IND vs ZIM: ଟିମ ଇଣ୍ଡିଆକୁ ଜିମ୍ବାୱେର ଏହି ୨ ଖେଳାଳିଙ୍କ ଠୁ ରହିବାକୁ ହେବ ସାବଧାନ! ଅଟନ୍ତି ଜବରଦସ୍ତ ଖେଳାଳି

ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜ ସହ ସିରିଜ ଜିତିବା ପରେ ଟିମ ଇଣ୍ଡିଆର ଆଗାମୀ ମିସନ ଏସିଆ କପ ଅଟେ କିନ୍ତୁ ତା ପୂର୍ବରୁ ଟିମ ଇଣ୍ଡିଆକୁ ଜିମ୍ବାୱେ ସହ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଖେଳିବାର ଅଛି।ଦୁଇ ଦେଶ ମଧ୍ୟରେ ୧୮ ଅଗଷ୍ଟରୁ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଖେଳିବ। ଜିମ୍ବାୱେ ଟିମ ଖେଳାଳିଙ୍କ ଆଘାତ ପରିସ୍ଥିତିରେ ଅଛି କିନ୍ତୁ ଏହାର ପ୍ରଭାବ ଟିମ ଉପରେ ପଡିନାହିଁ। ଅଳ୍ପଦିନ ତଳେ ଜିମ୍ବାୱେ ବଙ୍ଗଳାଦେଶକୁ ଟି-୨୦ ଓ ଏକଦିବସିୟ ଦୁଇଟି ଯାକ ସିରିଜରେ ହରାଇଛି।ଏହା ପୁର୍ବରୁ ଜିମ୍ବାୱେ ଟି-୨୦ ବିଶ୍ୱକପ କ୍ବାଲିଫାୟାର ମଧ୍ୟ ଜିତିଛି ଓ ଏହା ଜଣାଇଦେଇଛି ଯଦି ଭାରତ ତାକୁ କମଜୋର ଭାବିବାର ଭୁଲ କରେ ଏହା ଭାରତ ଉପରେ ଭାରି ପଡିବ।

Google

ଭାରତ ସହ ଏକଦିବସିୟ ସିରିଜ ପାଇଁ ଜିମ୍ବାୱେ ୧୭ ଜଣିଆ ଟିମ ଘୋଷଣା କରିଛି। ରେଗୁରାଲ ଅଧିନାୟକ କ୍ରିଗ ଇର୍ବେନ ଆଘାତ ହେବଦ୍ଵାରା ୱିକେଟକିପର ବ୍ୟାଟ୍ସମ୍ୟାନ ରେଜିସ ଚକାବା ଟିମର ଅଧିନାୟକତ୍ୱ କରିବେ। ଇର୍ବେନଙ୍କ ସହ ବାମହାତୀ ସ୍ପିନର ବେଲିଙ୍ଗଟନ ମସାକାଦଜା, ବୋଲର ବ୍ଲୋଲିସ ଗୁଜରବାନୀ, ତେନ୍ଧାଇ ଚତାରା ମଧ୍ୟ ଆଘତ ଅଛନ୍ତି। ଏହି ୪ ଖେଳାଳି ଭାରତ ବିରୁଦ୍ଧରେ ଏକଦିବସିୟ ସିରିଜ ଖେଳିବେ ନାହିଁ। ଏହା ପରେ ମଧ୍ୟ ଜିମ୍ବାୱେ ଟିମ ମଜବୁତ ଅଛି। ତାର ଦୁଇ ଖେଳାଳି ଏପରି ଅଛନ୍ତି ଯିଏକି ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇପାରନ୍ତି। ଏଥିରେ ଅଲରାଉଣ୍ଡର ସିକନ୍ଧର ରଜା ଓ ଟିମର ନୂଆ ଅଧିନାୟକ ରେଜିସ ଚକାବା ସାମିଲ ଅଛନ୍ତି।

ରଜା ବଙ୍ଗଳାଦେଶ ବିରୁଦ୍ଧରେଲଗାତର ଦୁଇଟି ଶତକ ମାରିଛନ୍ତି:

ରଜା ବର୍ତ୍ତମାନ ସୁନ୍ଦର ଫର୍ମରେ ଅଛନ୍ତି କାରଣ ସେ ଅଳ୍ପଦିନ। ତଳେ ବଙ୍ଗଳାଦେଶ ବିରୁଦ୍ଧରେ ସରିଥିବା ଏକଦିବସିୟ ସିରିଜରେ ବ୍ୟାଟିଙ୍ଗ ଓ ବୋଲିଙ୍ଗରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏଥିରେ ସେ ୨୫୨ ରନ କରିବା ସହିତ ୫ ଟି ୱିକେଟ ମଧ୍ୟ ନେଇଥିଲେ। ଏହା ଦ୍ଵାରା ଜିମ୍ବାୱେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜରେ ବଙ୍ଗଳାଦେଶକୁ ୨-୧ରେ ହରାଇଥିଲା।

Google

୧୦୧ ଔସତରେ ରନ କରୁଛନ୍ତି ରଜା:

ସିକନ୍ଦର ରଜା ପୂର୍ଵ ୪ ସପ୍ତାହରୁ ତିନୋଟି ଯାକ ଫର୍ମାଟରେ ମିସିକି ୧୦୧ ଔସତରେ ୬୦୭ ରନ କରିଛନ୍ତି। ଏହି ସମୟରେ ସେ ୨ ଟି ଶତକ ଓ ୪ଟି ଅର୍ଦ୍ଧଶତକ ମାରିଛନ୍ତି। ସେ ୨୨ର ଔସତରେ ୧୧ ୱିକେଟ ମଧ୍ୟ ନେଇଛନ୍ତି। ଟି-୨୦ ବିଶ୍ୱକପ କ୍ବାଲିଫାୟରର ଫାଇନାଲରେ ରଜା ୮ ରନ ଦେଇ ୪ ଟି ୱିକେଟ ନେଇଥିଲେ। ତେଣୁ ସେ ଟିମ ଇଣ୍ଡିଆ ପାଇଁ ବିପଦ ହୋଇପାରନ୍ତି।

ନୂଆ ଅଧିନାୟକ ଚକାବା ମଧ୍ୟ ଫର୍ମରେ:

ଜିମ୍ବାୱେର ନୂତନ ଅଧିନାୟକ ରେଜିସ ଚକାବାଙ୍କୁ ମଧ୍ୟ ହାଲକାରେ ନିଆଯାଇନପାରେ। ୨୦୦୮ରେ ଜିମ୍ବାୱେ ତରଫରୁ ଡେଭ୍ୟୁ କରିଥିବା ଚକାବାଙ୍କ ଅଧିନାୟକତ୍ୱରେ ହିଁ ଜିମ୍ବାୱେ ବଙ୍ଗଳାଦେଶକୁ ଏକଦିବସିୟ ସିରିଜରେ ୨-୧ରେ ହରାଇଛି। ସେ ଶ୍ରୀଲଙ୍କା ବିରୁଦ୍ଧରେ ମଧ୍ୟ ସୁନ୍ଦର ବ୍ୟାଟିଙ୍ଗ କରିଥିଲେ। ଶ୍ରୀଲଙ୍କା ବିରୁଦ୍ଧରେ ଏକଦିବସିୟ ସିରିଜରେ ସେ ୭୨ ଓ ୪୭ ରନର ପାରି ଖେଳିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.