ଋତୁରାଜଙ୍କ ପରେ ଏହି ଭାରତୀୟ ଖେଳାଳି କଲେ କମାଲ! ୧୭୪ର ଜବରଦସ୍ତ ପାରି ଖେଳି ହେଲେ ଚର୍ଚ୍ଚା, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ବିଜୟ ହଜାରେ ଟ୍ରଫିରେ କ୍ଵାଟରଫାଇନାଲ ମୁକାବିଲାରେ ଚୌକା ଏବଂ ଛକା ହୋଇଛି। ଋତୁରାଜ ଗାଏକୱାଡ଼ ଉତ୍ତର ପ୍ରଦେଶ ବିପକ୍ଷରେ ୨୨୦ ରନ ଖେଳି ନିଜର ଜବରଦସ୍ତ ଫର୍ମ ଦେଖାଇଥିଲେ। ଠିକ ସେହିପରି କିଛି କାରନାମା ରାଜସ୍ଥାନ ରୟାଲସ ଖେଳାଳି ରିୟାନ ପରାଗ କରିଛନ୍ତି। ଆସାମ ପକ୍ଷରୁ ଖେଳୁଥିବା ରିୟାନ ପରାଗ ଜମ୍ମୁକାଶ୍ମୀର ବିପକ୍ଷରେ ୧୭୪ ରନର ଜବରଦସ୍ତ ପାରି ଖେଳିଥିଲେ। ତାଙ୍କ ପାରି ଯୋଗୁଁ ଆସାମ ଦଳ ୩ ଟି ୱିକେଟ ହରାଇ ଜାମ୍ମୁ କାଶ୍ମୀରର ୩୫୧ ର ବିଜୟ ଲକ୍ଷ୍ୟକୁ ଅତି ସହଜରେ ହାସଲ କରି ନେଇଥିଲା। ଏହା ଦ୍ୱାରା ଦଳ ସେମିଫାଇନାଲରେ ନିଜ ସ୍ଥାନ ପକା କରିଛି।

ଆସାମ ବ୍ୟାଟ୍ସମ୍ୟାନ୍ ରିୟାନ ପରାଗ ୧୨ ଚୌକା ଏବଂ ୧୨ ଛକା ସହିତ ୧୧୬ ବଲରେ ୧୭୪ ର ଜବରଦସ୍ତ ପାରି ଖେଳିଥିଲେ। ସେ ମାତ୍ର ୨୪ ବଲରେ ଚୌକା ଏବଂ ଛକା ସହିତ ୧୨୦ ରନ କରିଥିଲେ। ରିୟାନଙ୍କ ଷ୍ଟ୍ରାଇକ ରେଟ ୧୫୦ ଥିଲା। ଜମ୍ମୁକାଶ୍ମୀର ଏକ ସମୟରେ ୪୫ ରନରେ ୨ ଟି ଉଇକେଟ ହରାଇ ଦେଇଥିବା ବେଳେ ଏହାପରେ ରିୟାନ ପରାଗ ଏବଂ ରିସବ ଦାସ ଜବରଦସ୍ତ ବ୍ୟାଟିଂ କରିଥିଲେ। ଗୋଟିଏ ସମୟରେ ମ୍ୟାଚ ଜମ୍ମୁକାଶ୍ମୀର ହାତରେ ଥିବା ବେଳେ ପରବର୍ତ୍ତୀ ସମୟରେ ଆସାମ ଦଳ ଏହା ଉପରେ ଅଧିକାର କରି ନେଇଥିଲା।

ରିୟାନ ରିସବଙ୍କ ସହିତ ତୃତୀୟ ୱିକେଟ ଯୋଡିରେ ୨୧୭ ବଲରେ ୨୭୭ ରନ ପାର୍ଟନର୍ସିପ ଗଢ଼ିଥିଲେ। ଏଥିରେ ରିୟାନଙ୍କ ୧୭୪ ରନ ଏବଂ ରିସବଙ୍କ ୯୨ରନର ଭାଗିଦାରୀ ଥିଲା। ରିୟାନ ୭୭ ବଲରେ ନିଜର ଶତକ ହାସଲ କରିଥିଲେ। ରିୟାନ ବିବରାନ୍ତ ଶର୍ମାଙ୍କୁ ୩ ଟି ଚୌକା ଏବଂ ଗୋଟିଏ ଛକା ସହିତ ୨୭ ବଲରେ ୩୪ ରନ ବାହାର କରିଥିଲେ। ସେ ସାହିଲ ଲୋତ୍ରାଙ୍କ ୯ ଟି ବଲରେ ୪ ଛକା ସହିତ ୨୮ ରନ ସଂଗ୍ରହ କରିଥିଲେ।

ଆସାମ ଦଳ ପ୍ରଥମେ ଟସ ଜିତି ଜମ୍ମୁ କାଶ୍ମୀରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଜମ୍ମୁ କାଶ୍ମୀର ଦଳ ଭଲ ଭାବରେ ଏହାର ଫାଇଦା ଉଠାଇଥିଲେ। ବ୍ୟାଟ୍ସମ୍ୟାନ୍ ଶୁଭମ ଖଜୁରିଆ ଏବଂ ହେନନ ନଜିରଙ୍କ ଜବରଦସ୍ତ ଶତକ ଦ୍ୱାରା ଦଳ ୭ ଟି ୱିକେଟ ହରାଇ ୩୫୦ ରନ କରିଥିଲା। ରିୟାନ ପରାଗ (୧୭୪) ଏବଂ ରିସବ ଦାସସ (ନଟ ଆଉଟ ୧୧୪ ରନ) ଯୋଗୁଁ ଆସାମ ଦଳ ୪୬.୧ ଓଭରରେ ୩ ଟି ୱିକେଟ ହରାଇ ୩୫୩ ରନ ସଂଗ୍ରହ କରି ନେଇଥିଲା।

Leave a Reply

Your email address will not be published. Required fields are marked *