IND vs SL: ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଟି-୨୦ ସିରିଜରୁ ବାହାରିଲେ ଏହି ଘାତକ ସ୍ୱିଙ୍ଗ ବୋଲର!

ବ୍ୟୁରୋ ରିପୋର୍ଟ: ଭାରତୀୟ ପେସର ବୋଲର ଦୀପକ ଚାହାର ଶ୍ରୀଲଙ୍କା ବିରୁଦ୍ଧରେ ହେବାକୁ ଥିବା ତିନୋଟି ମ୍ୟାଚର ଟି-୨୦ ସିରିଜରୁ ବାହାର ହୋଇଯାଇଛନ୍ତି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶେଷ ଟି-୨୦ ମ୍ୟାଚରେ ତାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା ଯାହା ପରେ ତାଙ୍କୁ ଗ୍ରାଉଣ୍ଡ ବାହାରକୁ ନିଆଯାଇଥିଲା। ସେହି ମ୍ୟାଚରେ ଚାହାର ମାତ୍ର ୧.୫ ଓଭର ବୋଲିଙ୍ଗ କରିଥିଲେ। ସ୍ପୋର୍ଟସ ଟୁଡେର ଖବର ଅନୁସାରେ ,ଚାହାର ଏବେ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜ ଖେଳିବେ ନାହିଁ। କାରଣ ତାଙ୍କ ମାଂସପେଶୀରେ ଲାଗିଥିବା ଆଘାତ ଗମ୍ଭୀର ଓ ଗ୍ରେଡ-୨ ଟିୟର ଅଟେ। ଏହାକୁ ଠିକ ହେବାକୁ ପାଖାପାଖି ୫-୬ ସପ୍ତାହ ଲାଗିପାରେ। ତେଣୁ ସେ ଆଇପିଏଲର ଆରମ୍ଭ ମ୍ୟାଚ ଖେଳିବା ମଧ୍ୟ ସନ୍ଦେହପୂର୍ଣ୍ଣ ଅଟେ।

Google

ଦୀପକ ଚାହାର ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶେଷ ଟି-୨୦ ମ୍ୟାଚର ଆରମ୍ଭ ଦୁଇଟି ୱିକେଟ ନେଇଥିଲେ। ଶେଷ ବଲରେ ସେ ଛୋଟାଇବା ଦ୍ଵାରା ତାଙ୍କୁ ଗ୍ରାଉଣ୍ଡ ବାହାରକୁ ନିଆଯାଇଥିଲା ସେବେ ତାଙ୍କ ଆଘାତ ବିଷୟରେ ଜଣାପଡିନଥିଲା। ଏବେ ସୂଚନା ସାମ୍ନାକୁ ଆସିଛିକି ଏହା ଗ୍ରେଡ-ଟିୟର ଅଟେ। ଦୀପକଙ୍କ ଜାଗାରେ କେଉଁ ବୋଲରଙ୍କୁ ଟିମରେ ସାମିଲ କରାଯିବ ଏହାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ।

ଚାହାର ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜରୁ ବାହାର ହେବାପରେ ତାଙ୍କ ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗସର ଚିନ୍ତା ବଢିଯାଇଛି। କାରଣ ଚାହାରଙ୍କୁ ସିଏସକେ ଆଇପିଏଲ ୨୦୨୨ ମେଗା ଅକ୍ସନରେ ୧୪ କୋଟିରେ ଟିମରେ ସାମିଲ କରିଥିଲା। ଚାହାର ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ ମୋଟ ୩ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।

Google

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନୋଟି ମ୍ୟାଚର ଟି-୨୦ ସିରିଜର ଆରମ୍ଭ ୨୪ ଫେବୃଆରୀକୁ ଲକ୍ଷନୌରେ ହେବ। ଟିମ ଇଣ୍ଡିଆ ଏହା ପାଇଁ ଲକ୍ଷନୌ ପହଁଚିସାରିଛି। ଏହା ପରେ ସିରିଜର ବାକି ଦୁଇଟି ମ୍ୟାଚ ୨୬ ଓ ୨୭ ଫେବୃଆରୀକୁ ଧର୍ମଶାଳାରେ ଖେଳାଯିବାର ଅଛି। ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ୩-୦ ରେ ଟି-୨୦ ସିରିଜ ଜିତିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *