U-19 ବିଶ୍ୱକପର ଜାରି ହେଲା ସିଡ୍ୟୁଲ, ସିଡ୍ୟୁଲରେ ନାହିଁ ନ୍ୟୁଜିଲାଣ୍ଡର ନାମ, କଣ କାରଣ? ଦେଖନ୍ତୁ କେଉଁ ଦଳ କେଉଁ ଗ୍ରୁପରେ ସାମିଲ

ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ଅଣ୍ଡର ୧୯ ବିଶ୍ୱକପ ପାଇଁ ସିଡ୍ୟୁଲ ଜାରିକରିଛନ୍ତି। ବର୍ଷ ୨୦୨୨ରେ ଏହାର ଆୟୋଜନ ୱେଷ୍ଟଇଣ୍ଡିଜରେ ହେବ ବୋଲି ସିଡ୍ୟୁଲ ହୋଇଛି। ICC ଏହାର ଘୋଷଣା କରିଦେଇଛି। ୱେଷ୍ଟଇଣ୍ଡିଜରେ ଏହାର ଆୟୋଜନ ପ୍ରଥମ ଥର ହେବ। ଟୁର୍ଣ୍ଣାମେଣ୍ଟ ୧୪ ଜାନୁଆରୀ ୨୦୨୨ରୁ ଆରମ୍ଭ ହେବ ଓ ୫ ଫେବୃୟାରୀରୁ ଏହାର ଫାଇନାଲ ଶେଷ ହେବ ବୋଲି ସିଡ୍ୟୁଲ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଏଥର ୧୬ ଟି ଟିମ ଜାଗାନେବେ ଓ ମୋଟ ୪୮ ଟି ମ୍ୟାଚ ହେବ। ଭାରତର ପ୍ରଥମ ମ୍ୟାଚ ୧୫ ଜାନୁଆରୀକୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ହେବ। ଗ୍ରୁପ ବିରେ ଭାରତ ସହିତ ଦକ୍ଷିଣ ଆଫ୍ରିକା, ଆୟାରଲ୍ୟାଣ୍ଡ, ଓ ଜୁଗାଁଣ୍ଡା ଟିମ ଅଛି। ଏହି ବର୍ଷ ନ୍ୟୁଜିଲ୍ୟାଣ୍ଡ ଜାଗାରେ ସ୍କର୍ଟଲ୍ୟାଣ୍ଡ ଖେଳିବ। ସ୍କର୍ଟଲ୍ୟାଣ୍ଡ ଟିମ ଗ୍ରୁପ ଡିରେ ଅଛି।

ICC ଅଣ୍ଡର ୧୯ ବିଶ୍ୱକପ ୨୨ ଗ୍ରୁପ ଅନୁସାରେ ଟିମ:
ଗ୍ରୁପ ଏ-ବଙ୍ଗଳାଦେଶ, ଇଂଲଣ୍ଡ ,କାନାଡ଼ା, ୟୁଏଇ।
ଗ୍ରୁବ ବି-ଭାରତ, ଆୟାରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଜୁଗାଁଣ୍ଡା
ଗ୍ରୁପ ସି-ଆଫଗାନିସ୍ତାନ, ପାକିସ୍ତାନ, ପପୁଆ ନ୍ୟୁ ଗେନି, ଜିମ୍ବାୱେ
ଗ୍ରୁପ ଡି-ଆୟାରଲ୍ୟାଣ୍ଡ, ସ୍କର୍ଟଲ୍ୟାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ

ଇଣ୍ଡିଆ ୪ ଥର ଜିତିଛି ଅଣ୍ଡର ୧୯ ବିଶ୍ୱକପ: ଭାରତୀୟ ଟିମ ଅଣ୍ଡର ୧୯ ବିଶ୍ୱକପ ସବୁଠୁ ଅଧିକ ଥର ଜିତିଛି। ଭାରତ ୪ ଥର, ଅଷ୍ଟ୍ରେଲିଆ ୩ ଥର, ପାକିସ୍ତାନ ୨ ଥର,ବଙ୍ଗଳାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା , ୱେଷ୍ଟଇଣ୍ଡିଜ ଟିମ ଥରେ ଲେଖା ଅଣ୍ଡର ୧୯ ବିଶ୍ୱକପ ଜିତିଛନ୍ତି। ଭାରତର ମ୍ୟାଚ ୧୫ ଜାନୁଆରୀକୁ ଦକ୍ଷିଣ ଆଫ୍ରିକା ସହ,୧୯ ଜାନୁଆରୀକୁ ଆୟରଲ୍ୟାଣ୍ଡ ସହ ଓ ୨୨ ଜାନୁଆରୀକୁ ଜୁଗାଁଣ୍ଡା ସହ ହେବ।

Google

କ୍ରିକେଟ ୱେଷ୍ଟଇଣ୍ଡିଜର ଅଧ୍ୟକ୍ଷ ରିକି ସ୍କେରିଟ କହିଛନ୍ତି,”ୱେଷ୍ଟଇଣ୍ଡିଜ ଏହି ମହତ୍ତ୍ୱପୂର୍ଣ୍ଣ ବିଶ୍ୱକପର ଆୟୋଜନ କରିବା ପାଇଁ ଉତ୍ସାହିତ ଅଛି ଯାହା ଜାନୁଆରୀରେ ହେବାକୁ ଯାଉଛି। ୱେଷ୍ଟଇଣ୍ଡିଜ କ୍ଷେତ୍ରିୟ ବୋର୍ଡ, କ୍ରିକେଟ କଲମ୍ବୋ ଓ ଖେଳ ମନ୍ତ୍ରାଳୟ ସହିତ ମିଶି ଏହା ପାଇଁ ଆମେ କଠିନ ପରିଶ୍ରମ କରୁଛୁ। କୋଭିଡ ସମୟରେ ଏହାକୁ ଠିକ ଭାବରେ କରିବା ଏକ ଚ୍ୟାଲେଞ୍ଜ ହେବ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *