ବ୍ୟୁରୋ ରିପୋର୍ଟ: ଆପଣଙ୍କୁ କହିରଖିବୁ ଗତ କିଛି ମାସରେ ଭାରତୀୟ କ୍ରିକେଟରେ ଅନେକ ପରିବର୍ତ୍ତନ ଆସିଛି। ଆପଣ ଜାଣିଥିବେ ପ୍ରଥମେ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ସହ ସିରିଜ ଘୋଷଣା ସମୟରେ କୋହଲିଙ୍କ ଜାଗାରେ ଏକଦିବସିୟର ନୂତନଅଧିନାୟକ ରୋହିତ ଶର୍ମାଙ୍କୁ କରାଯାଇଥିଲା। ଏହାପରେ ରୋହିତ ଟି-୨୦ ଓ ଏକଦିବସିୟରେ ଭାରତୀୟ ଟିମର ରେଗୁରାଲ ଅଧିନାୟକ ହୋଇଥିଲେ। ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ହାରିବା ପରେ ବିରାଟ ଟେଷ୍ଟ ଅଧିନାୟକ ପଦରୁ ମଧ୍ୟ ଇସ୍ତପା ଦେଇଥିଲେ।

ଏବେ ଭାରତୀୟ ଟେଷ୍ଟ ଅଧିନାୟକ ପଦ ଖାଲିପଡ଼ିଛି ଏଥିପାଇଁ କୌଣସି ଅଧିନାୟକଙ୍କ ନାମ ଏଯାଏ ଘୋଷଣା କରାଯାଇନାହିଁ। ଆଗକୁ କିନ୍ତୁ ଶ୍ରୀଲଙ୍କା ସହ ଟେଷ୍ଟ ସିରିଜ ଥିବାରୁ ବହୁତ ଜଲ୍ଦି ଚୟନ ସମିତି ଟେଷ୍ଟ ଦଳ ଓ ନୂତନ ଟେଷ୍ଟ ଅଧିନାୟକ ଘୋଷଣା କରିବ। କହିରଖିବୁ ଏହା ମଧ୍ୟରେ ଜଣେ ଚୟନକର୍ତା ନିଜ ପଦରୁ ଇସ୍ତପା ଦେଇଛନ୍ତି ଓ ସେ ହେଉଛନ୍ତି ଆବେ କୁରୁଭିଲ୍ଲା। ସେ କୌଣସି ପ୍ରେସର ଯୋଗୁ ନୁହେଁ ବରଂ ତାଙ୍କ କାର୍ଯ୍ୟକାଳର ୫ ବର୍ଷ ପୁରିବା କାରଣରୁ ଇସ୍ତପା ଦେଇଛନ୍ତି।
ସେ ୨୦୨୦ ଡିସେମ୍ବରରେ ଭାରତୀୟ ମୁଖ୍ୟ ଚୟନ ସମିତିର ସଦସ୍ୟ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ଜୁନିୟର ଚୟନ ସମିତିର ଚେୟାରମ୍ୟାନ ଥିଲେ। ତାଙ୍କ କାର୍ଯ୍ୟକାଳକୁ ୫ ବର୍ଷ ପିରିଛି ଓ ବିସିସିଆଇ ନିୟମ ଅନୁସାରେ କେହି ମଧ୍ୟ ୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଦାୟୀତ୍ୱ ତୁଲାଇବେ। ଏହି ନିୟମକୁ ଅନେକ ସଦସ୍ୟ ଜାଣିନଥିଲେ କିନ୍ତୁ ମଧ୍ୟପ୍ରଦେଶର କ୍ରିକେଟ ଆସୋସିଏସନର ପୂର୍ଵ ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ପରେ ଏହା ଜଣାପଡିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।