IND vs ENG: ରୋମାଞ୍ଚକ ମୋଡ଼ରେ ଶେଷ ଟେଷ୍ଟ! କିଏ ଜିତିବ? କଣ ଭାରତୀୟ ବୋଲର କରିବେ କମାଲ!

IND vs ENG ମଧ୍ୟରେ ଶେଷ ଟେଷ୍ଟ ଏଜବେଷ୍ଟନରେ ହେଉଛି। ଭାରତ ପ୍ରଥମ ପାରିରେ ଆଗ ବ୍ୟାଟିଂ କରି ୪୧୬ ରନ କରିଥିଲା। ଭାରତ ପକ୍ଷରୁ ପନ୍ତ ଏବଂ ଜାଡେଜା ପ୍ରଥମ ପାରିରେ ଲଗାଇଥିଲେ ଶତକ। ପନ୍ତ ୧୧୧ ବଲରେ ୧୪୬ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୨୦ଟି ଚୌକା ଓ ୪ଟି ଛକା। ଜାଡେଜା ୧୯୪ ବଲରେ ୧୦୪ କରିଥିଲେ।ତାଙ୍କର ଏହି ପାରିରେ ସାମିଲ ଥିଲା ୧୩ଟି ଚୌକା।

Google

ଜବାବରେ ଇଂଲଣ୍ଡ ୨୮୪ ରନ କରିଥିଲା ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ୧୪୦ ବଲରେ ୧୦୬ କରିଥିଲେ। ବିଲିଙ୍ଗସ ୩୬ କରିଥିଲେ।

ଭାରତ ଦ୍ୱିତୀୟ ପାରିରେ ୨୪୫ କରିଥିଲା। ଭାରତ ପକ୍ଷରୁ ପୂଜାରା ୬୬ ଏବଂ ଋଷଭ ପନ୍ତ ୫୭ ରନ କରିଥିଲେ। ତେବେ ଇଂଲଣ୍ଡ ଦ୍ୱିତୀୟ ପାରିରେ ୨୫୯ ରନରେ ୩ଟି ୱିକେଟ ଯାଇଛି। ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋ ୮୭ ବଲରେ ୭୨ କରି ନଟ ଆଉଟ ଅଛନ୍ତି। ଜୋ ରୁଟ ୧୧୨ ବଲରେ ୭୬ ରନ କରିଛନ୍ତି। ବେୟାରଷ୍ଟୋ ଏବେ ଯାଏ ୮ଟି ଚୌକା ଓ ଗୋଟିଏ ଛକା ଲଗାଇଥିବା ବେଳେ ରୁଟ ୯ଟି ଚୌକା ଲଗାଇଛନ୍ତି।

Google

ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ଲକ୍ଷ୍ୟ ହାସଲ କରିବା ପୂର୍ବରୁ ଅଲଆଉଟ କରିବାକୁ ହେବ। ଭାରତ ପକ୍ଷରୁ ବୁମରା ୨ଟି ୱିକେଟ ଏବେ ଯାଏ ନେଇଛନ୍ତି। ତେବେ ଭାରତୀୟ ବୋଲର ଇଂଲଣ୍ଡର ଫାଷ୍ଟ ପାରିରେ ସୁନ୍ଦର ବୋଲିଂ କରିଥିଲେ ତେବେ ସେମିତି କିଛି ପ୍ରଦର୍ଶନ ଦ୍ୱିତୀୟ ଇଂଲଣ୍ଡର ଇନିଂସରେ କରିବାକୁ ପଡିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *