ସେଂଚୁରିଆନରେ ପ୍ରଥମ ଟେଷ୍ଟ ଜିତିବା ପରେ ଜୋହାରନବର୍ଗରେ ମଧ୍ୟ ଟିମ ଭଲ ପ୍ରଦର୍ଶନର ଆଶା ରଖିଥିଲା। ଜୋହାନବର୍ଗରେ ଟସ୍ ପୂର୍ବରୁ ଭାରତୀୟ ଟିମକୁ ବଡ଼ ଝଟକା ଲାଗିଛି। ଅଧିନାୟକ ବିରାଟ କୋହଲି ପିଠିର ଆଘାତ କାରଣରୁ ଦ୍ୱିତୀୟ ଟେଷ୍ଟ ଖେଳିପାରିଲେନି ତାଙ୍କ ଜାଗାରେ ରାହୁଲଙ୍କୁ ଅଧିନାୟକ କରାଗଲା ଓ ସେ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ ଫଇସଲା ନେଇଥିଲେ।
🏏 DAY 1 | STUMPS
The #Proteas close out Day 1 of the 2nd Betway Test on 35/1 and trail India by a further 167 runs 🇿🇦
Earlier, India posted 202 all out in their first innings#SAvIND #FreedomTestSeries #BePartOfIt pic.twitter.com/cNEzBCgFTb
— Cricket South Africa (@OfficialCSA) January 3, 2022
ବାଂଡ଼ରର୍ସର ପିଚର ଭାରତୀୟ ବ୍ୟାଟ୍ସମ୍ୟାନ ସଂଘର୍ଷ କରୁଥିବା ଦେଖାଗଲା। ଟିମ ଇଣ୍ଡିଆ ପ୍ରଥମ ପାରିରେ ମାତ୍ର ୨୦୨ରନ କରି ଅଲଆଉଟ ହୋଇଯାଇଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧ ୱିକେଟ ହରାଇ ୩୫ ରନ କରିଛି।
ଦକ୍ଷିଣ ଆଫ୍ରିକାର ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରେସର ପକାଇ ରଖିଲେ। ଆରମ୍ଭରୁ ହିଁ ଭାରତୀୟ ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଶର୍ଟବଲ ପ୍ଲାନ ଆଗରେ ଅସୁବିଧାରେ ଦେଖାଗଲେ। ଟିମ ଇଣ୍ଡିଆ ପାଇଁ କେବଳ ଅଧିନାୟକ ରାହୁଲ ଓ ଆର ଅଶ୍ୱିନୀ ଭଲ ପାରି ଖେଳିଛନ୍ତି।

ଶର୍ଟବଲରେ ଭାରତୀୟ ବ୍ୟାଟ୍ସମ୍ୟାନ ଅସଫଳ:ଭାରତର ୧୦ ୱିକେଟରୁ ୪ ଟି ୱିକେଟ ଶର୍ଟବଲରେ ଗଳିଥିଲା। ଚେତେଶ୍ୱର ପୂଜାରା ,କେଏଲ ରାହୁଲ, ଅଜିଙ୍କ୍ୟ ରାହାଣେ ଓ ଆର ଅଶ୍ୱିନୀ ସବୁ ଖେଳାଳି ଶର୍ଟ ବଲ ସାମ୍ନାରେ ସଂଘର୍ଷ କରୁଥିବା ଦେଖାଯାଇଛି। ଭାରତୀୟ ଟିମ ପ୍ରଥମ ଘଣ୍ଟେ ସମ୍ଭାଳିକି ବ୍ୟାଟିଙ୍ଗ କଲେ କିନ୍ତୁ ପରେ ୱିକେଟ ଗଳିଚାଲିଲା। ଅଧିନାୟକ ରାହୁଲ ୫୦ ରନ ଓ ଆର ଅଶ୍ୱିନୀଙ୍କ ୪୬ ରନର ପାରି ଦ୍ଵାରା ଟିମ ଇଣ୍ଡିଆ ୨୦୦ ରନ ପାର କରିପାରିଲା।
ଲଗାତର ଆଲୋଚନାର ଶିକାର ହେଉଥିବା ପୂଜାରା ଓ ରାହାଣେ ପୁଣି ଅସଫଳ ହେଲେ। ପୂଜାରା ମାତ୍ର ୩ ରନ ଓ ରାହାଣେ ଖାତା ନଖୋଲି ଓଲିବରଙ୍କ ଶିକାର ହୋଇଗଲେ।ଦକ୍ଷିଣ ଆଫ୍ରିକା ପାଇଁ ମାର୍କୋ ଜାନସେନ ୪, କଗୀସୋ ରବାଡ଼ା ଓ ଓଲିବର ୩-୩ ୱିକେଟ ନେଇଥିଲେ।

ସାମୀଙ୍କ ଲୟରେ ନିରନ୍ତରତା:କୌଣସି ବି ବୋଲରଙ୍କ ପାଇଁ ପୂର୍ଵ ଲୟ ହାସଲ କରିବା ବଡ଼ କଥା। ସେଂଚୁରିଆନରେ ଭଲ ଲୟ ପାଇଥୁବା ସାମୀ ଜୋହାନବର୍ଗରେ ମଧ୍ୟ ସୁନ୍ଦର ଲୟ ଧରିଛନ୍ତି। ସାମୀ ଦକ୍ଷିଣ ଆଫ୍ରିକାର ଓପନର ଏଡନ ମାର୍କରମଙ୍କୁ ଲଗାତର ତୃତୀୟ ପାରିରେ ଆଉଟ କରିଛନ୍ତି। ଏହା ପରେ ଡିନ ଏଲଗର ଓ କିଗଟରସନଙ୍କ ଉପରେ ଭାରତୀୟ ବୋଲର ଚାପତ ପକାଇଲେ କିନ୍ତୁ ୱିକେଟ ନେଇ ପାରିନଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଧା ଦକ୍ଷିଣ ଆଫ୍ରିକା ୧ ୱିକେଟ ହରାଇ ୩୫ ରନ କରିଥିଲା।
କାହା ନାମରେ ରହିଲା ଦିନ:ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ନିଶ୍ଚିତ ରୂପରେ ଦକ୍ଷିଣ ଆଫ୍ରିକା ନାମରେ ରହିଲା। ପ୍ରଥମ ଟେଷ୍ଟରେ ପରାଜୟ ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ସୁନ୍ଦର ପ୍ରଦର୍ଶନରୁ ଆରମ୍ଭ କରିଛି। ଏବେ ଖେଳ ବ୍ୟାଟ୍ସମ୍ୟାନଙ୍କ ହାତରେ ଯଦି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ବଡ଼ ପାରି ଖେଳିବେ ତେବେ ଭାରତ ଉପରେ ପ୍ରେସର ହୋଇପାରେ। ପିଚ ବୋଲରଙ୍କ ପାଇଁ ବହୁତ ବଢିଆ ରହିଛି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।