IPL 2022: କଲେଜ ଟିମରେ ମିଳିଲା ନାହିଁ ଜାଗା,ଆଇପିଏଲରୁ ମଧ୍ୟ ବାହାର! ହେଲେ ପ୍ରଥମ ମ୍ୟାଚରେ କଲେ ବଡ଼ କାରନାମା!

ବ୍ୟୁରୋ ରିପୋର୍ଟ: କୋଲକତା ନାଇଟ ରାଇଡ଼ର୍ସ ଆଇପିଏଲ ୨୦୨୨ରେ ସୁନ୍ଦର ଆରମ୍ଭ କରିଛି। ଟିମ ଲିଗର ଆରମ୍ଭ ମ୍ୟାଚରେ ପୂର୍ଵ ଚମ୍ପିୟାନ ସିଏସକୁ ୬ ୱିକେଟରେ ହରାଇଛି। କେକେଆରର ବିଜୟର ବୋଲର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। କେକେଆର ସୁନ୍ଦର ବୋଲିଙ୍ଗ ଦ୍ଵାରା ସିଏସକେକୁ ୧୩୧ ରନରେ ଅଟକାଇଥିଲା। ଜବାବରେ କେକେଆର ଲକ୍ଷ୍ୟ ୪ ୱିକେଟ ହରାଇ ୧୮.୩ ଓଭରରେ ହାସଲ କରିନେଇଥିଲା। ବୋଲର ଉମେଶ ଯାଦବଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବଛାଯାଇଥିଲା। ସେ ୪ ଓଭରରେ ୨୦ ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ଏହି ପ୍ରଦର୍ଶନ ଏଥିପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ କାରଣ ପୂର୍ଵ ସିଜନରେ ତାଙ୍କୁ ଗୋଟେ ମଧ୍ୟ ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା। ତେବେ ସେ ଦିଲ୍ଲୀ କ୍ୟାପିଟଲ୍ସର ଅଂଶ ଥିଲେ।

Google

ଉମେଶ ଯାଦବ ଟିମ ଇଣ୍ଡିଆ ପାଇଁ ଶେଷ ଟି-୨୦ ମ୍ୟାଚ ୩ ବର୍ଷ ପୂର୍ବରୁ ୨୦୧୯ ଖେଳିଥିଲେ। କିନ୍ତୁ ସେ ଟେଷ୍ଟ ଟିମ ସହିତ ଲଗାତର ଯୋଡି ହୋଇ ରହିଛନ୍ତି। ୩୪ ବର୍ଷୀୟ ଉମେଶଙ୍କୁ କ୍ୟାରିଅରର ଆରମ୍ଭରୁ ସଂଘବାକୁ ପଡିଥିଲା। ତାଙ୍କୁ କଲେଜ ଟିମରେ ମଧ୍ୟ ବଛାଯାଇନଥିଲା କାରଣ ସେ କୌଣସି କ୍ଳବ ତରଫରୁ କ୍ରିକେଟ ଖେଳିନଥିଲେ।ଏହା ପରେ ସେ ବିଦର୍ଭ ଜିମଖାନା କ୍ଳବ ଜଏନ କରିଥିଲେ ଓ ସେଠାରୁ ହିଁ ତାଙ୍କ କ୍ରିକେଟ କ୍ୟାରିଅରରେ ବଡ଼ ପରିବର୍ତ୍ତନ ଆସିଥିଲା।କହିରଖିବୁକି ତାଙ୍କୁ ୯ ମ ଥର ଆଇପିଏଲରେ ପ୍ଲେୟାର ଅଫ ଦି ମ୍ୟାଚ ବଛାଯାଇଥିଲା। ଏହା କୌଣସିବି ପ୍ରେସର ବୋଲର ପାଇଁ ସର୍ବାଧିକ ଅଟେ।

୨୦୦୮ରେ କରିଥିଲେ ଫାଷ୍ଟ କ୍ଳାସ ଡେବ୍ୟୁ:

ଉମେଶ ଯାଦବ ୨୦୦୮ରେ ଫାଷ୍ଟ କ୍ଳାସରେ ଡେଭ୍ୟୁ କରିଥିଲେ। ମଇ ୨୦୧୦ରେ ଇଣ୍ଟରନେସନାଲ କ୍ରିକେଟରେ ଡେଭ୍ୟୁ କରିଥିଲେ। ତାଙ୍କର ଇଣ୍ଟରନେସନାଲ କ୍ୟାରିଅରକୁ ଦେଖିବାତ ସେ ୫୨ ଟେଷ୍ଟରେ ୩୧ର ଔସତରେ ୧୫୮ ୱିକେଟ ନେଇଛନ୍ତି। ୮୮ ରନ ଦେଇ ୬ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ସେ ୩ ଥର ୫ ଓ ଥରେ ୧୦ ୱିକେଟ ନେବାର କାରନାମା କରିଛନ୍ତି। ସେହିପରି ୭୫ ଏକଦିବସିୟରେ ୧୦୬ ଯେବେକି ୭ ଟି ଟି-୨୦ରେ ୯ ୱିକେଟ ନେଇସାରିଛନ୍ତି। ସେ ଫାଷ୍ଟ କ୍ଳାସ କ୍ରିକେଟରେ ୩୨୭ ୱିକେଟ ନିଜ ନାମରେ କରିଛନ୍ତି। ସେ ଫାଷ୍ଟ କ୍ଳାସ କ୍ରିକେଟରେ ଶତକ ମଧ୍ୟ ମାରିସାରିଛନ୍ତି।

Google

କେକେଆରର ପ୍ରେସର ବୋଲର ଉମେଶ ଯାଦବଙ୍କର ମୋଟ ଟି-୨୦ କ୍ୟାରିଅର କଥା କହିବାତ ସେ ୧୫୨ ମ୍ୟାଚରେ ୧୫୨ ୱିକେଟ ନେଇଛନ୍ତି। ୧୮ ରନ ଦେଇ ୫ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ସେ ଦୁଇଥର ୪ ଓ ଥରେ ୫ ୱିକେଟ ନେଇ ସାରିଛନ୍ତି। ତାଙ୍କର ଇକୋନୋମି ୮ ରୁ ଅଧିକ ଅଟେ। ତାଙ୍କର ଆଇପିଏଲ ରେକର୍ଡକୁ ଦେଖିବାତ ସେ ୧୨୨ ମ୍ୟାଚରେ ୧୨୧ ୱିକେଟ ନେଇଛନ୍ତି। ୨୪ ରନ ଦେଇ ୪ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ବର୍ଷ ୨୦୧୮ ଆଇପିଏଲରେ ସେ ସବୁଠୁ ଭଲ ପ୍ରଦର୍ଶନ କରିଥିଲେ।ସେବେ ସେ ୨୦ ୱିକେଟ ନେଇଛନ୍ତି। ସେ ବର୍ଷ ୨୦୧୦ରୁ ଆଇପିଏଲ ଖେଳୁଛନ୍ତି। ତାଙ୍କ ପ୍ରଦର୍ଶନ ଉପରେ ସେ କହିଛନ୍ତି କି ପାୱାରପ୍ଲେରେ ୱିକେଟ ମହତ୍ତ୍ୱପୂର୍ଣ୍ଣ। ମୁଁ ଖୁସିକି ମୁଁ ଏପରି କରିବାରେ ସଫଳ ରହିଲି। ସେ ଋତୁରାଜ ଗାୟକବାଡ଼ ଓ ଡେଭୋନ କନୱେଙ୍କୁ ଆଉଟ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *