IPL 2022 ରେ ଜବରଦସ୍ତ ପ୍ରଦର୍ଶନ ପରେ ବି ଏଯାଏ ମିଳିନି ଉମରନଙ୍କୁ ମୌକା! ଜାହିର ଖାନ ଦେଲେ ବଡ଼ ବୟାନ

ବ୍ୟୁରୋ ରିପୋର୍ଟ: ରିଷଭ ପନ୍ତଙ୍କ ଅଧିନାୟକତ୍ୱ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ ସିରିଜର ତୃତୀୟ ମ୍ୟାଚରେ ୪୮ ରନରେ ହରାଇଥିଲା। ଏହି ବିଜୟ ସହ ଭାରତ ସିରିଜରେ ପ୍ରଥମ ବିଜୟ ହାସଲ କରିବାରେ ସକ୍ଷମ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ଅଛି। ଏହା ମଧ୍ୟରେ ଯୁବ ପେସର ଉମରାନ ମଲ୍ଲିକ ଙ୍କୁ ଏବେ ପର୍ଯ୍ୟନ୍ତ ଡେବ୍ୟୁର ସୁଯୋଗ ମିଳିପାରିନାହିଁ। ଏହାକୁ ନେଇ ପୂର୍ଵ ଭାରତୀୟ ଖେଳାଳି ଜାହିର ଖାନ କହିଛନ୍ତି ଉମରାନ ଟିମ ଇଣ୍ଡିଆପାଇଁ ଏକ୍ସଫାକ୍ଟର ସାବ୍ୟସ୍ତ ହୋଇପାରନ୍ତି।

Google

ଏପରି ମାନାଯାଉଥିଲା କି ଭାରତୀୟ ଟିମ ମ୍ୟାନେଜମେଣ୍ଟ ତୃତୀୟ ଟି-୨୦ରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରନ୍ତି କିନ୍ତୁ ଏପରି ହୋଇନଥିଲା। ଅଧିନାୟକ ରିଷଭ ପନ୍ତ ମଧ୍ୟ ଦ୍ୱିତୀୟ ପରାଜୟ ପରେ ବୋଲରଙ୍କ ଉପରେ ନିରାଶ ହୋଇଥିଲେ। ଆଇପିଏଲ ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିବା ଉମରାନ ଏବେ ପର୍ଯ୍ୟନ୍ତ ଡେବ୍ୟୁ କରିପାରିନାହାଁନ୍ତି ଯାହାକୁ ନେଇ ଅନେକ କ୍ରିକେଟର ନିଜ ରାୟ ଦେଇଛନ୍ତି।

ଏବେ ଜାହିର ଖାନ କହିଛନ୍ତି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜରେ ଉମରାନ ମଲିକ ଏକ୍ସଫାଷ୍ଟର ସାବ୍ୟସ୍ତ ହୋଇପାରନ୍ତି। ଜାହିର ଏହା ମଧ୍ୟ କହିରଖିବୁ ଉମରାନ ଆଇପିଏଲ ୨୦୨୨ରେ ମିଲରଙ୍କୁ ହଇରାଣ କରିଥିଲେ। ଅଳ୍ପଦିନ ତଳେ ଜାହିର ଖାନ କ୍ରିକବଜରେ ଏହି କଥା କହିଥିଲେ। ସେ କହିଥିଲେ ଉମରାନଙ୍କ ପାଖରେ ଅତିରିକ୍ତ ଗତି ଅଛି ଯାହା ମିଲର କ୍ଳାସେନଙ୍କୁ ଅସୁବିଧାରେ ପକାଇବାରେ ସହାୟକ ହୋଇପାରେ।

Google

ସେ ଆଗକୁ କହିଛନ୍ତି,”ଟିମ ପାଖରେ ଏପରି ଏକ୍ସଫାକ୍ଟର ରହିବା ଆବଶ୍ୟକ। ଏଥିପାଇଁ ମତେ ଲାଗୁଛିକି ଉମରାନଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିବା ଉଚିତ”। ଉମରାନ ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିଲେ।ସେ ହାଇଦ୍ରାବାଦ ତରଫରୁ ୧୪ମ୍ୟାଚରେ ସବୁଠୁ ଅଧିକ ୨୨ ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *