ପାକିସ୍ତାନ ବିରୁଦ୍ଧରେ ଅର୍ସଦୀପ କରିବେ କମାଲ! ପାକିସ୍ତାନ ବ୍ୟାଟ୍ସମାନ ସାବଧାନ! ଭୁବି-ଅର୍ସଦୀପ ଯୋଡି ହେବ ହିଟ!

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେବେ ବି ମ୍ୟାଚ ହୁଏ, ଉଭୟ ଦେଶର ସମର୍ଥକ ବହୁତ ଉତ୍ସାହିତ ଥାଆନ୍ତି। ଉଭୟ ଦେଶର ସମର୍ଥକ ନିଜ ଦଳର ପରାଜୟ କେବେ ମଧ୍ୟ ପସନ୍ଦ କରନ୍ତି ନାହିଁ। ଆସନ୍ତା କାଲି ଅର୍ଥାତ ଅଗଷ୍ଟ ୨୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପର ମ୍ୟାଚ ହେବାକୁ ଯାଉଛି। ତେବେ ଭାରତୀୟ ଦଳର ବୋଲର ଅଭେସ ଖାନଙ୍କ ସ୍ଥାନରେ ଜଣେ ଯୁବ ଉଦିୟମାନ ଖେଳାଳିଙ୍କୁ ସ୍ଥାନ ମିଳିପାରେ। ସେ ନିଜ ଚତୁର ବୋଲିଂ ଶୈଳୀରେ ଅତି ଜବରଦସ୍ତ ବୋଲିଂ କରି ପାରନ୍ତି। ଏହି ମ୍ୟାଚକୁ ପରିବର୍ତ୍ତନ କରିବାର କଳା ତାଙ୍କ ପାଖରେ ଅଛି। ସେ ଭୁବନେଶ୍ୱର କୁମାରଙ୍କ ସହିତ ସାଥି ବୋଲର ହିସାବରେ ଯୋଗ ଦେଇ ପାରନ୍ତି।

Google

ଅଭେସ ଖାନ ଏତେ ଭଲ ଫର୍ମରେ ନାହାନ୍ତି। ତେଣୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କୌଣସି ପରିସ୍ଥିତିରେ ରିସ୍କ ନେବାକୁ ଚାହିଁବେ ନାହିଁ। ତେଣୁ ଅଭେସ ଖାନଙ୍କ ସ୍ଥାନରେ ଅର୍ସଦୀପ ସିଂଙ୍କୁ ମୌକା ମିଳିପାରେ। ଅର୍ସଦୀପ ସିଂ ଅତି ଜବରଦସ୍ତ ଫର୍ମରେ ଅଛନ୍ତି। ତାଙ୍କ ୪ ଓଭରର ବୋଲିଂ ମ୍ୟାଚ ହାରିବା କିମ୍ବା ଜିତିବା କଥା ଜଣାପଡେ। ତେଣୁ ଏମିତି କଲେ ପାକିସ୍ତାନ ବିପକ୍ଷ ମ୍ୟାଚ ଅତି ସରଳ ଭାବରେ ଜିତି ହୋଇଯିବ।

ଇଂଜୁରୀ କାରଣରୁ ଯଶପ୍ରୀତ ବୁମରା ଏବଂ ହର୍ଷଲ ପଟେଲ ଏସିଆ କପରେ ସାମିଲ ହୋଇ ପାରି ନାହାନ୍ତି। ତେବେ ତାଙ୍କ ସ୍ଥାନରେ ଅର୍ଶଦୀପ ସିଂ ଏବଂ ଅଭେସ ଖାଁଙ୍କୁ ଦଳରେ ସାମିଲ କରାଯାଇଛି। ଅର୍ସଦୀପ ନିଜ ଚତୁର ବୋଲିଂ ବଳରେ ଇଂଲଣ୍ଡ ଏବଂ ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ କ୍ରିକେଟ ପ୍ରେମୀଙ୍କ ମନ ଜିତି ନେଇଥିଲେ। ମଧ୍ୟମ ଓଭରରେ ସେ ନିଜ ଚତୁର ବୋଲିଂ ବ୍ୟାଟ୍ସମ୍ୟାନ୍ ଙ୍କୁ ବହୁତ ହଇରାଣ କରିଥାଆନ୍ତି। ସେ ଅତି ସୁନ୍ଦର ଭାବରେ ବଲକୁ ସ୍ୱିଙ୍ଗ କରି ପାରନ୍ତି।

Google

ଅର୍ସଦୀପ ସିଂ ନିଜର ଅତି ଛୋଟ କ୍ୟାରିଅରରେ ପ୍ରଭାବିତ କରିଛନ୍ତି। ସେ ୬ ଟି ମ୍ୟାଚରେ ୬.୩୩ ଇକୋନୋମିରେ ୯ ଟି ୱିକେଟ ନେଇଛନ୍ତି। ଶେଷ ଓଭର ମାନଙ୍କରେ ତାଙ୍କ ୟର୍କର ଏବଂ ବୋଲିଂରେ ଭିନ୍ନତା ବହୁତ ପ୍ରଭାବଶାଳୀ ଅଟେ। ଅଧିନାୟକ ରୋହିତ ଶର୍ମା ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି। ସେ ଯଦି ତାଙ୍କ ଲୟରେ ଠିକ ରହିଲେ, ତେବେ ସେ ଯେ କୌଣସି ବଡ଼ ବ୍ୟାଟ୍ସମ୍ୟାନ୍ ଙ୍କୁ ହଇରାଣରେ ପକାଇ ପାରନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ଅର୍ସଦୀପ ସିଂ ଭୁବନେଶ୍ୱର କୁମାରଙ୍କ ବୋଲିଂ ସହଯୋଗୀ ହୋଇ ପାରନ୍ତି।

ଏସିଆ କପରେ ଭାରତୀୟ ଦଳ ସବୁଠାରୁ ଅଧିକ ଥର ଚମ୍ପିୟନ ହୋଇଛି। ଶ୍ରୀଲଙ୍କା ୫ ଥର ଏହାକୁ ଜିତିଥିବା ବେଳେ ପାକିସ୍ତାନ ୨ ଥର ଜିତିଛି। ତେବେ ଏହି ଥରକ ରୋହିତଙ୍କ ଭାରତୀୟ ଦଳ ଏସିଆ କପ ଜିତିବା ପାଇଁ ପ୍ରବଳ ଦାବିଦାର ଅଟେ। ତେବେ ଟିମ ଇଣ୍ଡିଆ ଏହି ଥର ଆଗ ଭଳି ମଝଭୂତ ଅଛି। ଦଳରେ ଅନେକ ଜବରଦସ୍ତ ଖେଳାଳି ଅଛନ୍ତି।

Leave a Reply

Your email address will not be published. Required fields are marked *