ବ୍ୟୁରୋ ରିପୋର୍ଟ: ଏସିଆ କପ ୨୦୨୨ର ଆରମ୍ଭ ୨୭ ଅଗଷ୍ଟରୁ ହେବାକୁ ଯାଉଛି। ଭାରତ ନିଜର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି। ଭାରତକୁ ଏସିଆ କପ ଜିତିବାର ଅଧିକ ଦାବିଦାର ମାନାଯାଉଛି। ପାକିସ୍ତାନ ଟିମକୁ ବିରାଟ କୋହଲି ଓ ହାର୍ଦିକ ପାଣ୍ଡ୍ୟାଙ୍କଠୁ ଅଧିକ ବିପଦ ଏହି ଖେଳାଳିଙ୍କ ଠୁ ଅଛି।

ଏସିଆ କପରେ ଟିମ ଇଣ୍ଡିଆର ଏହି ଖେଳାଳି ହେବ ପାକିସ୍ତାନର ଡର:
ଏହି ଖେଳାଳି ଆଉ କେହି ନୁହେଁ ବରଂ ଭାରତର ଷ୍ଟାର ଓପନର ତଥା ଅଧିନାୟକ ରୋହିତ ଶର୍ମା ଅଟନ୍ତି। ଏସିଆବକପରେ ପାକିସ୍ତାନ ଖେଳାଳିଙ୍କୁ ବିରାଟଙ୍କ ଠୁ ଅଧିକ ବିପଦ ରୋହିତଙ୍କ ଠାରେ ଅଛି। ଯଦି ରୋହିତ ତୀବ୍ର ବେଗରେ ରନ କରିବେ ଏହା ବଡ଼ ଅନ୍ତର ସୃଷ୍ଟି କରିବ।
ଏହି ଖେଳାଳି କରିଦେବ ପାକିସ୍ତାନର ଖେଳ ଶେଷ:
ଏସିଆ କପରେ ପାକିସ୍ତାନ ବିରୁଦ୍ଧରେ ମ୍ୟାଚରେ କେଏଲ ରାହୁଲ ଓ ରୋହିତ ଶର୍ମା ଓପନିଙ୍ଗ ପାଇଁ ଓହ୍ଲାଇବେ। ନମ୍ବର ୩ରେ ବିରାଟ କୋହଲି ଓ ଚତ୍ରୁର୍ଥ ନମ୍ବରରେ ସୂର୍ଯ୍ୟକୁମାର ଯାଦବ ଓହ୍ଲାଇବେ। ଯଦି ଟପ ଅର୍ଡରରେ ଏହି ଖେଳାଳି ରହିବେ ତେବେ ପାକିସ୍ତାନ ବିରୁଦ୍ଧରେ ବଡ଼ ସ୍କୋର ହେବ।

୯ ମାସ ପରେ ଦୁଇ ଦେଶ ମଧ୍ୟରେ ହେବ ମ୍ୟାଚ:
ଭାରତ ଓ ପାକିସ୍ତାନ ଟିମ ୯ ମାସ ପରେ ଆମ୍ନା ସାମ୍ନା ହେବେ। ଶେଷ ଥର ଦୁହେଁ ଟି-୨୦ ବିଶ୍ୱକପ ୨୦୨୧ରେ ମୁହାଁ ମୁହିଁ ହୋଇଥିଲେ ଓ ସେହି ମ୍ୟାଚକୁ ପାକିସ୍ତାନ ୧୦ ୱିକେଟରେ ଜିତିଯାଇଛି। ତେବେ ଭାରତୀୟ ଦଳ ଏସିଆ କପରେ ଏହି ମ୍ୟାଚ ବିଜୟ ପାଇଁ ଖେଳିବ।
୬ ଟିମ ମଧ୍ୟରେ ଖେଳାଯିବାର ଅଛି ଏହି ଟୁର୍ଣ୍ଣାମେଣ୍ଟ:
ଏହି ଟୁର୍ଣ୍ଣାମେଣ୍ଟରେ ୬ ଟିମ ଭାଗ ନେବାକୁ ଯାଉଛନ୍ତି। ଭାରତ, ପାକିସ୍ତାନ, ବଙ୍ଗଳାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ଆଉ ଏକ ଟିମ କ୍ବାଲିଫାୟର ଦ୍ଵାରା ଚୟନ ହେବ। ଏସିଆ କପ ୨୦୨୨ର ମ୍ୟାଚ ଦୁବାଇ ଓ ସାରଯାହା ଗ୍ରାଉଣ୍ଡରେ ଖେଳାଯିବାର ଅଛି। ଯାହାର ଆୟୋଜନର ଦାୟିତ୍ୱ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପାଖରେ ଅଛି।

