ଷ୍ଟେଲା କେପବେଲ ବୁଧବାରକୁ ଘାତକ ବୋଲିଙ୍ଗ କରି ନିଜ ଟିମକୁ ୨୦୭ ରନର ବଡ଼ ବିଜୟ ଦେଇଛନ୍ତି। ଅଷ୍ଟ୍ରେଲିଆର ମହିଳାଙ୍କ ପାଇଁ ଲିଷ୍ଟ ଏ ଟୁର୍ଣ୍ଣାମେଣ୍ଟ ବୁମେଂସ ନେସନାଲ କ୍ରିକେଟ ଲିଗର ଏକ ମ୍ୟାଚରେ ୧୯ ବର୍ଷୀୟପ୍ରେସର ବୋଲର ଷ୍ଟେଲା ୮ ଓଭର ବୋଲିଙ୍ଗ କରି ମାତ୍ର ୨୫ ରନ ଦେଇ ୭ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ଏହା ଟୁର୍ଣ୍ଣାମେଣ୍ଟରେ କୌଣସି ବୋଲରର ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ମ୍ୟାଚରେ ନ୍ୟୁ ସାଉଥ ୱେଲ୍ସ ପ୍ରଥମେ ବ୍ୟାଟିଙ୍ଗ କରି ୨୬୦ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ କ୍ୟାପିଟଲ୍ସ ଟିମ ମାତ୍ର ୫୩ ରନରେ ଅଲଆଉଟ ହୋଇଯାଇଥିଲା।

ନ୍ୟୁ ସାଉଥ ୱେଲ୍ସ ତରଫରୁ ଅଧିନାୟକ ରଚେଲ ହେଁସ ସୁନ୍ଦର ଶତକୀୟ ପାରି ଖେଳିଥିଲେ। ସେ ୧୩୨ ବଲରେ ୧୧୮ ରନର ପାରି ଖେଳିଥିଲେ। ସେ ଏହି ପାରିରେ ୧୩ ଟି ଚୌକା ଓ ଗୋଟେ ଛକା ମାରିଥିଲେ। ଏହା ଛଡା ଏରିନ ବନର୍ସ ୩୪ ରନର ଯୋଗଦାନ ଦେଇଥିଲେ। ଟିମର ଅନ୍ୟ ୭ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରିନଥିଲେ।୧୯ ରନ ଅତିରିକ୍ତ ରୂପରେ ମିଳିଥିଲା। ପୁରା ଟିମ୪୯.୫ ଓଭରରେ ୨୬୦ ରନରେ ଅଲଆଉଟ ହୋଇଯାଇଥିଲା। ୟେମି ଏଟର୍ସ ୫୬ ରନ ଦେଇ ୪ ଟି ୱିକେଟ ନେଇଥିଲେ।
୧୦ ଜଣ ଯାକ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରିନଥିଲେ: ଟାର୍ଗେଟର ପିଛା କରିବାକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ କ୍ୟାପିଟଲ୍ସ ଟିମକୁ ତୃତୀୟ ଓଭରରେ ହିଁ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ପୁରା ଟିମର ୱିକେଟ ପତ୍ର ଭଳି ଝଡିଚାଲିଲା ଓ ପୁରା ଟିମ୧୬ ଓଭର ମାନେ ୯୬ ବଲରେ ୫୩ ରନରେ ଅଲଆଉଟ ହୋଇଯାଇଥିଲା। ଓପନର ବ୍ୟାଟ୍ସମ୍ୟାନ କାଲି ଲିସନ ସବୁଠୁ ଅଧିକ ୧୨ ରନ କରିଥିଲେ।ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରିନଥିଲେ। ୧୨ ରନ ଅତିରିକ୍ତ ରୂପରେ ମିଳିଥିଲା। ଷ୍ଟେଲା କାପବେଲା ୮ ଓଭର ବୋଲିଙ୍ଗ କରି ଗୋଟେ ଓଭର ମେଡେନ ନେଇ ୨୫ ରନ ଦେଇ ୭ ଟି ୱିକେଟ ନେଇଛନ୍ତି। ସେ ତିନୋଟି ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଛନ୍ତି।
Good day at the office for Stella Campbell! #WNCL | @NSWBreakers pic.twitter.com/cWqmQMkEl8
— cricket.com.au (@cricketcomau) January 6, 2022
ନ୍ୟୁ ସାଉଥ ୱେଲ୍ସ କେବଳ ତିନୋଟି ବୋଲରଙ୍କୁ ବୋଲିଙ୍ଗ ଦେଇଥିଲା। ମେଟଲାନ ବ୍ରାଉନ ୫ ଟି ଓଭରରେ ୧୮ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ଏହା ଛଡା ସେମି ଜନସନ ମଧ୍ୟ ଗୋଟେ ୱିକେଟ ଅକ୍ତିଆର କରିଥିଲେ। ଏହା ଟିମର ଲଗାତର ତୃତୀୟ ବିଜୟ ଅଟେ। ଟିମ ୧୩ ଅଙ୍କ ସହିତ ଟେବୁଲ ଟପରେ ଅଛି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।