ଜଲଦି ଭାରତ ପାଇଁ ଖେଳିବେ ଉମରାନ ମଲ୍ଲିକ! ଅନୁମାନ କଲେ ପୂର୍ବ ଖେଳାଳି!

ବ୍ୟୁରୋ ରିପୋର୍ଟ: ଉମରାନ ମଲ୍ଲିକ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ନିଜ ବୋଲିଙ୍ଗରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦର ଏହି ଯୁବ ବୋଲର ନିଜର ଅତିରିକ୍ତ ବେଗ ଦ୍ଵାରା ଗୁଜୁରାଟ ଟାଇଟନ୍ସର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥିଲେ। ତାଙ୍କର ଗୋଟେ ବଲ ଗୁଜୁରାଟର ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ହେଲମେଟ ମଧ୍ୟ ବାଜିଥିଲା। ସେ ଗୋଟେ ବଲ ୧୫୧ କିଲୋମିଟର ବେଗରେ ପକାଇଥିଲେ। ତାଙ୍କର ଏହି କାମାଲକୁ ଦେଖି ଇଂଲଣ୍ଡର ପୂର୍ଵ ଖେଳାଳି ମାଇକଲ ଭନ ଅନୁମାନ କରିଛନ୍ତିକି ସେ ଜଲ୍ଦି ଭାରତ ପାଇଁ ଖେଳିବେ।

Google

ଏହା ଛଡା ବନ ବିସିସିଆଇକୁ କହିଛନ୍ତି କି ସ୍କିଲକୁ ଉନ୍ନତି କରିବା ପାଇଁ ସେ ଉମରାନଙ୍କୁ କାଉଂଟି ପାଇଁ ଖେଳିବାକୁ ଦିଅନ୍ତୁ। ପୂର୍ଵ ସିଜନରେ ଭଲପ୍ରଦର୍ଶନ ପରେ ହାଇଦ୍ରାବାଦ ଉମରାନଙ୍କୁ ଆଇପିଏଲ ୨୦୨୨ ମେଗା ଅକ୍ସନ ପୂର୍ବରୁ ୪ କୋଟିରେ ରିଟନ କରିଥିଲା। ସେ ପୂର୍ବ ସିଜନରେ ୧୫୧.୦୩ ବେଗରେ ବଲ ପକାଇଥିଲେ ଯାହାକି ପୂର୍ଵ ସିଜନରେ କୌଣସି ଭାରତୀୟ ବୋଲରଙ୍କ ସର୍ବାଧିକ ବେଗ ଅଟେ।

କାଉଁଟି କ୍ରିକେଟରେ ଉମରାନଙ୍କୁ ମିଳିବ ସାହାଯ୍ୟ:

ମାଇକଲ ବନ ଟ୍ୱିଟ କରି କହିଛନ୍ତିକି ଉମରାନ ମିଲିକ ଜଲ୍ଦି ଭାରତ ପାଇଁ ଖେଳିବେ। ସେ ଏହା ମଧ୍ୟ କହିଛନ୍ତିଲି ଯଦି ମୁଁ ବିସିସିଆଇରେ ଥାନ୍ତି ତାଙ୍କୁ ଏହି ସମର ସିଜନରେ କାଉଂଟି କ୍ରିକେଟ ଖେଳିବା ପାଇଁ ପଠାଇଥାନ୍ତି ,ଯାହା ଦ୍ୱାରା ସେ ନିଜ ସ୍ଲିଲରେ ଉନ୍ନତି କରିପାରିଥାନ୍ତେ।

Google

ଉମରାନ ଆଇପିଏଲ ଏହି ସିଜନରେ ଏବେ ପର୍ଯ୍ୟନ୍ତ ତିନୋଟି ୱିକେଟ ନେଇଛନ୍ତି। ତାଙ୍କର ଅତିରିକ୍ତ ବେଗ ଦେଖି ତାଙ୍କୁ ଆଗାମୀ ସମୟରେ ଭାରତର ଭବିଷ୍ୟତ କୁହାଯାଉଛି। ଗୁଜୁରାଟ ବିରୁଦ୍ଧରେ ମ୍ୟାଚରେ ସେ ମାଥୟୁ ୱେଡ଼ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *