ବ୍ୟୁରୋ ରିପୋର୍ଟ: ବୈବଭ ଅରୋଡ଼ାଙ୍କୁ ଯେବେ ପଞ୍ଜାଵ କିଙ୍ଗସ ଚେନ୍ନାଇ ସୁପର କିଙ୍ଗସ ବିରୁଦ୍ଧରେ ମ୍ୟାଚରେ ଓହ୍ଲାଇଲା ଟିମ ମ୍ୟାନେଜମେଣ୍ଟର ଏହି ଫଇସଲା ଲୋକଙ୍କୁ ପସନ୍ଦ ଆସିନଥିଲା। ଏହା ଏଥିପାଇଁକି ପଞ୍ଜାଵର ଅନୁଭବୀ ବୋଲର ସନ୍ଦୀପ ଶର୍ମାଙ୍କ ଜାଗା ବୈଭବଙ୍କୁ ଦିଆଯାଇଥିଲା। ସନ୍ଦୀପ ଶର୍ମାଙ୍କ ପାଖରେ ଆଇପିଏଲ ଖେଳିବାର ଲମ୍ବା ଅନୁଭବ ଅଛି।

୧୪ ଡିସେମ୍ବର ୧୯୯୭କୁ ଜନ୍ମ ହୋଇଥିବା ବୈଭବ ଅରୋଡ଼ା ଟିମ ମ୍ୟାନେଜମେଣ୍ଟର ଏହି ଫୈଲସାକୁ ଉଚିତ ସାବ୍ୟସ୍ତ କରିଥିଲେ। ସେ ସିଏସକ ବିରୁଦ୍ଧରେ ପାୱାର ପ୍ଲେରେ ଦୁଇଟି ୱିକେଟ ନେଇ ଟିମକୁ ଭଲ ଆରମ୍ଭ ଦେଇଥିଲେ। ଏହି ଝଟକା ଚେନ୍ନାଇକୁ ଭାରି ପଡିଗଲା ଓ ପଞ୍ଜାଵ ଏହି ମ୍ୟାଚ ଜିତିଲା।
ବୈଭବ ଏହି ମ୍ୟାଚରେ ୪ ଓଭରରେ ୨୧ ରନ ଦେଇ ୨ଟି ୱିକେଟ ନେଇଥିଲେ। ଯେଉଁ ପୁଚରେ ଶିଖର ଧାୱନ, ଲିୟାମ ଲିଭିଙ୍ଗଷ୍ଟୋନ ଆକ୍ରାମକ ବ୍ୟାଟିଙ୍ଗ କରୁଥିଲେ ସେହି ପିଚରେ ବୈଭବ ସୁନ୍ଦର ବୋଲିଙ୍ଗ କରି ନଜକୁ ସାବ୍ୟସ୍ତ କରିଥିଲେ।

ସେ ଘରୋଇ କ୍ରିକେଟର ଆରମ୍ଭ ହିମାଚଳରୁ କରିଥିଲେ। ସେ ୨୦୧୯ରେ ସୁରାଷ୍ଟ୍ର ତରଫରୁ ଫାଷ୍ଟକ୍ଳାସ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ପୂର୍ଵ ବର୍ଷ ୨୦୨୧ର୍ବ ଛତିଶଗଡ଼ ବିରୁଦ୍ଧରେ ଟି-୨୦ କ୍ରିକେଟ ଆରମ୍ଭ କରିଥିଲେ।
ଆଇପିଏଲର ଟିମ ପଞ୍ଜାଵ କିଙ୍ଗସ ଆଇପିଏଲ ୨୦୨୦ରେ ବୈଭବଙ୍କୁ ନେଟ ବୋଲର ରୂପରେ ନିଜ ସହ ଯୋଡିଥିଲା।
ବୈଭବ ପୂର୍ବରୁ କେକେଆର ଟିମର ଅଂଶ ରହିସାରିଛନ୍ତି। କିନ୍ତୁ କେକେଆର ତାଙ୍କୁ ଦେଭ୍ୟୁର ମୌକା ଦେଇନଥିଲା।

ପଞ୍ଜାଵ କିଙ୍ଗସ ଆଇପିଏଲ ମେଗା ଅକ୍ସନରେ ତାଙ୍କୁ ୨ କୋଟିରେ ଟିମରେ ସାମିଲ କରିଥିଲା। ଏହି ବୋଲରଙ୍କୁ କିଣିବା ପାଇଁ ପଞ୍ଜାଵ ଓ କେକେଆର ଟିମ ମଧ୍ୟରେ ଟକର ଦେଖିବାକୁ ମିଳିଥିଲା।
ବୈବଭ ଅରୋଡ଼ା ଓ ପଞ୍ଜାଵ କିଙ୍ଗସର ବାମହାତୀ ପେସର ଅର୍ସଦୀପ ସିଂହ ଜୁନିୟର ସ୍ତରରେ ଏକାସାଥିରେ ଖେଳିଥାନ୍ତି। ଦୁହିଁଙ୍କ ବଣ୍ଡିଙ୍ଗ ବହୁତ ଭଲ ଅଟେ। ଦୁହେଁ ଦୁହିଁଙ୍କ ଖେଳକୁ ଭଲ ଭାବରେ ଜାଣିଛନ୍ତି।
ବୈଭବ ଅରୋଡା ଏବେ ପର୍ଯ୍ୟନ୍ତ ୧୩ ଟି-୨୦ ମ୍ୟାଚରେ ୧୪ ୱିକେଟ ନେଇଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୬ ରନ ଦେଇ ୩ ୱିକେଟ ଅଟେ। ୯ ଫାଷ୍ଟକ୍ଳାସ ମ୍ୟାଚରେ ସେ ୩୦ ୱିକେଟ ନେଇଛନ୍ତି।

ଗୋଟେ ସମୟରେ ବୈଭବ ଆର୍ଥିକ ସଙ୍କଟ ପାଇଁ କ୍ରିକେଟ ଛାଡିବାର ଫଇସଲା ନେଇଥିଲେ। କିନ୍ତୁ ତାଙ୍କ ପିଲାବେଳର କୋଚ ରବି ବର୍ମା ବୈଭବଙ୍କୁ ଏହି ନିଷ୍ପତ୍ତି ନ ନେବା ପାଇଁ ବୁଝାଇଥିଲେ। କୋଚ ବହୁତ ବୁଝାଇ ଅସୁବିଧା ସମୟରେ ତାଙ୍କ ମନୋବଳ ବଢ଼ାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।