ବିଜୟ ହଜାରେ ଟ୍ରଫିରେ ଧୋନିଙ୍କ ଦଳର ଥିବା ଦୁଇ ଖେଳାଳି ଦେଖାଇଲେ ଦମ! ଆସାମକୁ ହରାଇ ଫାଇନାଲରେ ମହାରାଷ୍ଟ୍ର

ବ୍ୟୁରୋ ରିପୋର୍ଟ: ବିଜୟ ହଜାରେ ଟ୍ରଫିର ଫାଇନାଲ ମ୍ୟାଚ ସୌରଷ୍ଟ୍ର ଏବଂ ମହାରାଷ୍ଟ୍ର ମଧ୍ୟରେ ଖେଳାଯିବାର ଅଛି। ପ୍ରଥମ ସେମିଫାଇନାଲରେ ସୌରଷ୍ଟ୍ର କର୍ଣ୍ଣାଟକକୁ ହରାଇଥିବା ବେଳେ ଦ୍ଵିତୀୟ ସେମିଫାଇନାଲରେ ମହାରାଷ୍ଟ୍ର ଆସାମକୁ ହରାଇଛି। ଏହି ମୁକାବିଲା ରୋମାଞ୍ଚକର ଥିଲା।

ଆସାମ ଦଳକୁ ମହାରାଷ୍ଟ୍ର ୩୫୧ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ଆସାମ ୧୨ ରନ ପଛରେ ରହି ଯାଇଥିଲା। ଆସାମ ଦଳ ୧୦୩ ରନରେ ୪ ଟି ୱିକେଟ ହରାଇ ସାରିଥିବା ବେଳେ କିନ୍ତୁ ଶିବଶଙ୍କର ରାୟ ଏବଂ ସ୍ୱରୂପମ ପୁରକାୟସ୍ଥ ଜବରଦସ୍ତ ବ୍ୟାଟିଂ କରି ପଞ୍ଚମ ୱିକେଟ ଯୋଡ଼ିରେ ୧୧୫ ବଲରେ ୧୩୩ ରନର ପାର୍ଟନର୍ସିପ ଗଢ଼ିଥିଲେ।

୩୬ତମ ଓଭରରେ ଶିବ ଶଙ୍କର ଆଉଟ ହେବା ପରେ ଆସାମ ଜିତିବା ନେଇ ଆଶା କମି ଯାଇଥିଲା। କିନ୍ତୁ ଅପର ପାର୍ଶ୍ୱରେ ସ୍ୱରୂପମଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁଁ ଦଳ ୩୦୦ ରନ ପାର କରି ପାରିଥିଲା।

୪୫ତମ ଓଭରରେ ସେ ଆଉଟ ହେବା ପରେ ସବୁ ଆଶା ମଉଳି ଯାଇଥିଲା। ସେ ୮୭ ବଲରେ ୯୫ ରନ କରି ଆଉଟ ହୋଇଥିଲେ। ଅନ୍ତିମ ଓଭରରେ ୨୮ ରନ ଦରକାର ଥିବା ବେଳେ ବ୍ୟାଟ୍ସମ୍ୟାନ୍ କେବଳ ୧୫ ରନ କରି ପାରିଥିଲେ। ମ୍ୟାଚର ଅନ୍ତିମ ବଲରେ ଅଭିନବ ଚୌଧୁରୀ ଛକା ଲଗାଇଥିଲେ ମଧ୍ୟ ଦଳକୁ ଜିତାଇ ପାରି ନଥିଲେ। ଦଳ ୧୨ ରନରେ ହାରି ଯାଇଥିଲା ଏବଂ ମହାରାଷ୍ଟ୍ର ଦଳ ବିଜୟ ହଜାରେ ଟ୍ରଫି ଫାଇନାଲରେ ପ୍ରଵେଶ କରିଥିଲା।

ମହାରାଷ୍ଟ୍ର ଦଳକୁ ଫାଇନାଲରେ ପହଞ୍ଚାଇବା ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ଚେନ୍ନାଇ ଦଳର ଦୁଇ ଖେଳାଳିଙ୍କ ବହୁତ ବଡ଼ ଭୂମିକା ରହିଛି। ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକୱାଡ଼ ସେମିଫାଇନାଲରେ ଅଧିନାୟକତ୍ୱ ପାରି ଖେଳିଥିଲେ। ମହାରାଷ୍ଟ୍ର ଦଳର ଓପନିଙ୍ଗ କରି ସେ ୧୨୬ ବଲରେ ୧୮ ଚୌକା ଏବଂ ୬ ଟି ଛକା ସହିତ ୧୬୮ ରନ କରିଥିଲେ। ତାଙ୍କ ବ୍ୟତୀତ ଅଙ୍କିତ ବାବନେ ମଧ୍ୟ ଶତକ ଲଗାଇଥିଲେ। ଋତୁରାଜ ପୂର୍ଵ ମ୍ୟାଚରେ ୧୦ ଚୌକା ଏବଂ ୧୬ ଛକା ସହିତ ୨୨୦ ରନ କରିଥିଲେ।

ଋତୁରାଜ ଗାଏକୱଡ଼ଙ୍କା ଜବରଦସ୍ତ ପାରି ପରେ ଚେନ୍ନାଇ ଦଳର ଜୟବର୍ଦ୍ଧନ ହେଙ୍ଗରଗେକର ଆସାମ ବିପକ୍ଷରେ ଅତି ସୁନ୍ଦର ବୋଲିଂ କରିଥିଲେ। ସେ ୧୦ ଓଭରରେ ୬୫ ରନ ଦେଇ ୪ ଟି ୱିକେଟ ନେଇଥିଲେ। ଏହା ପୂର୍ବରୁ କ୍ୱାଟର ଫାଇନାଲରେ ସେ ଉତ୍ତରପଦେଶ ବିପକ୍ଷରେ ୫ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।

Leave a Reply

Your email address will not be published. Required fields are marked *