IND vs WI: ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ରୋହିତ ଏହି ଖେଳାଳିଙ୍କୁ ଚୂଡାନ୍ତ ଏକାଦଶର କରିବେ ଏଣ୍ଟ୍ରି? ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ସୁନ୍ଦର ବିଜୟ ହାସଲ କରିଥିଲା। ଏବେ ଟିମର ଲକ୍ଷ୍ୟ ଦ୍ୱିତୀୟ ମ୍ୟାଚ ଜିତିବା ଅଟେ। ଭାରତ ପାଖରେ ଅନେକ ଷ୍ଟାର ଖେଳାଳି ଅଟନ୍ତି ଯିଏ ଭାରତକୁ ମ୍ୟାଚ ଜିତାଇପାରନ୍ତି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପ୍ରଥମ ଟି-୨୦ରେ କିଛି ଖେଳାଳି ଖରାପ ପ୍ରଦର୍ଶନ କରିଥିଲେ।

Google

ଏହି ଅଲରାଉଣ୍ଡରଙ୍କୁ ମିଳିପାରେ ଜାଗା:

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପ୍ରଥମ ଟି-୨୦ରେ ଶ୍ରେୟସ ଅୟର ଜଲଦି ଆଉଟ ହୋଇଯାଇଥିଲେ ଯେବେକି ଟିମ ତାଙ୍କ ଠୁ ବଡ଼ ପାରିର ଆଶା କରିଥିଲା। ତେଣୁ ଆଗାମୀ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ତୃତୀୟ ନମ୍ବରରେ ଏକରାଉଣ୍ଡର ଦୀପକ ହୁଡ୍ଡାଙ୍କୁ ମୌକା ଦେଇପାରନ୍ତି। ଭେଙ୍କଟେସ ପ୍ରସାଦ ଓ କେ ଶ୍ରୀକାନ୍ତ ମଧ୍ୟ ହୁଡ୍ଡାଙ୍କୁ ମୌକା ଦେବା ଉପରେ କହିଛନ୍ତି। ହୁଡ୍ଡା ନିଜର ୬ ଇଣ୍ଟରନେସନାଲ ମ୍ୟାଚରେ ୨୦୬ ରନ କରିଛନ୍ତି। ଯେଉଁଥିରେ ଏକ ଶତକ ମଧ୍ୟ ସାମିଲ ଅଛି।

Google

ଏହି ଖେଳାଳି କଲେ ନିରାଶ:

ସୂର୍ଯ୍ୟକୁମାର ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ନିଜ ନାମ ଅନୁସାରେ ପ୍ରଦର୍ଶନ କରିପାରିନାହଁନ୍ତି। ସେ ରୋହିତ ଶର୍ମାଙ୍କ ସହ ଓପନିଙ୍ଗ କରିଥିଲେ ହେଲେ ଅଧିନାୟକ ଓ କୋଚଙ୍କ ବିଶ୍ୱାସକୁ ସାବ୍ୟସ୍ତ କରିପାରିନାହାଁନ୍ତି। ସେ ମାତ୍ର ୨୪ ରନ କରି ଆଉଟ ହୋଇଯାଇଥିଲେ। ତେଣୁ ଦ୍ୱିତୀୟ ଟି-୨୦ରେ ଇସାନ କିସନଙ୍କୁ ମୌକା ମିଳିପାରେ।

ମ୍ୟାଚ ଜିତିବା ଉପରେ ରହିବ ଭାରତୀୟ ଟିମର ଲକ୍ଷ୍ୟ:

ଭାରତୀୟ ଟିମ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବହୁତ ସୁନ୍ଦର ଫର୍ମରେ ଚାଲୁଛି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ଜିତି ଟିମ ଇଣ୍ଡିଆ ସିରିଜରେ ୨-୦ରେ ଆଗୁଆ ହେବାକୁ ଚାହିଁବ। ଏହି ମ୍ୟାଚ ଜିତିବା ଦ୍ଵାରାଭାରତ ପାକିସ୍ତାନର ବରାବରି କରିବ। କାରଣ ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ୨୧ ଟି ଟି-୨୦ ମ୍ୟାଚରୁ ୧୪ ଜିତିଛି ଓ ପାକିସ୍ତାନ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୨୧ ଟି-୨୦ ମ୍ୟାଚରୁ ୧୫ ଟି ମ୍ୟାଚ ଜିତିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *