୨୦୦୭ ରେ ଖେଳା ଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ଏବଂ ୨୦୧୧ ରେ ଖେଳା ଯାଇଥିବା ଦିନିକିଆ ବିଶ୍ୱକପରେ ଭାରତ ଜିତିବାର ସମସ୍ତ ଖେଳାଳିଙ୍କ ଭୂମିକା ରହିଥିଲା। ଏଥିରେ ଏକ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ ଏସ୍ ଶ୍ରୀଶାନ୍ତ। ବର୍ତ୍ତମାନ ସେ ଦଳକୁ ପୁଣି ଥରେ ଫେରିବାକୁ ଯାଉଛନ୍ତି। ଏହା କୌଣସି ଗୁଜବ ନୁହେଁ। ଶ୍ରୀଶାନ୍ତ ନିଜେ ହରଭଜନ ସିଂଙ୍କ ସହିତ ଗୋଟିଏ ଦଳରେ ଖେଳୁଥିବାର ଦେଖିବାକୁ ମିଳିପାରେ। ଉଭୟ ଗୋଟିଏ ଦଳ ଭାବରେ ଭାରତ ପକ୍ଷରୁ ଖେଳିବାକୁ ଯାଉଛନ୍ତି। ତେବେ ଏହି ମ୍ୟାଚ ବହୁତ ଜଲ୍ଦି ହେବାକୁ ଯାଉଛି। ତେବେ ଶ୍ରୀଶାନ୍ତ ଜଣେ ଉଚ୍ଚକୋଟୀର ବୋଲର ଅଟନ୍ତି। ସେ ଭାରତ ପାଇଁ ଅନେକ ମ୍ୟାଚ ବିଜୟୀ ବୋଲିଂ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତୀୟ କ୍ରିକେଟର ହରଭଜନ ସିଂ ଏବଂ ଏସ୍ ଶ୍ରୀଶାନ୍ତ ପୁଣି ଥରେ ଏକା ସାଙ୍ଗରେ ଖେଳୁଥିବାର ଦେଖିବାକୁ ମିଳିବ। ପ୍ରମୁଖ କଥା ଏହା ଯେ, ଉଭୟ ଭାରତ ପକ୍ଷରୁ ଏହି ମ୍ୟାଚ ଖେଲିବେ। ଏହି ଟୁର୍ଣ୍ଣାମେଣ୍ଟ ହେବ ଲିଯେଣ୍ଡସ କ୍ରିକେଟ ଲିଗ ସିଜିନ-୨ । ଏହି ସିରିଜ ଏହି ବର୍ଷ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ପକ୍ଷରୁ ବିରେନ୍ଦ୍ର ସେହ୍ୱାଗଙ୍କ ଅଧିନାୟକତ୍ୱରେ ୧୭ ଜଣ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି।
ଭାରତ ଛାଡି ଦୁବାଇରେ ରହୁଥିବା ଶ୍ରୀଶାନ୍ତଙ୍କର ନାମ ମଧ୍ୟ ଏହି ମ୍ୟାଚର ତାଲିକାରେ ରହିଛି। ଏହା ପୂର୍ବରୁ ଚଳିତ ବର୍ଷ ଶ୍ରୀଶାନ୍ତ ତାଙ୍କ ନାମ ଆଇପିଏଲ ମେଗା ଅକ୍ସନରେ ରେଜିଷ୍ଟ୍ର କରିଥିଲେ। ମାତ୍ର ତାଙ୍କୁ କୌଣସି ଦଳ କିଣି ନଥିଲେ। ଏହାପରେ କେରଳ କ୍ରିକେଟ ଆସୋସିଏସନ ସହ କିଛି ମତଭେଦ କାରଣରୁ ସେ କ୍ରିକେଟ ଜଗତରୁ ସମ୍ପୂର୍ଣ୍ଣ ଭାବରେ ଅବସର ନେଇ ଯାଇଥିଲେ। କିନ୍ତୁ ଏହା ପରେ ମଧ୍ୟ ସେ ପୁଣି ଥରେ ଆଗଭଳି ନିଜ ପୂର୍ବ ଖେଳାଳିଙ୍କ ସହିତ ପଡ଼ିଆରେ ଖେଳୁଥିବାର ଦେଖିବାକୁ ମିଳିପାରେ।

ଏହାକୁ ନେଇ ସେ ନିଜର ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଲିଜେଣ୍ଡସ୍ କ୍ରିକେଟ ଟିମରେ ଖେଳିବା ତାଙ୍କ ପାଇଁ ସୌଭାଗ୍ୟର କଥା। ସେ ଏଥିନେଇ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ଏସ୍ ଶ୍ରୀଶାନ୍ତ ଏହା ଆଗରୁ ବିଶ୍ୱକପ ଦଳର ଖେଳାଳି ଭାବରେ ସ୍ଥାନ ମଧ୍ୟ ପାଇଛନ୍ତି। ଲିଜେଣ୍ଡସ୍ କ୍ରିକେଟ ଲିଗ ଟୁର୍ଣ୍ଣାମେଂଟ ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ହେବାର ଅଛି। ଏଥିରେ ବିରେନ୍ଦ୍ର ସେହ୍ୱାଗଙ୍କ ସମେତ ଭାରତର ଦୁଇ ଭାଇ ୟୁସୁଫ ପଠାନ ଏବଂ ଇରଫାନ ପଠାନ, ହରଭଜନ ସିଂ, ପାର୍ଥିବ ପଟେଲ ମଧ୍ୟ ଖେଳିବାକୁ ଯାଉଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।