IND vs SA: ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ବଡ଼ ଝଟକା! ବାଦ ପଡିଲେ ଏହି ବର୍ଷ ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର

ଭାରତ ବିରୁଦ୍ଧରେ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ତିନୋଟି ମ୍ୟାଚ ଟେଷ୍ଟ ସିରିଜର କିଛି ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମକୁ ବଡ଼ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକାର ପ୍ରେସର ଏନରିକ ନୋରକିଆ ଆଘାତ କାରଣରୁ ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। ତାଙ୍କ ଆଘାତ ବିଷୟରେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ କୌଣସି ସୂଚନା ଦେଇନାହିଁ। କେବଳ ଏତିକି କହିଛିକି ତାଙ୍କ ଆଘାତ ରହିଛି।

Google

କ୍ରିକେଟ ଦକ୍ଷିଣ ଆଫ୍ରିକା ଟ୍ୱିଟ କରିଛିକି,”ଏନରିକ ନୋରକିଆ ଆଘାତ କାରଣରୁ ଭାରତ ବିରୁଦ୍ଧରେ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। ତାଙ୍କ ରିପ୍ଲେସମେଣ୍ଟରେ ଅନ୍ୟ କୌଣସି ଖେଳାଳିଙ୍କୁ ଟିମରେ ସାମିଲ କରାଯାଇନାହିଁ”।

ବୋର୍ଡ ଏକ ବୟାନ ଜାରିକରି କହିଛି ,”ଦୁଭାଗ୍ୟରେ ଏନରିକ ନୋର୍ଥୀଆ ଟେଷ୍ଟ ମ୍ୟାଚର କାମପୁର୍ଣ ବୋଲିଙ୍ଗ ପାଇଁ ପୁରା ଠିକ ହୋଇନାହଁନ୍ତି ଓ ସେ ବିଶେଷଜ୍ଞଙ୍କ ନଜରରେ ଅଛନ୍ତି ଯାହା ଦ୍ୱାରା ସେ ଜଲ୍ଦି ଯେପରି ଠିକ ହେବେ”। ତାଙ୍କ ରିପ୍ଲେସମେଣ୍ଟ ଆକାରରେ କୌଣସି ଖେଳାଳିଙ୍କୁ ଟିମରେ ସାମିଲ କରାଯାଇନାହିଁ।

ଏନରିକ ନୋର୍ଥୀଆଙ୍କ ଅନୁପସ୍ଥିତରେ ଦକ୍ଷିଣ ଆଫ୍ରିକାର ପ୍ରେସ ଆଟାକ କମଜୋର ହେବ। ଟିମ ପାଖରେ କଗୀସୋ ରବାଡ଼ା ଓ ଲୁଙ୍ଗିଗିଡି ଅଛନ୍ତି କିନ୍ତୁ ନୋରକିଆଙ୍କ ଗତି ପ୍ରାୟ ନିଶ୍ଚିତ ରୂପରେ ଭାରତୀୟ ବ୍ୟାଟ୍ସମାନଙ୍କୁ ଅସୁବିଧାରେ ପକାଇଥାନ୍ତା। ନୋରକିଆ ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟଲ୍ସ ପକ୍ଷରୁ ଖେଳି ନିଜ ଗତି ଦ୍ଵାରା ଲୋକପ୍ରିୟ ହୋଇଥିଲେ। ଦିଲ୍ଲୀ କ୍ୟାପିଟଲ୍ସ ଆଇପିଏଲ ୨୦୨୨ ପାଇଁ ତାଙ୍କୁ ରିଟେନ କରିଛନ୍ତି।

ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ଦକ୍ଷିଣ ଆଫ୍ରିକାରେ ଅତିରିକ୍ତ ଗତି ବଲଲୁ ଖେଳିବାର ଅନୁଭବ ଅଧିକ ନୁହେଁ। ତେଣୁ ଏବେ ନୋର୍ଥୀଆ ଟେଷ୍ଟ ଟିମରୁ ବାହାର ହେବା ଟିମ ଇଣ୍ଡିଆ ପାଇଁ ଏକ ଭଲ ଖବର ଅଟେ। ନୋରକିଆ ଏହି ବର୍ଷ ଟେଷ୍ଟରେ ସୁନ୍ଦର ବୋଲିଙ୍ଗ କରିଛନ୍ତି। ସେ ଏହି ବର୍ଷ ୫ ଟି ଟେଷ୍ଟ ମ୍ୟାଚରେ ୨୦.୭୬ ଔସତରେ ୨୫ ୱିକେଟ ନେଇଛନ୍ତି।ସେ ଏହି ବର୍ଷ ଟେଷ୍ଟରେ ପ୍ରତି ୩୭ ବଲରର ୱିକେଟ ନେଇଛନ୍ତି। ସେ ଏହି ବର୍ଷ ୨ ଥର ୫ ୱିକେଟ ମଧ୍ୟ ନେଇଛନ୍ତି। ୬/୫୬ ତାଙ୍କର ଏହି ବର୍ଷ ଟେଷ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *