ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମର ଉନ୍ନତ ପ୍ରଦର୍ଶନ ଜାରି ଅଛି। ଟିମ ଲଗାତାର ଦ୍ୱିତୀୟ ଥର ୱେଷ୍ଟଇଣ୍ଡିଜକୁ ଦ୍ୱିତୀୟ ମ୍ୟାଚରେ ହରେଇ ସାରିଛି। ଦ୍ୱିତୀୟ ଟି-୨୦ ରେ ଭାରତ ଜିତି ଯାଇଛି। ଏହା ସହ ହିଁ ଭାରତ ୨-୦ର ଅଜେୟ ବୃଦ୍ଧି ଲାଭ କରିଛି। ଭାରତ ପ୍ରଥମେ ଖେଳି ୫ ୱିକେଟରେ ୧୮୬ ରନ କରିଥିଲା। ବିରାଟ କୋହଲି ଏବଂ ଋଷଭ ପନ୍ତ ଅର୍ଦ୍ଧଶତକ ବନେଇଲେ। ଏହାର ଜବାବରେ ୱେଷ୍ଟ ଇଣ୍ଡିଜ ୩ ୱିକେଟ ହରେଇ ୧୭୮ ରନ ହିଁ କରିପାରିଲା। ଭାରତୀୟ ଟିମ ଲଗାତାର ଦଶମ ସିରିଜ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଜିତି ସାରିଛି ଏବଂ ଏହା ଭିତରେ ୨ ଟେଷ୍ଟ ସିରିଜ ୪ଟି ଏକଦିବସୀୟ ସିରିଜ ଏବଂ ୪ଟି ଟି-୨୦ ସିରିଜ ସାମିଲ ଅଛି। ମ୍ୟାଚ ବିଷୟରେ ଆଲୋକପାତ କରିବା ତ ରୋହିତ ଏବଂ ଇଶାନ ଓପନ କରିଥିଲେ। ଇଶାନ ଆଉଟ ହେବା ପରେ ରୋହିତ ଏବଂ ବିରାଟ ସୁନ୍ଦର ପାର୍ଟନରସିପ କରି ଦଳକୁ ମଝଭୁତ ସ୍ଥିତିକୁ ନେଇଥିଲେ।

ୱେଷ୍ଟଇଣ୍ଡିଜର ଅଧିନାୟକ କାଇରନ ପୋଲାର୍ଡ଼ ପ୍ରଥମେ ଟସ ଜିତି ବୋଲିଂର ଫଇସଲା କଲେ ଏବଂ ଭାରତର ଆରମ୍ଭ ଭଲ ରହିଲା ନାହିଁ। ଭାରତ ନିଜର ଦୁଇଜଣ ଓପନିଙ୍ଗ ବ୍ୟାଟ୍ସମ୍ୟାନଙ୍କୁ କମ ସ୍କୋରରେ ହିଁ ହରେଇ ଦେଇଥିଲେ। ଇଶାନ କିସାନ ୨ରନ କରି ଆଉଟ ହୋଇଯାଇଥିଲେ। ତାହାପରେ ବିରାଟ କୋହଲିଙ୍କ ସହ ମିଶି ଅଧିନାୟକ ରୋହିତ ଶର୍ମା ୪୯ ରନର ପାର୍ଟନରସିପ କଲେ ଏବଂ ବିରାଟ କୋହଲି ତାଙ୍କ ପୁରାତନ ରଙ୍ଗରେ ଦେଖାଗଲେ ଆଉ ସେ ୪୧ ବଲ ଖେଳି ୭ଟି ଚୌକା ଆଉ ୧ଟି ଛକା ସହ ୫୨ ରନ କଲେ।
That's that from 2nd T20I. A nail biting finish as #TeamIndia win by 8 runs to take an unassailable 2-0 lead in the series.@Paytm #INDvWI pic.twitter.com/blSuQYQvlv
— BCCI (@BCCI) February 18, 2022
ଏହା ତାଙ୍କ କ୍ୟାରିଅରର ୩୦ତମ ଅର୍ଦ୍ଧଶତକ ଅଟେ। କୋହଲିଙ୍କ ଉପରକୁ କେତେକ ଆଲୋଚକ ମାନେ ପ୍ରଶ୍ନ ଉଠାଉଥିଲେ ହେଲେ ସେ ଏହି ଅର୍ଦ୍ଧଶତକ ଲଗାଇ ତାଙ୍କ ମୁଁହ ବନ୍ଦ କରିଦେଇଛନ୍ତି। ଦଳକୁ ଦରକାର ସମୟରେ ସୁନ୍ଦର ଭାବେ ଖେଳି ମଝଭୁତ ପ୍ରଦର୍ଶନ କରିଥିଲେ।

ଋଷଭ ପନ୍ତ ବିସ୍ଫୋଟକ ବ୍ୟାଟିଂ କରି ୨୮ ବଲରେ ହିଁ ୫୧ରନ କଲେ ଯାହା ଭିତରେ ୭ଟି ଚୌକା ଏବଂ ଗୋଟେ ଛକା ସାମିଲ ଥିଲା। ଭେଙ୍କଟେସ ଆୟର ଆଜି ଫିନିସର ଭୂମିକା ଅର୍ଜନ କରି ମାତ୍ର ୧୮ଟି ବଲରେ ୩୩ରନ କଲେ। ତାଙ୍କ ତରଫରୁ ଚେଜ ୪ ଓଭରରେ ୨୫ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।