ଅଷ୍ଟ୍ରେଲିଆକୁ ବଡ଼ ଝଟକା! ଆସେସ ପୂର୍ବରୁ ଟେଷ୍ଟ ଟିମର କ୍ୟାପଟେନସି ପଦ ଛାଡିଲେ ଟିମ ପେନ, କଣ ଭିତରେ ଅଛି କିଛି କାରଣ?

ଟିମ ପେନ ଅଷ୍ଟ୍ରେଲିଆର ଟେଷ୍ଟ ଟିମର ଅଧିନାୟକ ପଦ ଛାଡିଛନ୍ତି। ସେ ଇଂଲଣ୍ଡ ବିରୁଦ୍ଧରେ ଆସେସ ସିରିଜ ପୂର୍ବରୁ ଏହି ପଦକ୍ଷେପ ନେଇଛନ୍ତି। ପେନ ଆଜି ହୋବାର୍ଟରେ ଏହି ଘୋଷଣା କରିଛନ୍ତି। ତାଙ୍କୁ ବର୍ଷ ୨୦୧୮ରେ ଷ୍ଟିଭ ସ୍ମିଥଙ୍କ ଜାଗାରେ ୪୬ ତମ ଅଷ୍ଟ୍ରେଲିଆ ଅଧିନାୟକ ଭାବରେ ନିଯୁକ୍ତି କରାଯାଇଥିଲା। ମିଡ଼ିଆ ରିପୋର୍ଟ ଅନୁସାରେ ବର୍ଷ ୨୦୧୭ରେ ପେନ ଜଣେ ମହିଳା ସହକର୍ମୀଙ୍କୁ ଖରାପ ମ୍ୟାସେଜ କରିଥିଲେ ଓ ଖରାପ ଫଟୋ ସେୟାର କରିଥିଲେ ଯାହା ଦ୍ୱାରା ଅଷ୍ଟ୍ରେଲିଆର କ୍ରିକେଟ ଗର୍ଭନିଙ୍ଗ ବୋର୍ଡ ଦ୍ଵାରା ତାଙ୍କ ଉପରେ ଯାଞ୍ଚ କରାଯାଉଛି।

Google

ସ୍ଥାନୀୟ ସମୟ ଅନୁସାରେ ଟିମ ପେନ ପ୍ରେସ ସାମ୍ନାରେ ଘୋଷଣା କରି ଏକ ଛୋଟ ବୟାନରେ କହିଛନ୍ତି,”ଆଜି ମୁଁ ଅଷ୍ଟ୍ରେଲିଆର ପୁରୁଷ ଟେଷ୍ଟ ଟିମରୁ ଇସ୍ତପା ଦେଉଛି। ଏହା ଅବିଶ୍ଵନିୟ ରୂପରେ କଠିନ ନିର୍ଣ୍ଣୟ ଅଟେ କିନ୍ତୁ ମୋ ପାଇଁ, ମୋ ପରିବାର ପାଇଁ ଓ କ୍ରିକେଟ ପାଇଁ ଠିକ ଅଟେ”।

ସେ ଭାବୁକ ହୋଇ କହିଛନ୍ତି,”ଏପରି କରିବା ପଛର କାରଣ ଚାରିବର୍ଷ ପୂର୍ବେ ଜଣେ ମହିଳା ସହଯୋଗୀଙ୍କ ସହ ମୋର ମ୍ୟାସେଜ ହୋଇଥିଲା ଯାହାର ଯାଞ୍ଚ ମଧ୍ୟ ହୋଇଥିଲା ଓ ମୁଁ ଏଥିରେ ସହଯୋଗ ମଧ୍ୟ କରିଥିଲି। ଏହା ଆଚାର ସଂହିତାକୁ ଉଲଘଂନ କରିନଥିଲା କିନ୍ତୁ ମତେ ଗଭୀର ଆଘାତ ହୋଇଥିଲା। ମୁଁ ସେହି ସମୟରେ ନିଜର ପତ୍ନୀ ଓ ପରିବାର ସହିତ କଥା ହୋଇଥିଲି। ସେ ମତେ କ୍ଷମା କରିଥିବାରୁ ମୁଁ ପରିବାର ଓ ପତ୍ନୀଙ୍କ ପାଖରେ ରୁଣୀ। ମୁଁ ଭାବିଥିଲି ଏହି ଘଟଣା ଏବେ ସମାପ୍ତ ହୋଇଛି ଓ ମୁଁ କ୍ରିକେଟ ଉପରେ ଧ୍ୟାନ ଲଗାଇପାରିବି ଯେପରି ମୁଁ ପୂର୍ଵ ୩ ବର୍ଷ ହେବ କରୁଥିଲି”।

ସେ କହିଛନ୍ତି,”ମତେ ଜଣାପଡିଲା କି ସେହି ମ୍ୟାସେଜ ସାର୍ଵଜନିକ ହେବାକୁ ଯାଉଛି। ମୁଁ ନିଜେ ପରିବାର ପତ୍ନୀ ଓ କ୍ରିକେଟକୁ ଦୁଃଖ ପହଁଞ୍ଚାଇଛି। ତେଣୁ ଏକ ବଡ଼ ସିରିଜ ପୂର୍ବରୁ ମୁଁ ଏହି ଫଇସଲା ନେଇଛି”। ସେ ଆଗକୁ କହିଛନ୍ତି,”ମୁଁ ତାଙ୍କୁ କ୍ଷମା ମାଗୁଛି। ଅଷ୍ଟ୍ରେଲିଆ କ୍ରିକେଟ ପ୍ରଶଂସକଙ୍କୁ ପାଇଁ ମୁଁ ଦୁଃଖୀତ। ସେ କହିଛନ୍ତି ମତେ ଏକ ଭଲ ପରିବାର ମିଳିଛି ଓ ଏହା ପରେ ମଧ୍ୟ ମୁଁ ପରିବାରକୁ ଦୁଃଖ ପହଁଞ୍ଚାଇଥିବାରୁ ବହୁତ ଅନୁତପ୍ତ ଅଟେ।ମୁଁ ଅଷ୍ଟ୍ରେଲିଆ କ୍ରିକେଟ ଟିମର କେବଳ ଖେଳାଳି ହିସାବରେ ରହିବି”।

ଏହି ନିର୍ଣ୍ଣୟ ଅଷ୍ଟ୍ରେଲିଆ କ୍ରିକେଟକୁ ଆସେସ୍ ସିରିଜ ପୂର୍ବରୁ ଚିନ୍ତାରେ ପକାଇଦେଇଛି। ଟିମ ପେନଙ୍କ ସହ ପ୍ୟାଟ କମିନ୍ସ ଯିଏକି ଅନେକ ବର୍ଷରୁ ଉପଅଧିନାୟକ ରହିଆସିଛନ୍ତି ସେ ୪୭ ତମ ଅଧିନାୟକ ହେବାର ଆଗରେ ରହିଛନ୍ତି ବୋଲି ଜଣା ଯାଉଛି। ଓ ସେ ୬୫ ବର୍ଷରେ ଅଷ୍ଟ୍ରେଲିଆ ଟିମର ଅଧିନାୟକ ରୂପରେ କୌଣସି ପ୍ରେସର ହୋଇଯିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *