୧୯ ବର୍ଷୀୟ ଭାରତୀୟ କ୍ରିକେଟର ୧୭୧ ବଲରେ ମାରିଲେ ୨୬୭ ରନ, ଟିମକୁ ଟି-୨୦ ବିଶ୍ୱକପରେ ଜାଗା ଦେଲେ! ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ:ବୃତ୍ୟା ଅରବିନ୍ଦଙ୍କର ଜନ୍ମ ଚେନ୍ନାଇରେ ହୋଇଥିଲା। ସେ ପାଠ ପଢିବା ପାଇଁ ୟୁଏଇ ଯାଇଥିଲେ ଓ ସେହିଠାରେ ହିଁ ରହିଯାଇଥିଲେ। ଟି-୨୦ ବିଶ୍ୱକପ ପାଇଁ କ୍ୟାଲିଫାୟର ମ୍ୟାଚ ଏବେ ଓମାନରେ ଚାଲୁଛି। ୟୁଏଇ ଓ ଆୟରଲ୍ୟାଣ୍ଡ ଫାଇନାଲରେ ଜାଗା ସୃଷ୍ଟି କରିଛନ୍ତି ଓ ଏହା ସହିତ ଟି-୨୦ ବିଶ୍ୱକପରେ ଜାଗା ପାଇଯାଇଛନ୍ତି। ୟୁଏଇକୁ ଟି-୨୦ ବିଶ୍ୱକପର ଟିକେଟ ଦେବାରେ ଅରବିନ୍ଦଙ୍କର ପ୍ରମୂଖ ଭୂମିକା ଅଛି। ସେମି ଫାଇନାଲରେ ପହଁଚିବା ପାଇଁ ଟିମକୁ ରନରେଟ ଭଲ କରିବାର ଥିଲା। ଶେଷ ୬ ବଲରେ ୧୨ ରନ କରିବାର ଥିଲା କିନ୍ତୁ ଅରବିନ୍ଦ ୨୪ ରନ କରି ଟିମକୁ ଅନ୍ତିମ ୪ ରେ ପହଁଞ୍ଚାଇଦେଇଥିଲେ।

୧୯ ବର୍ଷୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ବୃତ୍ୟା ଅରବିନ୍ଦ ପୁରା ଟୁର୍ଣ୍ଣାମେଣ୍ଟରେ ଏବେ ପର୍ଯ୍ୟନ୍ତ ସୁନ୍ଦର ଖେଳ ଦେଖାଇଛନ୍ତି। ସେ ଶେଷ ୪ ପାରିରେ ୧୩୪ର ଔସତରେ ୨୬୭ ରନ କରିଛନ୍ତି। ଏଥିରେ ସେ ୧୭୧ ରନର ସାମ୍ନା କରିଥିଲେ। ଏଥିରେ ତାଙ୍କ ଷ୍ଟାଇକରେଟ ୧୫୬ ରହିଥିଲା ଯାହା ଟି-୨୦ ହିସାବରେ ବହୁତ ଭଲ ଅଟେ। ସେ ଏବେ ପର୍ଯ୍ୟନ୍ତ ୨୫ ଚୌକା ଓ ୧୧ ଛକା ମାରିସାରିଲେଣି। ମାନେ ୧୬୬ ରନ ସେ ବାଉଣ୍ଡରିରେ ମାରିଛନ୍ତି। ସେ ବହରିନ ବିପକ୍ଷରେ ଶେଷ ଲିଗ ମ୍ୟାଚରେ ୫୨ ବଲରେ ୮୪ ରନ କରି ନଟଆଉଟ ରହିଥିଲେ। ଏଥିରେ ସେ ୬ ଟି ଚୌକା ଓ ୫ ଟି ଛକା ମାରିଥିଲେ। ଶେଷ ଓଭରରେ ସେ ଦୁଇଟି ଛକା ଓ ଦୁଇଟି ଚୌକା ମାରିଥିଲେ।

ସେମି ଫାଇନାଲରେ ଖେଳିଥିଲେ ଆକ୍ରାମକ ପାରି:

ବୃତ୍ୟା ଅରବିନ୍ଦ ସେମିଫାଇନାଲରେ ମଧ୍ୟ ସୁନ୍ଦର ପାରି ଖେଳିଥିଲେ। ସେମିଫାଇନାଲରେ ସେ ୨୩ ବଲରେ ୪୬ ରନ କରିଥିଲେ। ଏଥିରେ ତାଙ୍କର ଷ୍ଟାଇକରେଟ ୨୦୦ ରହିଥିଲା । ଏହି ପାରିରେ ସେ ୫ ଟି ଚୌକା ଓ ୩ ଟି ଛକା ମାରିଥିଲେ। ମାନେ ୩୮ ରନ ସେ କେବଳ ବାଉଣ୍ଡରିରେ ମାରିଥିଲେ। ମ୍ୟାଚରେ ୟୁଏଇ ୭ ୱିକେଟ ହରାଇ ୧୭୫ ରନ କରିଥିଲେ। ଜବାବରେ ନେପାଳ ଟିମ ମାତ୍ର ୧୦୭ ରନ କରିପାରିଥିଲେ। ଏହିପରି ୟୁଏଇ ସେହି ମ୍ୟାଚକୁ ୬୮ ରନରେ ଜିତିଯାଇଥିଲା। ଫାଇନାଲରେ ୟୁଏଇ ଆୟରଲାଣ୍ଡକୁ ଭେଟିବାର ଅଛି। ଆୟରଲାଣ୍ଡ ଓମାନକୁ ହରାଇଛି।

ଟି-୨୦ରେ ଔସତ ୪୨ ର ଅଟେ:

ବୃତ୍ୟା ଅରବିନ୍ଦଙ୍କ ମୋଟ ଟି-୨୦ କ୍ୟାରିଅର କଥା କହିବାତ ସେ ୧୨ ପାରିରେ ୪୨ର ଔସତରେ ୪୧୭ ରନ କରିଥିଲେ। ୩ ଟି ଅର୍ଦ୍ଧଶତକ ମାରିଛନ୍ତି। ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ପାରି ହେଉଛି ୯୭ ରନ। ଷ୍ଟାଇକରେଟ ୧୩୮ର ରହିଛି , ୩୯ଟି ଚୌକା ଓ ୧୫ ଟି ଛକା ସେ ମାରିଛନ୍ତି।ବସେ ୟୁଏଇ ତରଫରୁ ୧୧ ଏକଦିବସିୟ ପାରିରେ ଏକ ଅର୍ଦ୍ଧଶତକ ଦ୍ଵାରା ୨୪୩ ଯେବେକି ଟି-୨୦ରେ ୧୨ ପାରିରେ ୩ ଅର୍ଦ୍ଧଶତକ ଦ୍ଵାରା ୪୧୭ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *