ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୬ ଫେବୁଆରୀରୁ ତିନୋଟି ମ୍ୟାଚର ODI ସିରିଜ ଓ ଟି-୨୦ ସିରିଜ ଖେଳାଯିବାର ଅଛି। ଭାରତୀୟ ଟିମର ଚୟନ ହୋଇସାରିଛି ଓ ଏବେ କରୋନାକୁ ଦୃଷ୍ଟିରେ ରଖି ଚୟନକର୍ତା ଆଉ ଦୁଇ ଖେଳାଳିଙ୍କୁ ଟିମରେ ଚୟନ କରିଛନ୍ତି। ତାମିଲନାଡୁର ବ୍ୟାଟ୍ସମ୍ୟାନ ସାହାରୁଖ ଖାନ ଓ ସ୍ପିନର ସାଇ କିଶୋର ଷ୍ଟାଣ୍ଡ ବାଇ ଖେଳାଳି ହେବେ। ଏହି ଦୁଇ ଖେଳାଳି ଟିମର ମେନ ସ୍କ୍ୱାର୍ଡର ଅଂଶ ଏବେ ହେବେ ନାହିଁ। ଫିନିସରର ଦାୟୀତ୍ୱ ତୁଲାଉଥିବା ସାହରୁଖ ଖାନ ପ୍ରାୟ ପୂର୍ବରୁ ହିଁ ଚୟନକର୍ତାଙ୍କ ନଜରରେ ଥିଲେ। କିନ୍ତୁ ତାଙ୍କ ଉପରେ ଦୀପକ ହୁଡାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ବିସିସିଆଇ ସାହରୁ ଖାନ ଓ ସାଇ କିଶୋରଙ୍କୁ ଷ୍ଟାଣ୍ଡ ବାଇ ଖେଳାଳି ହିସାବରେ ଚୟନକରିଛି। ରିପୋର୍ଟ ଅନୁସାରେ ବିସିସିଆଇ ଦେଶରେ କରୋନାର ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଏଭଳି ନିସ୍ପତି ନେଇଛି। ବିସିସିଆଇର ଏକ ସୂତ୍ର କହିଛି ବୋର୍ଡ କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଏହା ଛଡା ସାଇ କିଶୋର ନେଟରେ ମଧ୍ୟ ଭଲ ବୋଲର ହେବେ।
ତାମିଲନାଡୁକୁ ରଣଜୀ ଟ୍ରଫି ପାଇଁ ନୂଆ ଖେଳାଳିଙ୍କୁ ଚୟନ କରିବାକୁ ହେବ। ସାହରୁଖ ଖାନ ଓ ସାଇଙ୍କ ପୂର୍ବରୁ ୱାସିଙ୍ଗଟନ ସୁନ୍ଦର ମଧ୍ୟ ଟିମ ଇଣ୍ଡିଆ ସହ ଯୋଡି ହୋଇଥିଲେ। ତାଙ୍କୁ ଏକଦିବସିୟ ସିରିଜ ପାଇଁ ୧୮ ଜଣିଆ ଟିମରେ ସାମିଲ କରାଯାଇଥିଲା। ରଣଜୀ ଟ୍ରଫି ୧୩ ଜାନୁଆରୀରୁ ଆରମ୍ଭ ହେବାକୁ ଥିଲା କିନ୍ତୁ ଭାରତରେ କରୋନା ବଢିବା କାରଣରୁ ଏହାକୁ ପୋଷ୍ଟ ପୋନଡ଼ କରିଦିଆଗଲା। ରଣଜୀ ମ୍ୟାଚ ଦୁଇଟି ଭାଗରେ ହେବାର ଅଛି। ପ୍ରଥମ ଭାଗରେ ଲିଗ ଚରଣ ମ୍ୟାଚ ହେବ ଓ ଦ୍ୱିତୀୟ ଭାଗରେ ନଓଆଉଟ ମ୍ୟାଚ ଖେଳାଯିବାର ଅଛି।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକଦିବସିୟ ସିରିଜର ସିଡ୍ୟୁଲ:
୬ ଫେବୁଆରୀ ପ୍ରଥମ ଏକଦିବସିୟ ଅହମ୍ମଦାବାଦ
୯ ଫେବୁଆରୀ ଦ୍ୱିତୀୟ ଏକଦିବସିୟ ଅହମ୍ମଦାବାଦ
୧୨ ଫେବୁଆରୀ ତୃତୀୟ ଏକଦିବସିୟ ଅହମ୍ମଦାବାଦ
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜ ପାଇଁ ଭାରତୀୟ ଦଳ-:ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ(ଉପ ଅଧିନାୟକ), ଋତୁରାଜ ଗାୟକବାଡ଼, ବିରାଟ କୋହଲି,ଶିଖର ଧୱନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର,ଦୀପକ ହୁଡା, ରିଷଭ ପନ୍ତ,ଦୀପକ ଚାହାର, ସାରଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାସିଙ୍ଗଟନ ସୁନ୍ଦର, ରବି ବିସ୍ନୋଇ, ମହମ୍ମଦ ସିରାଜ, ଆବେଶ ଖାନ ଓ ପ୍ରସିଦ୍ଧ କ୍ରିଷ୍ଣା।
ODI squad: Rohit Sharma (Capt), KL Rahul (vc), Ruturaj Gaikwad, Shikhar, Virat Kohli, Surya Kumar Yadav, Shreyas Iyer, Deepak Hooda, Rishabh Pant (wk), D Chahar, Shardul Thakur, Y Chahal, Kuldeep Yadav, Washington Sundar, Ravi Bishnoi, Mohd. Siraj, Prasidh Krishna, Avesh Khan
— BCCI (@BCCI) January 26, 2022
ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜର ସିଡ୍ୟୁଲ:
୧୬ ଫେବୁଆରୀ ପ୍ରଥମ ଟି-୨୦ କୋଲକତା
୧୮ ଫେବୁଆରୀ ଦ୍ୱିତୀୟ ଟି-୨୦ କୋଲକତା
୨୦ ଫେବୁଆରୀ ତୃତୀୟ ଟି-୨୦ କୋଲକତା
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ-ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପଅଧିନାୟକ), ଇସାନ କିସନ, ବିରାଟ କୋହଲି, ଶ୍ରେୟସ ଅୟର,ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ,ଭେଙ୍କଟେସ ଅୟର, ଦୀପକ ଚାହାର, ସାରଦୁଲ ଠାକୁର,ରବି ବିସ୍ନୋଇ, ଅକ୍ଷର ପଟେଲ,ୟୁଜବେନ୍ଦ୍ର ଚହଲ,ୱାସିଙ୍ଗଟନ ସୁନ୍ଦର,ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର,ଆବେଶ ଖାନ, ହର୍ଷଲ ପଟେଲ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।