T-20 ବିଶ୍ୱକପ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଦଳ! ଦଳରେ ବଡ଼ ବଡ଼ ମ୍ୟାଚ ୱିନର ସାମିଲ, ଦେଖନ୍ତୁ ସ୍କ୍ବାର୍ଡ

ସିଙ୍ଗାପୁରରେ ଜନ୍ମିତ ଜବରଦସ୍ତ ବ୍ୟାଟ୍ସମ୍ୟାନ୍ ଟିମ ଡେଭିଡ ଅଷ୍ଟ୍ରେଲିଆ ଦଳ ତରଫରୁ ବିଶ୍ୱକପରେ ସ୍ଥାନ ପାଇଛନ୍ତି। ଡେଭିଡ ୱାରନରଙ୍କୁ ଭାରତୀୟ ଦଳ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚରୁ ବିଶ୍ରାମ ଦିଆ ଯାଇଛି। ଗୁରୁବାର ଦିନ ଅଷ୍ଟ୍ରେଲିଆ ନିଜର ବିଶ୍ୱକପ ସ୍କ୍ୱାର୍ଡ ଏବଂ ଭାରତ ଗସ୍ତରେ ଯିବାକୁ ଥିବା ସ୍କ୍ୱାର୍ଡ ଘୋଷଣା କରିଛି।

Google

ବହୁତ ବଡ଼ ବଡ଼ ସର୍ଟ ଖେଳୁଥିବା ଟିମ ଡେଭିଡ ୨୦୧୯ ଏବଂ ୨୦୨୦ ମସିହାରେ ସିଙ୍ଗାପୁର ପକ୍ଷରୁ ୧୪ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ସାରିଛନ୍ତି। ସେ ଏଥିରେ ୪୬.୫ ଔସତରେ ବ୍ୟାଟିଂ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନିୟମ ଅନୁସାରେ ସେ ଅନ୍ୟ ଦଳ ତରଫରୁ ସଙ୍ଗେ ସଙ୍ଗେ ଖେଳି ପାରିବେ। ଟିମ ଡେଭିଡ ଛୋଟ ଫର୍ମାଟରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରି ସାରିଛନ୍ତି। ସେ ବିଶ୍ୱର ଅନେକ ଟି-ଟ୍ୱେଣ୍ଟି ଲିଗ ମଧ୍ୟ ଖେଳୁଛନ୍ତି।

ଟିମ ଡେଭିଡଙ୍କ ମାତା ପିତା ଅଷ୍ଟ୍ରେଲିଆନ ଅଟନ୍ତି। କିନ୍ତୁ ଡେଭିଡଙ୍କ ଜନ୍ମ ସିଙ୍ଗାପୁରରେ ହୋଇଥିଲା। ସେ ସେହି ସମୟରେ ପର୍ଥରେ ରହୁଥିଲେ। ଏହି ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଆଇପିଏଲରେ ୮.୨୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା। ଅଷ୍ଟ୍ରେଲିଆ ଚୟନ କମିଟିର ଅଧ୍ୟକ୍ଷ ଜର୍ଜ ବେଲି କହିଛନ୍ତି ଯେ, ଟିମ ଡେଭିଡ ବିଶ୍ୱର ସମସ୍ତ କ୍ରିକେଟ ଲିଗ ଖେଳି ସେଥିରେ ଶ୍ରେଷ୍ଠ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି।

ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳ ଏହି ମାସ ଶେଷ ବେଳକୁ ଭାରତ ଗସ୍ତ କରିବ ଯେଉଁଥିରେ ସେପ୍ଟେମ୍ବର ୨୦ ତାରିଖରୁ ୩ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳା ଯିବ। ଏହି ସିରିଜରେ ଓପନର ଡେଭିଡ ୱାରନରଙ୍କୁ ବିଶ୍ରାମ ଦିଆ ଯାଇଛି। ତାଙ୍କ ସ୍ଥାନରେ କ୍ୟାମେରନ ଗ୍ରୀନଙ୍କୁ ଦଳରେ ସ୍ଥାନ ମିଳିଛି। ବେଲି କହିଛନ୍ତି ଯେ, ପାଖାପାଖି ଏହି ଦଳ ପୂର୍ବ ବର୍ଷ ବିଶ୍ୱକପ ଜିତିଥିଲା। ଏହି ଦଳ ବର୍ତ୍ତମାନ ନିଜ ଘରୋଇ ପିଚରେ ଟୁର୍ଣ୍ଣାମେଂଟ ଖେଳିବା ନେଇ ଉତ୍ସାହିତ ଅଛନ୍ତି। ପୂର୍ବ ବର୍ଷ ବିଶ୍ୱକପ ଜିତି ଥିବା ଦଳରେ କେବଳ ଗୋଟିଏ ମାତ୍ର ପରିବର୍ତ୍ତନ କରାଯାଇଛି। ଏହି ଦଳରେ ମିଚେଲ ସ୍ୱିପସନଙ୍କ ପରିବର୍ତ୍ତେ ଟିମ ଡେଭିଡଙ୍କୁ ଦଳରେ ସାମିଲ କରାଯାଇଛି।

 

ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ବିଶ୍ୱକପ ଦଳ:- ଆରୋନ ଫିଞ୍ଚ (ଅଧିନାୟକ), ପ୍ୟାଟ କମିନ୍ସ(ଉପ ଅଧିନାୟକ), ଆଷ୍ଟନ ଅଗର, ଜୋସ ହଜେଲଉଡ଼, ଟିମ ଡେଭିଡ, ଜୋସ ଇଂଲିଶ, ମିଚେଲ ମାର୍ସ, କେଂ ରିଚାଡ଼ସନ, ଗ୍ଲେନ ମ୍ୟାକ୍ସୱେଲ, ସ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମ୍ୟାଥୁ ୱାଦେ, ଡେଭିଡ ୱାରନର, ଆଡାମ ଜାମ୍ପା।

Leave a Reply

Your email address will not be published. Required fields are marked *