ବ୍ୟୁରୋ ରିପୋର୍ଟ: ସନରାଇଜର୍ସର ପେସର ଉମରାନ ମଲ୍ଲିକ ଏବେ ନିଜ ଅତିରିକ୍ତ ବେଗ ପାଇଁ ଚର୍ଚାରେ ଅଛନ୍ତି। ସେ ଆଇପିଏଲ ୨୦୨୨ରେ ଅନେକ ଥର ୧୫୦ ରୁ ଅଧିକ ବେଗରେ ବୋଲିଙ୍ଗ କରିଛନ୍ତି। ତାଙ୍କର ଏହି ପ୍ରଦର୍ଶନକୁ ଦେଖି ପୂର୍ଵ ଭାରତୀୟ ଅଫ ସ୍ପିନର ହରଭଜନ ସିଂହ ବହୁତ ପ୍ରଭାବିତ ଅଛନ୍ତି। ସେ ଉମରାନଙ୍କୁ ମ୍ୟାଚ ବିଜେତା ଖେଳାଳି ବୋଲି କହିଛନ୍ତି। ହରଭଜନ କହିଛନ୍ତି ଜାମ୍ମୁ-କାଶ୍ମୀରର ଏହି ଯୁବ ଖେଳାଳିଙ୍କୁ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଟିମରେ ଚୟନ କରାଯିବା ଉଚିତ।

ରବିବାରକୁ ପଞ୍ଜାଵ କିଙ୍ଗସ ବିରୁଦ୍ଧରେ ମ୍ୟାଚରେ ଉମରାନ ଇତିହାସ ରଚିଥିଲେ। ସେ ପଞ୍ଜାଵର ପାରିର ୨୦ ତମ ଓଭର ବୋଲିଙ୍ଗ କରି କୌଣସି ରନ ନଦେଇ ତିନୋଟି ୱିକେଟ ନେଇଥିଲେ। ତାଙ୍କର ଏହି ପ୍ରଦର୍ଶନ ଦ୍ଵାରା ହାଇଦ୍ରାବାଦ ପଞ୍ଜାଵକୁ ୧୫୧ ରନରେ ଅଲଆଉଟ କରିଦେଇଥିଲା। ସେ ଆଇପିଏଲ ଇତିହାସରେ ୨୦ ତମ ଓଭର ବୋଲିଙ୍ଗ କରି କୌଣସି ରନ ନ ଦେଇ ତିନୋଟି ୱିକେଟ ନେଇଥିବା ବିଶ୍ୱର ତୃତୀୟ ବୋଲର ଅଟନ୍ତି। ତାଙ୍କ ପୂର୍ବରୁ ଲସିଥ ମାଲିଙ୍ଗା ଓ ଜୟଦେବ ଉନଟକଟ ଏପରି କରିଛନ୍ତି।
ଉମରାନଙ୍କୁ ମିଳୁ ବିଶ୍ୱକପ ଟିମରେ ଜାଗା:
ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତାରେ ହରଭଜନ କହିଛନ୍ତି,”ମରାନଙ୍କୁ ଜଲ୍ଦି ଭାରତୀୟ ଟିମରେ ଜାଗା ମିଳିବା ଉଚିତ। ସେ ଟି-୨୦ ବିଶ୍ୱକପ ଟିମ ପାଇଁ ଯୋଗ୍ୟ ଅଟନ୍ତି। ଏକମାତ୍ର ଭାରତୀୟ ନୀଳ ଜର୍ସି ଉମରାନଙ୍କୁ ମିଳିଲା ଉଚିତ। ତାଙ୍କୁ ଏହି ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମରେ ଜାଗା ମିଳିବା ଉଚିତ। ସେ ସେଠାରେ ମ୍ୟାଚ ବିଜେତା ସାବ୍ୟସ୍ତ ହୋଇପାରନ୍ତି”।
What an unbelievable spell full of raw pace #UmranMalik 🔥👏
Take a bow young man 👍 By far probably the best ever over in IPL pic.twitter.com/nxZdBQyOVv
— KTR (@KTRTRS) April 17, 2022
ଆଇପିଏଲ ୨୦୨୨ରେ ଉମରାନ ମଲ୍ଲିକ:
ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ଉମରାନ ମଲ୍ଲିକ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ତାଙ୍କର ୧୫୦ ରୁ ଅଧିକ ବେଗରେ ଆସୁଥିବା ବଲକୁ ଖେଳିବା ପାଇଁ ବ୍ୟାଟ୍ସମ୍ୟାନ ପ୍ରାୟ ଡରିଥାନ୍ତି। ଆଇପିଏଲର ଏହି ସିଜନରେ ସେ ହାଇଦ୍ରାବାଦର ଦ୍ୱିତୀୟ ସଫଳ ବୋଲର ଅଟନ୍ତି। ଏବେ ପର୍ଯ୍ୟନ୍ତ ସେ ଏହି ଆଇପିଏଲରେ ୬ ମ୍ୟାଚରେ ୯ ଟି ୱିକେଟ ନେଇଛନ୍ତି। ଏହି ସମୟରେ ତାଙ୍କର ଷ୍ଟାଇକ ରେଟ ୧୪.୬୬ର ରହିଛି। ତାଙ୍କର ଏହି ସୁନ୍ଦର ପ୍ରଦର୍ଶନ ଦ୍ଵାରା ହାଇଦ୍ରାବାଦ ପ୍ରଥମ ଦୁଇ ମ୍ୟାଚ ହାରି ମଧ୍ୟ ଏବେ ଲଗାତର ବିଜୟ ହାସଲ କରିଛି। ତାଙ୍କୁ (ଉମରାନ) SRH IPL 2022 ପାଇଁ ରିଟେନ କରିଥିଲା। ସେ ସୁନ୍ଦର ବୋଲିଂ IPL ରେ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।