ହଣ୍ଡରେଡ଼ କ୍ରିକେଟରେ ହେଲା ସବୁଠୁ ବଡ଼ ସ୍କୋର! ଏହି ଲିଗରେ ରସେଲଙ୍କ ଦମଦାର ବ୍ୟାଟିଂ, ଦେଖନ୍ତୁ ଭିଡିଓ

ଇଂଲଣ୍ଡରେ ହେଉଛି ୧୦୦ ବଲର ଲିଗ। ଆଉ ଏହି ୧୦୦ ବଲ ଲିଗରେ ଏମିତି ଏକ ରେକର୍ଡ ସୃଷ୍ଟି ହୋଇଛି ଯାହାକୁ ଦେଖି ଫ୍ୟାନ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି। ଆଜି ପର୍ଯ୍ୟନ୍ତ ହଣ୍ଡରେଡ଼ ଲିଗରେ ଏତେ ବଡ ସ୍କୋର ହୋଇ ନ ଥିଲା।ତେବେ ଚାଲନ୍ତୁ ଜାଣିବା କେଉଁ ଟିମ ୧୦୦ ଲିଗରେ ସବୁଠାରୁ ବଡ ସ୍କୋର କଲା। ଆଉ ଏହି ରେକର୍ଡ କେବେ ହେଲା। ଇଂଲଣ୍ଡ ହୋଇଥିଲା ହଣ୍ଡରେଡ଼ ଲିଗର ଦ୍ୱିତୀୟ ସଂସ୍କରଣରେ ବହୁତ ସବୁ ରେକର୍ଡ ସୃଷ୍ଟି ହୋଇଛି।

Google

ଏହି ମଧ୍ୟରେ ଜବରଦସ୍ତ ଖେଳାଳି ରସେଲଙ୍କ ଦଳ ମଞ୍ଚେଷ୍ଟର ଓରିଜିନାଲର ନାମ ମଧ୍ୟ ସୂଚିତ ହୋଇଯାଇଛି।ଯେଉଁ ଦଳ ହଣ୍ଡରେଡ଼ ଲିଗର ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି। ଆଉ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ସେମାନେ ଏହି ଲିଗରେ ସବୁଠାରୁ ବଡ ସ୍କୋର କରିଛନ୍ତି।ସେମାନେ ନର୍ଦନ ସୁପର ଚାରଜର ବିପକ୍ଷରେ ଏହି ରେକର୍ଡ଼ ସ୍ଥାପନ କରିଛନ୍ତି। ଯେଉଁଥିରେ କି ସେମାନେ ୧୦୦ ବଲରେ ୫ ୱିକେଟ ହରାଇ ୨୦୮ ରନ ସ୍କୋର କରିଛନ୍ତି।ତା ସହିତ ଏହି ମ୍ୟାଚକୁ ୨୩ ରନରେ ଜିତି ଯାଇଛି।

ଏମିତି ନୁହଁ କି ଏହି ଦଳ ପ୍ରଥମ ଥର ପାଇଁ ଏପରି ବଡ ସ୍କୋର କରିଛି। ଏହା ପୂର୍ବରୁ ମଧ୍ୟ ଏହି ଦଳ ବହୁତ ଥର ଇତିହାସ ରଚି ସାରିଛି। ଯଦି ସବୁଠାରୁ ବଡ ସ୍କୋର କଥା ଆମେ କହିବା ତାହେଲେ ମଞ୍ଚେଷ୍ଟର ୨୦୮/୫ ବିପକ୍ଷ ନରଦନ ସୁପରଚାରଜର,୨୦୨୨। ଏହା ନରଦନ ସୁପରଚାରଜର ମଞ୍ଚେଷ୍ଟର ବିପକ୍ଷରେ ୨୦୨୧ ରେ ୨୦୦ ରନ ୫ ଉଇକେଟ ହରାଇ ବନେଇଥିଲା।ଏହା ପରେ ରେକର୍ଡ ହେଉଛି ଟ୍ରେଣ୍ଟ ରକେଟ ମଞ୍ଚେଷ୍ଟର ବିପକ୍ଷରେ ୧୯୩ ରନ କରିଥିଲା ଯାହାକି ୨ ୱିକେଟ ହରାଇ। ଏହା ପୂର୍ବରୁ ମଞ୍ଚେଷ୍ଟର ଅରିଜିନାଲ ସାଉଥ ବ୍ରେବ ବିପକ୍ଷରେ ୧୮୮ ରନ କରିଥିଲା ଯାହା ବି ୩ ୱିକେଟ ହରାଇ।ଏହା ପୂର୍ବ ରେକର୍ଡ ହେଉଛି ବହ୍ମୀମଗମ ଫିନିକ୍ସ ବ୍ରେଲେସ ଫାୟର ବିପକ୍ଷରେ ୨୦୨୧ ରେ ୧୮୪ ରନ କରିଥିଲା ଯାହାକି ୫ ୱିକେଟ ହରାଇ।

ଏହି ରୋମାଞ୍ଚକର ମ୍ୟାଚ ବିଷୟରେ ଯଦି କଥା ହେବା ତାହେଲେ ନର୍ଦନ ସୁପରଚାର୍ଜର ପ୍ରଥମେ ଟସରେ ବିଜୟ ହୋଇ ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଫିଲିପି ସଡ଼ ପ୍ରଥମେ ତାଙ୍କ ଅଧିନୟକ ଲରି ଇଭେନ୍ସଙ୍କ ସହିତ ମିଶି ୧୦୨ ରନ କରିଥିଲେ। ତାପର ଖେଳାଳି ମାନେ ମଧ୍ୟ ରନର ଗତିକୁ କମିବାକୁ ଦେଇ ନ ଥିଲେ।ଏହି ମ୍ୟାଚରେ ଫିଲିଫ ୫୫ ରନ,ଲରି ଇଭାନ୍ସ ୪୫ ରନ ଟ୍ରେଷ୍ଟନ ୪୬ ରନ,ରସେଲ ୧୭ ରନ ଆଉ ୱଟର ୨୬ ରନ କରିଥିଲେ। ହେଲେ ପୂର୍ବରୁ ରସେଲ ଏହି ଲିଗରେ କରିଥିଲେ କମାଲ, ଗୋଟିଏ ଭିଡିଓ ଉପରେ ଦିଆଯାଇଛି।

Leave a Reply

Your email address will not be published. Required fields are marked *