ଏବଂ ବିରାଟ କୋହଲିଙ୍କ ଦ୍ଵାରା ଜବରଦସ୍ତ ଖେଳ ଦେଖିବାକୁ ମିଳିଥିଲା।
For his excellent knock of 68* off 26 deliveries, @surya_14kumar is our Player of the Match as #TeamIndia win by 40 runs.
Scorecard – https://t.co/k9H9a0e758 #INDvHK #AsiaCup2022 pic.twitter.com/uoLtmw2QQF
— BCCI (@BCCI) August 31, 2022
ବିରାଟ କୋହଲି ଗୋଟିଏ ଚୌକା ଏବଂ ୩ ଟି ଛକା ସହିତ ୪୪ ବଲରେ ୫୯ ରନ ସଂଗ୍ରହ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୬ ଟି ଚୌକା ଏବଂ ୬ ଟି ଛକା ସହିତ ୨୬ ବଲରେ ୬୮ ରନ ସଂଗ୍ରହ କରିଥିଲେ। ନିର୍ଧାରିତ ୨୦ ଓଭରରେ ଭାରତୀୟ ଦଳ ଦୁଇଟି ୱିକେଟ ହରାଇ ୧୯୨ କରିଥିଲା ଏବଂ ହକଂକଂଙ୍ଗ ପାଇଁ ୧୯୩ ରନର ଟାର୍ଗେଟ ରହିଥିଲା। ହକଂକଂଙ୍ଗ ପକ୍ଷରୁ ବୋଲର ଆୟୁଷ ଶୁକ୍ଳା ଏବଂ ମହମ୍ମଦ ଘଜନଫାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଏହାର ଜବାବରେ ହକଂକଂଙ୍ଗ ଦଳର ତଥା ଅଧିନାୟକ ଓପନର ନିଜାକତ ଖାଁ ଏବଂ ୱାସିମ ମୂର୍ତ୍ତଜା ବହୁତ ଜଲଦି ଆଉଟ ହୋଇଯାଇଥିଲେ। ଦଳ ପାୱାର ପ୍ଲେରେ ୬ ଓଭରରେ ମାତ୍ର ୫୧ ରନ କରି ଦୁଇଟି ୱିକେଟ ହରାଇ ସାରିଥିଲା। ଏହାପରେ ବାବର ହୟାତ୍ ୩୫ ବଲରେ ୪୧ ରନ ଏବଂ କିଞ୍ଚିତ ଶାହା ୨୮ ବଲରେ ୩୦ ରନ କରି ଦଳକୁ ଆଗରେ ନେଇ ପହଂଚାଇଥିଲେ। ଏହାପରେ ଲଗାତାର ୱିକେଟର ପତନ ହୋଇ ଚାଲିଥିଲା। ଦଳୀୟ ସ୍କୋର ୭୪ ରନ ଥିବା ବେଳେ ବାବର ହୟାତ ଆଉଟ ହୋଇଥିଲେ। ଏହାପରେ ଆଜିଜ ଖାଁ ଏବଂ କିଞ୍ଚିତ ଶାହାଙ୍କ ଉଭୟ ୱିକେଟର ପତନ ମଧ୍ୟ ଘଟିଥିଲା।

ଅନ୍ତିମ ସମୟରେ ଜିସନ ଅଲ୍ଲୀଙ୍କ ୨୬ ରନ ଏବଂ ସ୍କଟଙ୍କ ୧୬ ରନ ଦଳକୁ ନିର୍ଧାରିତ ୨୦ ଓଭରରେ ୧୫୨ ରନରେ ପହଂଚାଇଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା , ଅର୍ସଦୀପ ସିଂ ଏବଂ ଅଭେସ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ସୂର୍ଯ୍ୟକୁମାର ୟାଦବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।