ବ୍ୟୁରୋ ରିପୋର୍ଟ: ଦେଶ ସ୍ବାଧୀନତାର ୭୫ ତମ ବର୍ଷ ପାଳନ କରୁଛି। ଏହା ନିମନ୍ତେ କେତେକ କାର୍ଯ୍ୟକ୍ରମ ନିଆଯାଇଛି। ତେବେ ସରକାର BCCI କୁ କ୍ରିକେଟ ମ୍ୟାଚ କରାଇବାର ପ୍ରସ୍ତାବ ଦେଇଛି। ତେବେ ଏହା ନିମନ୍ତେ ଆସୁଥିବା ୨୨ ଅଗଷ୍ଟ ତାରିଖରେ ଖେଳାଯିବ ଭାରତ ଏବଂ ବିଶ୍ୱ ଏକାଦଶ ମଧ୍ୟରେ ଟି-୨୦ ମ୍ୟାଚ।

ଏକ ରିପୋର୍ଟରୁ ଜଣା ଯାଇଛି କି ଭାରତ ସରକାର BCCI କୁ ଏକ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ଏକ ବଡ଼ ମ୍ୟାଚ ଆୟୋଜନ କରିବା ନିମନ୍ତେ କୁହା ଯାଉଥିଲା। ସଂସ୍କୃତି ମନ୍ତ୍ରାଳୟ ଏହାକୁ BCCI ପାଖକୁ ପଠାଇଥିଲେ।
ବିଶ୍ୱ ଏକାଦଶ ନିମନ୍ତେ ଅତି କମରେ ୧୩ ରୁ ୧୪ ପ୍ଲେୟର୍ସଙ୍କ ଆବଶ୍ୟକତା ରହିଛି । ତେବେ ସେମାନଙ୍କ ଉପଲବ୍ଧିକୁ ନେଇ ତଥ୍ୟ ହାସଲ କରିବାକୁ ହେବ।

ଖେଳିପାରନ୍ତି ବିରାଟ ଓ ରୋହିତ:
ଏହି ମୁକାବିଲା ରୋମାଂଚକର ହୋଇପାରେ। ଅଗଷ୍ଟ ୨୦ ସୁଦ୍ଧା ଭାରତର ଜିମ୍ବାୱେ ଗ୍ରସ୍ତ ହୋଇଯିବ ଶେଷ। ଦଳ ଭିଭିଏସ ଲକ୍ଷ୍ମଣଙ୍କ କୋଚିଂରେ ଟିମ ପଠାଇପାରେ। ଅଗଷ୍ଟ ୨୨ ରେ ବିରାଟ, ରୋହିତ, ବୁମରା ଓ ରାହୁଲ ଉପସ୍ଥିତ ରହିବେ ବୋଲି ଅନୁମାନ।
ଖେଳିବେ କି ପାକିସ୍ତାନ ଖେଳାଳି?:
ଏହି ମ୍ୟାଚରେ କାରିବୀୟାନ ଖେଳାଳି ଅଂଶ ଗ୍ରହଣ କରିପାରନ୍ତି। ପାକିସ୍ତାନର ଖେଳାଳିଙ୍କୁ ନେଇ BCCI ସ୍ପଷ୍ଟ କରିନି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।