ଏ ଗ୍ରୁପରେ ଭାରତ ପାକିସ୍ତାନ ଟିମ:
ଏହି ୬ ଟିମଙ୍କୁ ଦୁଇ ଗ୍ରୁପରେ ବଛାଯାଇଛି।ଗ୍ରୁପ ଏ ରେ ଭାରତ, ପାକିସ୍ତାନ ଓ କ୍ୟାଲିଫାୟର ଟିମକୁ ରଖାଯାଇଛି। ସେହିପରି ଗ୍ରୁପ ବି ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବଙ୍ଗଳାଦେଶକୁ ରଖାଯାଇଛି।ଟିମ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି। ସେହିପରି ଦ୍ୱିତୀୟ ମ୍ୟାଚ ୩୧ ଅଗଷ୍ଟକୁ କ୍ବାଲିଫାୟର ଟିମ ସହିତ ଖେଳିବାର ଅଛି। ଏହାପରେ ସୁପର ୪ ମ୍ୟାଚ ଆରମ୍ଭ ହେବ। ୧୬ ଦିନରେ ଫାଇନାଲ ସହିତ ମୋଟ ୧୩ ମ୍ୟାଚ ଖେଳାଯିବାର ଅଛି।
ଏସିଆକପ ୨୦୨୨ର ପୁରା ସିଡ୍ୟୁଲ:
୧ମ ମ୍ୟାଚ ୨୭ ଅଗଷ୍ଟକୁ ଆଫଗାନିସ୍ତାନ ସହିତ ଶ୍ରୀଲଙ୍କା
୨ୟ ମ୍ୟାଚ ୨୮ ଅଗଷ୍ଟକୁ ଭାରତ ସହିତ ପାକିସ୍ତାନ
୩ୟ ମ୍ୟାଚ ୩୦ ଅଗଷ୍ଟକୁ ବଙ୍ଗଳାଦେଶ ସହିତ ଆଫଗାନିସ୍ତାନ
୪ର୍ଥ ମ୍ୟାଚ ୩୧ ଅଗଷ୍ଟକୁ ଭାରତ ସହିତ କ୍ବାଲିଫାୟାର
୫ମ ମ୍ୟାଚ ୧ ସେପ୍ଟେମ୍ବର ଶ୍ରୀଲଙ୍କା ସହିତ ବଙ୍ଗଳାଦେଶ।
୬ଷ୍ଠ ମ୍ୟାଚ ୨ ସେପ୍ଟେମ୍ବର ପାକିସ୍ତାନ ସହିତ କ୍ବାଲିଫାୟାର
୭ମ ମ୍ୟାଚ ୩ ସେପ୍ଟେମ୍ବର ବି ୧ ସହିତ ବି ୨
୮ମ ମ୍ୟାଚ ୪ ସେପ୍ଟେମ୍ବର ଏ ୧ ସହିତ ଏ ୨
୯ମ ମ୍ୟାଚ ୬ ସେପ୍ଟେମ୍ବର ବି ୧ ସହିତ ଏ ୧
୧୦ମ ମ୍ୟାଚ ୭ ସେପ୍ଟେମ୍ବର ବି ୨ ସହିତ ଏ ୨
୧୧ ତମ ମ୍ୟାଚ ୮ ସେପ୍ଟେମ୍ବର ଏ ୧ ସହିତ ବି ୨
୧୨ ତମ ମ୍ୟାଚ ୯ ସେପ୍ଟେମ୍ବର ଏ ୨ ସହିତ ବି ୧
ଫାଇନାଲ ମ୍ୟାଚ ୧୧ ସେପ୍ଟେମ୍ବର
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।