ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ବଦଲା ନେଲା ଟିମ ଇଣ୍ଡିଆ! ନ୍ୟୁଜିଲାଣ୍ଡକୁ ହରାଇ ରଚିଲା ଇତିହାସ

ଟିମ ଇଣ୍ଡିଆର ନ୍ୟୁଜିଲାଣ୍ଡ ସହ ଚାଲିଥିବା ଟେଷ୍ଟ ମ୍ୟାଚକୁ ଭାରତ ୧-୦ ଜିତି ୱାର୍ଲଡ଼ ଟେଷ୍ଟ ଚମ୍ପିୟାନସିପରେ ନିଜର ପଏଣ୍ଟକୁ ବୃଦ୍ଧି କରିବାରେ ସଫଳ ହୋଇଛି। ଦ୍ଵିତୀୟ ଟେଷ୍ଟକୁ ଭାରତ ୩୭୨ ରନର ବିଶାଳ ସ୍କୋରରେ ଜିତି ନେଇଛି। ଏଥି ସହିତ ଭାରତ ଏହା ପୂର୍ବରୁ ପରାଜୟ ବରଣ କରିଥିବା ୱାର୍ଲଡ଼ ଚମ୍ପିୟାନସିପ ଏବଂ ଦିନିକିଆ ୱାର୍ଲଡ଼ କପର ପ୍ରତିଶୋଧ ନେଇଛି।

Google

ପ୍ରଥମ ଟେଷ୍ଟ ମ୍ୟାଚ କାନପୁରରେ ଗ୍ରୀନ ଗାର୍ଡେନରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୪୫ ରନ କରିଥିଲା ଏବଂ ଦ୍ଵିତୀୟ ଇନିଂସରେ ୨୩୪ ରନରେ ୭ ଟି ୱିକେଟ ହରାଇ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୯୬ ରନ କରିଥିଲା ଏବଂ ଦ୍ଵିତୀୟ ଇନିଂସରେ ୧୬୫ ରନରେ ପଞ୍ଚମ ଦିନର ସମାପ୍ତି ହୋଇଥିଲା। ଏଥିସହିତ ପ୍ରଥମ ଟେଷ୍ଟ ଡ୍ର ହୋଇଥିଲା। ଏହି ମ୍ୟାଚରେ ନେଇ ରବିଚନ୍ଦ୍ରନ ଅଶ୍ୱିନୀ ୬ ଟି ୱିକେଟ ନେଇ ନ୍ୟୁଜିଲାଣ୍ଡ ଦଳକୁ ଅସୁବିଧାରେ ପକାଇ ଦେଇଥିଲେ। ଶ୍ରେୟାସ ଅୟର ,ଋଦ୍ଧିମାନ ସାହା ଓ ଶୁଭମନ ଗିଲ ନିଜର ଉତ୍ତମ ବ୍ୟଟିଂର ପ୍ରଦର୍ଶନ ଦେଖାଇଥିଲେ।

ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତ ଉତ୍ତମ ବ୍ୟାଟିଂ କରି ନିଜର ଉତ୍ତମ ବୋଲିଂର ପ୍ରଦର୍ଶନ କରିଥିଲା। ନିଜର ଚମତ୍କାରୀ ବୋଲିଂ ସହ ଅଶ୍ୱିନୀ ଦ୍ଵିତୀୟ ଟେଷ୍ଟର ହିରୋ ପାଲଟି ଯାଇଥିଲେ। ମୟଙ୍କ ଅଗ୍ରୱାଲଙ୍କ ୧୫୦ ରନର ଯୋଗଦାନ ଫଳରେ ଭାରତ ଭ୍ରମଣକାରୀ ଦଳକୁ ବିରାଟ ସ୍କୋରର ଲକ୍ଷ୍ୟ ଦେଇଥିଲା ଏହାର ଜବାବରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ ୬୨ ଓ ଦ୍ଵିତୀୟ ଇନିଂସରେ ୧୬୭ ରନରେ ସୀମିତ ରହିଥିଲା। ଭାରତ ଏହି ମ୍ୟାଚକୁ ୩୭୨ ରନରେ ଜିତି ନେଇଥିଲା।

Google

ଉଭୟ ମ୍ୟାଚରେ ଅଶ୍ୱିନୀ ଉତ୍ତମ ବୋଲିଂ ର ପ୍ରଦର୍ଶନ କରିଥିଲେ। ଅଶ୍ୱିନୀ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୮ ଓଭରରେ ୮ ରନ ଦେଇ ୪ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ଦ୍ୱିତୀୟ ଇନିଂସ ରେ ୨୨.୩ ଓଭରରେ ୩୪ ରନ ଦେଇ ୪ ଟି ୱିକେଟ ସଂଗ୍ରହ କରିଥିଲେ। ଜୟନ୍ତ ଯାଦବ ମଧ୍ୟ ନିଜ ଟେଷ୍ଟ ପ୍ରଦାର୍ପଣ ମ୍ୟାଚରେ ଉତ୍ତମ ବୋଲିଂ ଏବଂ ଉତ୍ତମ ବ୍ୟଟିଂ ଦେଖାଇଥିଲେ। ନ୍ୟୁଜିଲାଣ୍ଡର ଏଜାଜ ପଟେଲ ନିଜ କ୍ୟାରିଅର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ଗୋଟିଏ ଇନିଂସରେ ସମସ୍ତ ୧୦ ଟି ୱିକେଟ ନେବାରେ ସଫଳ ହୋଇଥିଲେ ଏବଂ ନୂତନ କୀର୍ତ୍ତିମାନ ରଚିଥିଲେ। ବିରାଟ ଦଳ ଏହି ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଶଂସାର ସୁଅ ଛୁଟି ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *