ବ୍ୟୁରୋ ରିପୋର୍ଟ: ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ଅବସର ପରେ ଏବେ କ୍ରିକେଟ ଗ୍ରାଉଣ୍ଡକୁ ପୁଣି ଫେରିବା ପାଇଁ ଇଚ୍ଛା କରିଛନ୍ତି। ସେ ଲିଜେଣ୍ଡସ ଲିଗ କ୍ରିକେଟରେ ଭାଗ ନେଇଥିବା ଦେଖାଯିବାର ଅଛି। ତାଙ୍କ ସହ ସ୍ପିନର ପ୍ରଜ୍ଞାନ ଓଝା,ଅଲରାଉଣ୍ଡର ରିତୀନ୍ଧର ସୋଢ଼ି, ଓ ବଙ୍ଗାଲର ପୂର୍ଵ ପେସର ଅଶୋକ ଡିଣ୍ଡା ମଧ୍ୟ ଏହି ଲିଗରେ ଭାଗ ନେବେ ବୋଲି କହିଛନ୍ତି। ଲିଗର ଆଗାମୀ ପ୍ଲେୟାର ଡ୍ରାପଡ଼ ପକ୍ରିୟାର ଅଂଶ ହେବାକୁ ପ୍ରସ୍ତୁତ।

ପାଖାପାଖି ଦୁଇ ବର୍ଷ ପୂର୍ବରୁ ନେଇଥିଲେ ଅବସର:
ପାର୍ଥିବ ପଟେଲ ଦୁଇ ବର୍ଷ ପୂର୍ବରୁ ୨୦୨୦ରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତାଙ୍କ ୱିକେଟ କିପିଙ୍ଗ ସ୍କିଲ ବହୁତ ଭଲ ଅଟେ। ସେ ଭାରତ ପାଇଁ ନିଜର ଟେଷ୍ଟ ଡେବ୍ୟୁ ୨୦୦୨ରେ ଇଂଲଣ୍ଡ ବିରୁଦ୍ଧରେ କରିଥିଲେ। ସେହି ସମୟରେ ସେ ୧୭ ବର୍ଷର ଥିଲେ ଓ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ସବୁଠୁ ଯୁବ ୱିକେଟ କିପର ହୋଇଥିଲେ।
ଭାରତ ପାଇଁ ଖେଳିଛନ୍ତି ତିନୋଟି ଯାକ ଫର୍ମାଟ:
ପାର୍ଥିବ ପଟେଲ ଭାରତ ପାଇଁ ୨୫ ଟେଷ୍ଟ,୩୮ ଏକଦିବସିୟ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ଟେଷ୍ଟରେ ୯୩୪ ଓ ଏକଦିବସିୟରେ ୭୩୬ ରନ କରିଛନ୍ତି। ସେ ଦୁଇଟି ଟି-୨୦ ଇଣ୍ଟରନେସନାଲ ମ୍ୟାଚ ମଧ୍ୟ ଖେଳିଛନ୍ତି। ଟେଷ୍ଟରେ ସେ ୬୨ ଟି କ୍ୟାଚ ଧରିଥିବା ବେଳେ ୧୦ ଷ୍ଟମ୍ପିଙ୍ଗ କରିଛନ୍ତି।ଆଇପିଏଲରେ ସେ ଅନେକ ଟିମ ପଟୁ ଖେଳିଛନ୍ତି।ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ , RCB ଓ ମୁମ୍ବାଇ ଇଣ୍ଡିଆନ୍ସ ସାମିଲ ଅଛି।ଏବେ ଲିଜେଣ୍ଡସ ଲିଗ କ୍ରିକେଟରେ ସେ ଫେରିଛନ୍ତି।

ଏହି ଖେଳାଳି ମଧ୍ୟ ଖେଳିବେ କ୍ରିକେଟ:
ଶ୍ରୀଲଙ୍କାର ପୂର୍ଵ ଅଧିନାୟକ ଥିସାରା ପରେରା ମଧ୍ୟ ଲିଜେଣ୍ଡସ ଲିଗ କ୍ରିକେଟରେ ସାମିଲ ହୋଉଛନ୍ତି। ସେ ସୀମିତ ଓଭର କ୍ରିକେଟରେ ଶ୍ରୀଲଙ୍କାର ଅଧିନାୟକ ରହିଥିଲେ। ଲିଯେଣ୍ଡସ ଲିଗ କ୍ରିକେଟରେ ସାମିଲ ହେବା ଦ୍ଵାରା ମିଚେଲ ଜନସନ କହିଛନ୍ତି,”ଏଲଏଲସି ସିଜନ ୨ ରେ ଗ୍ରାଉଣ୍ଡରେ ଓହ୍ଲାଇବା ବହୁତ ଭଲ ଲାଗୁଚି। ଏହା ଏକ ନୂଆ ଫର୍ମାଟ ଅଟେ ଓ ଏଥିରେ ମହାନ ଖେଳାଳି ସାଥିରେ ରହିଛନ୍ତି, ଏହା ବହୁତ ରୋମାଞ୍ଚକର ହେବ”। ଥିସାରା ପରେରା କହିଛନ୍ତି,”କ୍ରିକେଟ ଅନେକ ମହାନ ଖେଳାଳି ଏକାସାଥିରେ ଖେଳିବା ପ୍ରଶଂସଙ୍କକ ପାଇଁ ମଜେଦାର ଓ ଆକର୍ଷକ ହେବ”।
ଦେଇଛନ୍ତି ଏହି ବୟାନ:
ଏଲଏଲସିର ସହସଂସ୍ଥାପକ ଓ ସିଇଓ ରମର ରହେଜା କହିଛନ୍ତି,”ଜନସନ, ପାର୍ଥିବ ଓ ପରେରା ମହାନ ଖେଳାଳି ଅଟନ୍ତି ଓ ଏହି ସୁଚିରେ ଅନ୍ୟ ମଧ୍ୟ ଅଛନ୍ତି। ତାଙ୍କୁ ଏକା ସାଥିରେ ଖେଳିବା ଓ ପ୍ରସଂସକଙ୍କ ପାଇଁ ଖେଳିବା ଖୁସିର କଥା ଅଟେ”।ଓଝା, ଦିଣ୍ଡା ଓ ସୋଢ଼ି ଲିଗରେ ଅଂଶଗ୍ରହଣ କରିବାକୁ ନେଇ ସେ କହିଛନ୍ତି,”ଆମେ ଲିଗରେ ଏହି ମହାନ ଖେଳାଳିଙ୍କୁ ପାଇଁ ଖୁସି ଅଛୁ। ସେ କଠିନ ପରିଶ୍ରମ କରୁଛନ୍ତି ଓ ପ୍ରଶଂସକ ତାଙ୍କୁ ପୁଣି ଦେଖିବା ପସନ୍ଦ କରିବେ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।