ବ୍ୟୁରୋ ରିପୋର୍ଟ: ଗତ ବର୍ଷ ଆଇପିଏଲ ସିଜନ୍ ଠାରୁ ସୁନାମ ଅର୍ଜନ କରିଥିବା ଜାମୁ କାଶ୍ମୀରର ଅଧିବାସୀ ଉମରାନ ମଲ୍ଲିକ ଚଳିତ ବର୍ଷ ୨୦୨୨ର ଆଇପିଏଲ ସିଜନ୍ ୧୫ରେ ମଧ୍ୟ ନିଜର ବୋଲିଂ କାରଣରୁ ଚର୍ଚ୍ଚାରେ ରହିଛନ୍ତି। ସେ ଚଳିତ ବର୍ଷ ନିଜର ଚମତ୍କାର ବୋଲିଙ୍ଗ ପ୍ରଦର୍ଶନ କାରଣରୁ ପ୍ରଶଂସାର ପାତ୍ର ହୋଇଛନ୍ତି।

ଗତ କାଲି ଖେଳା ଯାଇଥିବା ଆଇପିଏଲ ସିଜନ୍ ୧୫ର ୫୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରର ଆମ୍ନା ସାମ୍ନା କରିଥିଲେ।ଏହି ମ୍ୟାଚରେ ଜମ୍ମୁ ଏକ୍ସପ୍ରେସ ନାମରେ ଜଣାଥିବା ଉମାରାନ ମଲ୍ଲିକ ସବୁଠାରୁ ଦୃତ ଗାମୀ ବେଗରେ ବଲ ପକାଇ ନିଜର ପୁରୁଣା ରେକର୍ଡ ଭାଙ୍ଗିବା ସହ ନିଜର ସ୍ବପ୍ନ ମଧ୍ୟ ପୁରଣ କରିଥିଲେ। ଏହି ମ୍ୟାଚରେ ଉମରାନ ମଲ୍ଲିକ ପ୍ରଥମେ ୧୫୪.୮,୧୫୬ ଏବଂ ପରେ ୧୫୭ କିମି ବେଗରେ ବଲ ପକାଇଥିଲେ।
ପ୍ରଥମ ଦ୍ରୁତଗାମୀ ବଲ ମ୍ୟାଚରେ ୧୨ ନମ୍ବର ଓଭରରେ ପକାଇଥିଲେ ଏବଂ ମ୍ୟାଚର ଅନ୍ତିମ ଓଭର ସମୟରେ ସେ ଦୁଇଟି ଦ୍ରୁତଗାମୀ ବଲ ପକାଇଥିଲେ ଅବଶ୍ୟ ସେହି ଦୁଇଟି ବଲରେ ରୋଭମାନ ପାୱେଲ ୨ଟି ଚୌକା ମାରି ଦେଇଥିଲେ। ଏହି ମ୍ୟାଚରେ ଉମରାନ ୪ ଓଭର ପକାଇ କୌଣସି ୱିକେଟ ହାସଲ ନକରି ୫୨ ରନ ପ୍ରଦାନ କରିଥିଲେ। କିନ୍ତୁ ସେ ଏହି ଦ୍ରୁତଗାମୀ ବେଗରେ ବଲ ପକାଇ ନିଜର ପୂର୍ବତନ ରେକର୍ଡ ଭାଙ୍ଗିବା ସହ ୧୫୫ କିମି ବେଗରେ ବଲ ପକାଇବାର ନିଜର ସ୍ବପ୍ନ ପୁରଣ କରିଥିଲେ।

ଏହି ବଲ ପକାଇବା ପରେ ସେ ଭାରତର ସର୍ବ ପ୍ରଥମ ବୋଲର ଯିଏକି ଏତେ ଅଧିକ ବେଗରେ ଆଇପିଏଲ ରେ ବଲ ପକାଇଛନ୍ତି। ଆଇପିଏଲ ମ୍ୟାଚରେ ସବୁଠାରୁ ଦ୍ରୁତଗାମୀ ଭାବରେ ଅଷ୍ଟ୍ରେଲିଆ ବୋଲର ସନ୍ ଟେଟ୍ ପକାଇଥିଲେ ଯିଏକି ୧୫୭.୭୧ ବେଗରେ ବଲ ପକାଇବାର ରେକର୍ଡ ରଖିଛନ୍ତି। ଏହି ବଲ ପକାଇବା କାରଣରୁ ଉମରାନଙ୍କୁ କ୍ରିକେଟ ଜଗତର ବହୁତ ତାରକା ସମ୍ବୋଧିତ ମଧ୍ୟ କରିଛନ୍ତି।
ସେ ଗୋଟିଏ ମ୍ୟାଚରେ ସର୍ବାଧିକ ୨୫ ରନ ଦେଇ ୫ ୱିକେଟ ହାସଲ କରିଛନ୍ତି। ଚଳିତ ବର୍ଷ ପ୍ରଦର୍ଶନ ଦେଖି ସେ ଖୁବ୍ ଶୀଘ୍ର ଭାରତୀୟ କ୍ରିକେଟ ଦଳରେ ଯୋଗ ଦେବେ ବୋଲି ଆଶା କରା ଯାଉଛି। ଏହା ସହ ବହୁତ ଲୋକଙ୍କର ଏହା ଆଶା ମଧ୍ୟ ଅଛି କି ଉମରାନ ମଲ୍ଲିକ ସୋହେବ ଅକ୍ତାରଙ୍କ ରେକର୍ଡ କାଟି ପାରିବେ ବୋଲି। ଆଗମୀ ଆଇପିଏଲ ମ୍ୟାଚ ଗୁଡିକରେ ଉମରାନ କିପରି ପ୍ରଦର୍ଶନ କରିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।