ବ୍ୟୁରୋ ରିପୋର୍ଟ: ୟୁଏଇରେ ୨୭ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ଏସିଆକପ ୨୦୨୨ ପାଇଁ ଭାରତୀୟ ଟିମର ଘୋଷଣା ହୋଇଯାଇଛି। ଏଥିରେ ପେସର ମହମ୍ମଦ ସାମୀଙ୍କୁ ଚୟନ କରାଯାଇନାହିଁ। ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କ ଅନୁପସ୍ଥିତରେ ଅନେକ ଲୋକଙ୍କ ଅନୁମାନ ଥିଲାକି ମହମ୍ମଦ ସାମୀ ସାରଯାହାର ପିଚରେ ନୂଆ ବଲରେ ଦାୟୀତ୍ୱ ପାଳନ କରିବେ। କିନ୍ତୁ ଭାରତ ଭୁବନେଶ୍ୱର କୁମାର, ଅର୍ସଦୀପ ସିଂ, ଆଭେଶ ଖାନ ଓ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ସହ ପେସ ବୋଲିଙ୍ଗ ସହ ଯାଇ ସାମୀଙ୍କୁ ଚୟନ ନ କରାଯିବାକୁ ନେଇ ଲୋକ ଆଶ୍ଚର୍ଯ୍ୟ ଅଛନ୍ତି। ଏହା ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଟିମର ଆରମ୍ଭ ଅଟେ।

ଲମ୍ବା ସମୟରୁ ବାହାର ଅଛନ୍ତି ସାମୀ:
ସାମୀ ଭାରତ ପାଇ ଟି-୨୦ ସେବେଠୁ ଖେଳିନାହାଁନ୍ତି ଯେବେଠୁ ଭାରତ ଟି-୨୦ ବିଶ୍ୱକପ ୨୦୨୧ରେ ଲିଗ ରାଉଣ୍ଡରୁ ବାହାର ହୋଇଯାଇଥିଲା। ଏହା ପରେ ଭାରତ ଟି-୨୦ରେ ଭୁବନେଶ୍ୱର କୁମାର, ବୁମରା, ହର୍ଷଲ ପଟେଲ, ଦୀପକ ଚାହାର, ମହମ୍ମଦ ସିରାଜ ଆଦି ପେସରଙ୍କୁ ମୌକା ଦେଇଥିଲା। ଏପରି ନୁହେଁକି ସାମୀଙ୍କୁ ପୁରା ଅଣଦେଖା କରାଯାଇଥିଲା।
ପ୍ରଦର୍ଶନ କରିଥିଲେ ନିରାଶ:
ସାମିଙ୍କ ଟି-୨୦ ରେକର୍ଡ ତାଙ୍କ ଏକଦିବସିୟ ଓ ଟେଷ୍ଟ ରେକର୍ଡ ଭଳି ପ୍ରଭାବଶାଳୀ ହେଇନାହିଁ। ସେ ୧୭ ଟି-୨୦ ଇଣ୍ଟରନେସନାଲରେ ୩୧.୫୫ ଔସତ ଓ ୯.୫୪ ଇକୋନୋମିରେ ୧୮ ୱିକେଟ ନେଇଛନ୍ତି,ଯାହା ତାଙ୍କ ଆଇପିଏଲ କ୍ୟାରିୟରର ଔସତ ୨୯.୨୯ ଓ ୮.୫୨ ଇକୋନୋନିଠୁ। ସେ ଆଇପିଏଲ ୨୦୧୮ ପର୍ଯ୍ୟନ୍ତ ସଫଳ ନଥିଲେ। ସେ ଆଇପିଏଲ ୨୦୧୯ ,୨୦୨୦ ଓ ୨୦୨୧ ରେ ୮.୬୮,୮.୫୭ ଓ ୭.୫୦ ଇକୋନୋମିରେ ୧୯,୨୦,୧୯ ୱିକେଟ ନେଇଛନ୍ତି।

ବିଶ୍ୱକପରେ କରିଥିଲେ କମାଲ:
ଟି-୨୦ ବିଶ୍ୱକପ ୨୦୨୧ରେ ତାଙ୍କୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ୱିକେଟ ମିଳିନଥିଲା ଯେଉଁଠି ଡିଉ କାରଣରୁbଦ୍ୱିତୀୟ ପାରିରେ ବୋଲିଙ୍ଗ କରିବା କଷ୍ଟକର ଥିଲା। ସେ ଆଫଗାନିସ୍ତାନ ଓ ସ୍କର୍ଟଲ୍ୟାଣ୍ଡ ବିରୁଦ୍ଧରେ ୬ ୱିକେଟ ନେଇଥିଲେ। ଆଇପିଏଲ ୨୦୨୨ରେ ଗୁଜରାଟ ଟାଇଟନ୍ସ ତରଫରୁ ୮ ଇକୋନୋମିରେ ୨୦ ୱିକେଟ ନେଇଥିଲେ।
ଆଇପିଏଲ ୨୦୨୨ରେ କରିଥିଲେ କମାଲ:
ଆଇପିଏଲ ୨୦୨୨ରେ ସେ ପାୱାର ପ୍ଲେରେ ୧୧ ୱିକେଟ ନେଇଥିଲେ। ଆଇପିଏଲ ୨୦୨୨ରେ ଯେଉଁଠି ବୋଲରଙ୍କୁ ଅଧିକ ପିଚରୁ ସାହାଯ୍ୟ ମିଳୁନାଥଲା ସାମୀ କିନ୍ତୁ ସୁନ୍ଦର ବୋଲିଙ୍ଗ କରୁଥିଲେ। ଭାରତ ପାଖରେ ପାୱାର ପ୍ଲେ ପାଇଁ ଭୁବନେଶ୍ୱର କୁମାର, ଅର୍ସଦୀପ ସିଂ ଓ ବୁମରାଙ୍କ ପରି ବିକଳ୍ପ ଅଛି। ଚାହାର ଷ୍ଟାଣ୍ଡବାଇ ଖେଳାଳି ରୂପରେ ସ୍ଥାନ ପାଇଛନ୍ତି କିନ୍ତୁ ସାମୀଙ୍କୁ ଜାଗା ମିଳିପାରିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।