ବ୍ୟୁରୋ ରିପୋର୍ଟ: ତେବେ ଆପଣ ସମସ୍ତେ ଏହି ଆଇପିଏଲରେ ଲକ୍ଷ୍ନୌ ପାଇଁ ଖେଳୁଥିବା ମୋସିନ ଖାନଙ୍କୁ ପ୍ରାୟ ଜାଣିଥିବେ। ତେବେ ସେ ଜଣେ ବହୁତ ଭଲ ବୋଲର ଭାବରେ ନିଜକୁ ପରିଚିତ କରି ପାରିଛନ୍ତି। ଆମେ ତାଙ୍କ ସମ୍ପର୍କରେ କିଛି କଥା ଆଲୋଚନା କରିବା। ତେବେ ସୂଚନା ଅନୁସାରେ ଏହି ବୋଲର ଜଣଙ୍କ ଗତ ତିନିଟି ସିଜିନ ହେବ ମୁମ୍ବାଇ ଦଳ ସହିତ ଯୋଡି ହୋଇ ରହିଥିଲେ। କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ତିନି ବର୍ଷ ମଧ୍ୟରେ ମୁମ୍ବାଇ ଦଳରେ ସୁଯୋଗ ମିଳି ନଥିଲା।ଏହାକୁ ନେଇ ସେ ଅନେକ ସଂଘର୍ଷ ମଧ୍ୟ କରୁଥିଲେ।

ତିନି ବର୍ଷ ଧରି ମୁମ୍ବାଇ ଭଳି ଦଳରେ ରହିବା ପରେ ମଧ୍ୟ ତାଙ୍କୁ କୌଣସି ମ୍ୟାଚରେ ସୁଯୋଗ ନ ମିଳିବା ସମସ୍ତଙ୍କୁ ଅନେକ ଚକିତ କରି ଥିଲା। ଏହି ବର୍ଷ ମେଗା ଅକ୍ସନ ହେବା ଫଳରେ ସେ ମୁମ୍ବାଇ ଦଳରୁ ବାହାରି ଲକ୍ଷ୍ନୌ ଦଳକୁ ଚାଲି ଯାଇଥିଲେ। ସେହି ଦଳକୁ ଯିବା ପରେ ଏହି ବର୍ଷ ତାଙ୍କୁ ଆଇପିଏଲ ମ୍ୟାଚ ମାନଙ୍କରେ ଖେଳିବା ପାଇଁ ସୁଯୋଗ ମିଳି ଥିଲା ତେବେ ତାଙ୍କୁ ସୁଯୋଗ ମିଳିବା ପରେ ସେ ବର୍ତ୍ତମାନ ନିଜର ସୁଯୋଗର ସମ୍ପୂର୍ଣ୍ଣ ଭାବରେ ସଠିକ ବ୍ୟବହାର କରୁଛନ୍ତିଏହି ସୁଯୋଗର ବ୍ୟବହାର କରି ସେ ବର୍ତ୍ତମାନ ଅନେକ ନାମ କମାଇ ପାରିଛନ୍ତି।
ତେବେ ସେ ଏହି ଆଇପିଏଲରେ ପଞ୍ଜାବ ବିପକ୍ଷରେ ଖେଳି ତିନୋଟି ୱିକେଟ ନେଇ ପାରି ଥିଲେ। ଏହା ସହିତ ସେ ଦିଲ୍ଲୀ ବିପକ୍ଷରେ ମଧ୍ୟ ଖେଳି ଚାରୋଟି ୱିକେଟ ନେଇ ସମସ୍ତଙ୍କ ସୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ବୋଲିଙ୍ଗ ଫଳରେ ଅନେକ ଲୋକ ପ୍ରଭାବିତ ହୋଇଥିଲେ। ସେ ମୁମ୍ବାଇ ବିପକ୍ଷରେ ମ୍ୟାଚ ଖେଳି ମଧ୍ୟ ଏକ ୱିକେଟ ପାଇ ଥିଲେ।ଯାହା ଫଳରେ ଅନେକ ଲୋକ ତାଙ୍କର ବୋଲିଙ୍ଗ ଫଳରେ ଅନେକ ପ୍ରଭାବିତ ହୋଇଥିଲେ। ସେ ମୁମ୍ବାଇ ଦଳ ସହିତ ପ୍ରାୟ ତିନି ବର୍ଷ ଯୋଡ଼ି ହୋଇ ରହିବା ପରେ ସେହି ଦଳର ଅନେକ ପୂର୍ବ ଖେଳାଳି ମାନଙ୍କ ସହିତ ସମ୍ପର୍କରେ ଆସିବା ପରେ ସେ ସେମାନଙ୍କ ପାଖରୁ ଅନେକ କିଛି ଶିଖିବାକୁ ପାଇଥିଲେ। ଏହା ସହିତ ସେ ନିଜର ଖେଳ ବହୁତ ଉନ୍ନତ କରି ସାରିଛନ୍ତି।

ତାଙ୍କର ପିତା ମୂଲତାନ ଖାନ ହେଉଛନ୍ତି ଜଣେ ଅବସରପ୍ରାପ୍ତ ପୋଲିସ ଅଫିସର। ଏହା ବ୍ୟତୀତ ତାଙ୍କର ପ୍ରିୟ ବୋଲର ହେଉଛନ୍ତି ମହମ୍ମଦ ଶାମି। ସେ ତାଙ୍କ ଭଳି ବୋଲିଙ୍ଗ କରିବା ପାଇଁ ଆଶା ରଖିଛନ୍ତି। ତାଙ୍କର ଉଚ୍ଚତା ମଧ୍ୟ ଅଧିକ ଥିବାରୁ ତାଙ୍କ ବୋଲିଙ୍ଗ ଖେଳିବା ପାଇଁ ଅନେକ ଖେଳାଳି ମାନଙ୍କୁ ଅନେକ ଅସୁବିଧା ହୋଇ ଥାଏ। ତେବେ ସେ ନିଜର ପ୍ରଦର୍ଶନ ବଳରେ ବର୍ତ୍ତମାନ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଭାଇ ମଧ୍ୟ ଜଣେ କ୍ରିକେଟର ଅଟନ୍ତି।ସେ ତାଙ୍କୁ ତାଙ୍କର ଅଭ୍ୟାସ ସମୟରେ ଅନେକ ସହାୟତା କରି ଥାଆନ୍ତି ବୋଲି ସେ କହିଥାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।