IND VS NZ: ନ୍ୟୁଜଲ୍ୟାଣ୍ଡକୁ ବଡ଼ ଝଟକା! ଏହି ଷ୍ଟାର ଦୁର୍ଦ୍ଦଶ ଖେଳାଳି ହୋଇପାରନ୍ତି ବାହାର, ପଢନ୍ତୁ ପୁରା ଖବର

ଆଇସିସି ଟି-୨୦ ବିଶ୍ୱକପରେ ଭାରତର ଆଗାମୀ ମ୍ୟାଚ ୩୧ ଅକ୍ଟୋବରକୁ ନ୍ୟୁଜଲ୍ୟାଣ୍ଡ ସହ ଅଛି। ଭାରତୀୟ ଟିମ ଏହି ମ୍ୟାଚକୁ କୌଣସି ପ୍ରକାର ଜିତିବାକୁ ଚାହିଁଭ କାରଣ ପ୍ରଥମ ମ୍ୟାଚ ହାରିବା ପରେ ଭାରତର ଅସୁବିଧା ବଢିଯାଇଛି। ଏହା ମଧ୍ୟରେ ନ୍ୟୁଜଲ୍ୟାଣ୍ଡକୁ ବଡ଼ ଝଟକା ଲାଗିଛି। କାରଣ ନ୍ୟୁଜଲ୍ୟାଣ୍ଡର ଓପନର ବ୍ୟାଟ୍ସମ୍ୟାନ ମାର୍ଟିନ ଗପଟିଲଙ୍କ ଗୋଡ଼ର ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ସେ ଖେଳିବା ନିଶ୍ଚିତ ନାହିଁ।

Google

ଏହାକୁ ଦେଖି ଭାରତ ବିରୁଦ୍ଧରେ ହେବାକୁ ଥିବା ମ୍ୟାଚରେ ନ୍ୟୁଜଲ୍ୟାଣ୍ଡକୁ ଅସୁବିଧାର ସାମ୍ନା କରିବାକୁ ହେବ। ପୂର୍ଵ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡ ପାକିସ୍ତାନ ବିରୁଦ୍ଧରେ ଖେଳିଥିଲା ଯେଉଁ ମ୍ୟାଚରେ ଗପଟିଲ ୧୭ ବଲରେ ୨୦ ରନ କରିଥିଲେ। ମ୍ୟାଚର ପାୱାର ପ୍ଲେ ଓଭରରେ ହାରିଫ ରାଉଫଙ୍କ ବଲ ତାଙ୍କ ଆଙ୍ଗୁଠିରେ ବାଜିଥିଲା। ସେହି ମ୍ୟାଚରେ ପାକିସ୍ତାନ ନ୍ୟୁଜଲ୍ୟାଣ୍ଡକୁ ୫ ୱିକେଟରେ ହରାଇଦେଇଥିଲା।

ଗପଟିଲ ସେହି ମ୍ୟାଚରେ ୧୭ ବଲରେ ୨୦ ରନ କରିଥିଲେ ଓ ତିନୋଟି ଚୌକା ମାରିଥିଲେ। ହାରିସଙ୍କ ବଲ ତାଙ୍କ ଆଙ୍ଗୁଠିରେ ବାଜି ୱିକେଟ କିପର ହାତକୁ ଯାଇଥିଲା ଯାହା ପରେ ସେ କଷ୍ଟରେ ଦେଖାଯାଇଥିଲେ। ଯଦି ଗପଟିଲ ଭାରତ ସହ ମ୍ୟାଚରେ ଖେଳିବେ ନାହିଁ ତେବେ ନ୍ୟୁଜଲ୍ୟାଣ୍ଡ ପାଇଁ ଏହା ବହୁତ ଅସୁବିଧା ହେବ ଓ ଅଧିନାୟକ ୱିଲିୟମସନଙ୍କ ପାଇଁ ତାଙ୍କ ଜାଗା ପାଇଁ ବ୍ୟାଟ୍ସମ୍ୟାନ ଖୋଜିବା କଷ୍ଟକର ହୋଇଯିବ।

Google

ମ୍ୟାଚ ପରେ ନ୍ୟୁଜଲ୍ୟାଣ୍ଡର କୋଚ କୈରି ଷ୍ଟିଡ କହିଛନ୍ତି ଖେଳର ଶେଷରେ ଗପଟିଲ କଷ୍ଟରେ ଦେଖାଯାଇଛନ୍ତି ଓ ଆମେ ତାଙ୍କ ଆଘାତ ଉପରେ ନଜର ରଖିଛୁ। ଆଗାମୀ ୨୪-୪୮ ଘଣ୍ଟା ପର୍ଯ୍ୟନ୍ତ ଆଘାତ ବିଷୟରେ କହିବା କଷ୍ଟକର। ଏହା ପୂର୍ବରୁ ନ୍ୟୁଜଲ୍ୟାଣ୍ଡର ପ୍ରେସର ବୋଲର ଲକି ଫର୍ଗୁସନ ମାଂସପେଶୀ ଆଘାତ କାରଣରୁ ପାକିସ୍ତାନ ସହ ମ୍ୟାଚରେ ଖେଳିବାର ନଜର ଆସିନଥିଲେ ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *