ସାମୀଙ୍କ ନାମରେ ଦର୍ଜ ହେଲା ବଡ଼ ରେକର୍ଡ! ଫାଷ୍ଟ ଭାରତୀୟ ଭାବେ ହାସଲ କଲେ ଏହି କୀର୍ତ୍ତିମାନ

ବ୍ୟୁରୋ ରିପୋର୍ଟ: ଭାରତୀୟ ଦଳ ପ୍ରଥମ ODI ମ୍ୟାଚ ଜିତି ଯାଇଛି। ଭାରତୀୟ ଦଳର ବୋଲର କରିଥିଲେ ଜବରଦସ୍ତ ବୋଲିଂ। ଖାସ କରି ଯଶପ୍ରୀତ ବୁମରା ଏବଂ ମହମ୍ମଦ ସାମୀ। ତେବେ ତାହା ପରେ ଭାରତୀୟ ବ୍ୟାଟ୍ସମାନ ତଥା ଓପ୍ନର ଦୁଇ ଜଣ ମ୍ୟାଚ ଜିତାଇଦେଇଥିଲେ। ବିନା ୱିକେଟ ହରାଇ ଭାରତୀୟ ଦଳ ହାସଲ କରିଦେଇଥିଲା ଲକ୍ଷ୍ୟ।

Google

ତେବେ ଫାଷ୍ଟ ବୋଲର ମହମ୍ମଦ ସାମୀ ହାସଲ କରିଛନ୍ତି ଏକ ବଡ଼ ରେକର୍ଡ। ସେ ନିଜ ODI କ୍ୟାରିୟରରେ ୧୫୦ ୱିକେଟ ଅକ୍ତିଆର କରିବାର ରେକର୍ଡ ସ୍ଥାପନ କରିଛନ୍ତି।

ଇଂଲଣ୍ଡ ବିପକ୍ଷରେ ସେ କରିଥିଲେ ଜବରଦସ୍ତ ବୋଲିଂ। ସେ ଇଂଲଣ୍ଡ ଟିମର କ୍ୟାପଟେନ ଜୋସ ବଟଲରଙ୍କୁ ଆଉଟ କରି ଏହି ମାଇଲଖୁଣ୍ଟ ଛୁଇଁବାରେ ସକ୍ଷମ ହୋଇଥିଲେ।

Google

ସେ ପ୍ରଥମ ODI ରେ ଓଭର ୭ ବୋଲିଂ କରି ୩ଟି ୱିକେଟ ଅକ୍ତିଆର କରିଥିଲେ ଏବଂ ୩୧ ରନ ଦେଇଥିଲେ। ଏହା ସହ ମହମ୍ମଦ ସାମୀ ଭାରତର ଫାଷ୍ଟ ବୋଲର ଭାବରେ ୧୫୦ ୱିକେଟ ପୁରା କରିଛନ୍ତି। ସାମୀ ମ୍ୟାଚ ୮୦ ଟି ଖେଳି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ଅଜିତ ଅଗରକରଙ୍କ ନାମରେ ଥିଲା। ସେ ୯୭ ଟି ମ୍ୟାଚ ଖେଳି ଏହି ସଫଳତା ହାସଲ କରିବାରେ ସଫଳ ରହିଥିଲେ।

ତେବେ ସାମୀ ବିଶ୍ୱର ଯୁଗ୍ମ ୩ୟ ପେସର ଭାବେ ୧୫୦ ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ମିଚେଲ ଷ୍ଟାର୍କ ୭୭ ଟି ମ୍ୟାଚ ସହ ଶୀର୍ଷ ସ୍ଥାନରେ ଥିବା ବେଳେ ସାକ୍ଲିନ ମୁସ୍ତାକ ୭୮ ଟି ମ୍ୟାଚ ସହ ନମ୍ବର ୨ ରେ, ରାଶିଦ ଖାନ ୮୦ ମ୍ୟାଚ ସହ ନମ୍ବର ୩ ରେ ଆଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *