ବୁମରାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଦଳରେ ସାମିଲ କଲା ମୁମ୍ବାଇ ଇଣ୍ଡିଆନ୍ସ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୩ ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ଇଂଜୁରୀ ହୋଇଥିବା ଯଶପ୍ରୀତ ବୁମରାଙ୍କ ସ୍ଥାନରେ ସନ୍ଦୀପ ୱାରିୟରଙ୍କୁ ଦଳରେ ସାମିଲ କରାଯାଇଛି। ୨୦୨୧ ରେ ଭାରତୀୟ ଦଳ ପାଇଁ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଥିବା ସନ୍ଦୀପ ୱାରିୟର ବର୍ତ୍ତମାନ ପର୍ଯ୍ୟନ୍ତ ୬୮ ଟି ଟି-ଟ୍ୱେଣ୍ଟି ମ୍ୟାଚରେ ୬୨ ଟି ୱିକେଟ ନେଇ ସାରିଛନ୍ତି।

ସନ୍ଦୀପ ୱାରିୟର କୋଲକାତା ନାଇଟ ରାଇଡ଼ର୍ସ ପକ୍ଷରୁ ୫ ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲସ୍ ରିସବ ପନ୍ତଙ୍କ ବିକଳ୍ପ ଭାବରେ ଅଭିଷେକ ପରେଲଙ୍କୁ ଦଳରେ ସାମିଲ କରିଛି। ଯଶପ୍ରୀତ ବୁମରା ନିଜ ପିଠିରେ ଯନ୍ତ୍ରଣା କାରଣରୁ ଆଇପିଏଲ ଖେଳିବେ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ନିଜର ବୟାନରେ କହିଛନ୍ତି ଯେ,’ ଯଶପ୍ରୀତ ବୁମରାଙ୍କ ବିକଳ୍ପ ଭାବରେ ଡ଼ାହାଣହାତୀ ବୋଲର ସନ୍ଦୀପ ୱାରିୟରଙ୍କୁ ଦଳରେ ସାମିଲ କରାଯାଇଛି।’

୨୦୨୧ ରେ ଭାରତୀୟ ଫ୍ଲର ଡେବ୍ୟୁ କରିଥିବା ଏହି ଖେଳାଳି ଘରୋଇ ସ୍ତରରେ ୨୦୦ ରୁ ଅଧିକ ମ୍ୟାଚ ଖେଳିଥିବା ବେଳେ ଏଥିମଧ୍ୟରୁ ୬୯ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ସାରିଛନ୍ତି। ସେ ନିଜ କ୍ୟାରିୟରରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୬୨ ଟି ୱିକେଟ ନେଇଛନ୍ତି। ସେ ୬୬ ଟି ପ୍ରଥମ ଶ୍ରେଣୀ କ୍ରିକେଟ, ୬୯ ଲିଷ୍ଟ-ଏ କ୍ରିକେଟ ୬୮ ଟି ଟି-ଟ୍ୱେଣ୍ଟି ଫର୍ମାଟ ମ୍ୟାଚ ଖେଳି ଯଥାକ୍ରମେ ୨୧୭, ୮୩, ୬୨ ଟି ୱିକେଟ ନେଇଛନ୍ତି। ୨୦୨୧ ରେ ସେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳ ପକ୍ଷରୁ ଡେବ୍ୟୁ କରିଥିବା ବେଳେ ୨୦୨୦ ରେ କେରଳ ଦଳର ପ୍ରତିନିଧିତ୍ଵ କରିଥିଲେ।

ଆଗାମୀ ଅପ୍ରେଲ ୨ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲ ମ୍ୟାଚ ଖେଳାଯିବ ଯାହାକି ଉଭୟ ଦଳ ପାଇଁ ପ୍ରଥମ ମ୍ୟାଚ ଅଟେ। ଇଂଜୁରୀ କାରଣରୁ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦଳରୁ ବାହାରେ ଅଛନ୍ତି। ଏହି ୨୯ ବର୍ଷୀୟ ଦ୍ରୁତ ବୋଲର ସନ୍ଦୀପ ୱାରିୟର ବର୍ତ୍ତମାନ ଭାରତ ପକ୍ଷରୁ ଦିନିକିଆ ବିଶ୍ୱକପରେ ଡେବ୍ୟୁ କରିବା ନେଇ ଲକ୍ଷ୍ୟ ରଖିଛନ୍ତି। ନିକଟରେ ତାଙ୍କୁ ଅଭ୍ୟାସ ସମୟରେ ଇଂଲଣ୍ଡ ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚରଙ୍କ ସହିତ କଥା ହେଉଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *