SA vs IND: ତୃତୀୟ ଟେଷ୍ଟ ପୂର୍ବରୁ BCCI ର ଖୁଲାସା! ଶେଷ ଟେଷ୍ଟରେ ଏହି ଖେଳାଳିଙ୍କୁ ମିଳିବ ମୌକା, ଜାଣନ୍ତୁ ସମ୍ପୂର୍ଣ

ଭାରତୀୟ ଟିମ ଜୋହାନବର୍ଗରେ ମିଳିଥିବା ପରାଜୟକୁ ଭୁଲି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ଥର ଟେଷ୍ଟ ସିରିଜ ଜିତିବା ଉଦେଶ୍ୟରେ ତୃତୀୟ ଟେଷ୍ଟ ପାଇଁ ରବିବାରକୁ ଅଭ୍ୟାସ ଆରମ୍ଭ କରିଦେଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଟିମର ଫଟୋ ସହିତ ଟ୍ୱିଟ କରି କହିଛନ୍ତି ଆମେ ଏହି ସୁନ୍ଦର କେପଟାଉନରେ ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ତିନୋଟି ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବରୀରେ ଅଛି। ତୃତୀୟ ଟେଷ୍ଟ ୧୧-୧୫ ଜାନୁଆରୀକୁ ଖେଳାଯିବାର ଅଛି। ଦ୍ୱିତୀୟ ଟେଷ୍ଟରେ ଆଘାତ କାରଣରୁ ଖେଳିନଥିବା କୋହଲି ତୃତୀୟ ଟେଷ୍ଟ ପାଇଁ ଫିଟ ଦେଖାଯାଉଛନ୍ତି।

Google

ବିସିସିଆଇ ଟିମ ଇଣ୍ଡିଆର ଅନେକ ଖେଳାଳିଙ୍କୁ ଅଭ୍ୟାସ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। କିନ୍ତୁ ପ୍ରେସର ମହମ୍ମଦ ସିରାଜ ଦେଖାଯାଉ ନାହାଁନ୍ତି, ସେ ଦ୍ୱିତୀୟ ଟେଷ୍ଟ ସମୟରେ ଆଘାତ ହୋଇଯାଇଥିଲେ। ଯାହା ଦ୍ୱାରା ସେ ଅଳ୍ପ ଓଭର ହିଁ ବୋଲିଙ୍ଗ କରିଥିଲେ। ସେ ଏବେ ଶେଷ ଟେଷ୍ଟ ଖେଳିବା କଷ୍ଟକର। ତାଙ୍କ ଜାଗାରେ ଇସାନ୍ତ ଶର୍ମାଙ୍କୁ ମୌକା ମିଳିପାରେ। ଇସାନ୍ତ ଶର୍ମା ମଧ୍ୟ ଭଲ ଫର୍ମରେ ନାହାନ୍ତି। କିନ୍ତୁ ତାଙ୍କ ପାଖରେ ୧୦୦ ରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିବାର ଅନୁଭବ ଅଛି।ହନୁମା ବିହାରୀ ମଧ୍ୟ ଅଭ୍ୟାସ ଫଟୋରେ ଦେଖାଯାଉନାହାଁନ୍ତି।

ସେଂଚୁରିଆନରେ ମିଳିଥିଲା ୧୧୩ ରନରେ ବିଜୟ:ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ଜିତିବାର ଆଶାରେ ଓହ୍ଲାଇଥିବା ଟିମ ଇଣ୍ଡିଆ ପ୍ରଥମ ଟେଷ୍ଟରେ ୧୧୩ ରନରେ ବିଜୟ ହାସଲ କରିଥିଲା। ଟିମ ପ୍ରଥମ ଥର ସେହି ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଜିତିଥିଲା। କିନ୍ତୁ ଜୋହାନବର୍ଗରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଜିତିଥିଲା। ଦ୍ୱିତୀୟ ଟେଷ୍ଟରେ ପିଠି ଦରଜ କାରଣରୁ ଅଧିନାୟକ କୋହଲି ଖେଳି ନଥିଲେ। ସେହି ମ୍ୟାଚରେ ଅଧିନାୟକତ୍ୱ କେ ଏଲ ରାହୁଲ କରିଥିଲେ।

ଭାରତୀୟ ଟିମ ଶନିବାରକୁ କେପଟାଉନ ପହଁଚିଥିଲା। କୋଚ ରାହୁଲ ଦ୍ରାଭିଡ ଆଶା କରିଥିଲେ କି ବିରାଟ କୋହଲି ଶେଷ ଟେଷ୍ଟ ପାଇଁ ଫିଟ ହୋଇଯିବେ। କୋହଲି ଆସିବା ପରେ ରାହାଣେ ଓ ବିହାରୀଙ୍କ ମଧ୍ୟରୁ ଜଣଙ୍କୁ ବାହାରିବା ହେବ। ଦୁଇ ଜଣଯାକ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାରିରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ତେଣୁ ଦୁହିଁ ମଧ୍ୟରୁ କୌଣସି ଜଣଙ୍କୁ ବାଛିବା ଟିମ ପାଇଁ କଷ୍ଟକର। କିନ୍ତୁ ରାହାଣେ ଅନୁଭବ ମାମଲାରେ ବିହାରୀଙ୍କ ଉପରେ ଭରି ପଡିବେ। ତେବେ ଏହାକୁ ନେଇ ଆପଣଙ୍କ ମତ ଜଣାନ୍ତୁ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *