ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଯଦି କୌଣସି ଯୁବ ଖେଳାଳିଙ୍କ ସବୁଠୁ ଅଧିକ ଚର୍ଚ୍ଚା ହେଇଛି ତ ସେ ଉମରାନ ମଲ୍ଲିକ ଅଟନ୍ତି। ଆଇପିଏଲ ୨୦୨୨ ପରେ ସମସ୍ତେ ତାଙ୍କର ହିଁ କଥା କହୁଛନ୍ତି। ଏବେ କ୍ରିକେଟ ପ୍ରସଂସକ ଅପେକ୍ଷା କରିଛନ୍ତି ଟିମ ଇଣ୍ଡିଆରେ ତାଙ୍କର ଡେବ୍ୟୁର। ଉମରାନଙ୍କୁ ଦକ୍ଷିଣ ବିରୁଦ୍ଧରେ ଟି-୨୦ ସିରିଜରେ ଭାରତୀୟ ଟିମରେ ଚୟନ କରାଯାଇଛି। ଏବେ ପ୍ରାୟ କେତେକ ଅପେକ୍ଷା କରିଛନ୍ତି ତାଙ୍କୁ ଚୂଡାନ୍ତ ଏକାଦଶରେ କେବେ ମୌକା ମିଳିବ। ଏବେ ଭାରତ ଏହି ସିରିଜରେ ୦-୨ରେ ପଛୁଆ ଅଛି ଓ ଏବେ ଉମରାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ ନେଇ ଚର୍ଚ୍ଚା ଜୋର ଧରିଛି।

ଗାଭାସ୍କର ଉମରାନଙ୍କ ଡେବ୍ୟୁକୁ ଅପେକ୍ଷା କରିଛନ୍ତି:
ପୂର୍ଵ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଉମରାନ ମଲ୍ଲିକଙ୍କୁ ନେଇ ଏକ୍ସସାଇଟେଡ଼ ଅଛନ୍ତି। ସେ କହିଛନ୍ତି ଏବେ ସମୟ ଆସିଗଲାଣି କି ତାଙ୍କୁ ଟିମ ଇଣ୍ଡିଆ ପାଇଁ ଖେଳିବା ପାଇଁ ମୌକା ମିଳୁ। ଗାଭାସ୍କର କହିଛନ୍ତି ସଚିନଙ୍କ ପରେ ଉମରାନ ଦ୍ୱିତୀୟ ଏପରି ଖେଳାଳି ତାଙ୍କୁ ଦେଖି ସେ ଏକ୍ସସାଇଟେଡ଼ ହୋଇଥାନ୍ତି।
ଉମରାନଙ୍କୁ ମଧ୍ୟ ଡେବ୍ୟୁର ଅପେକ୍ଷା:
ଉମରାନ ମଲିକ ମଧ୍ୟ ଭାରତୀୟ ଟିମରେ ଡେଭ୍ୟୁ କରିବା ପାଇଁ ଅପେକ୍ଷା କରିଛନ୍ତି। ସିରିଜ ଆରମ୍ଭ ହେବା ପୁର୍ବରୁ ହିଁ ତାଙ୍କର ଚର୍ଚ୍ଚା ହେଇଆସୁଛି। ଏବେ ଭାରତୀୟ ଟିମ ସିରିଜରେ ୦-୨ ରେ ପଛୁଆ ହୋଇଯିବା ପରେ ଚୂଡାନ୍ତ ଏକାଦଶରେ ଉମରାନଙ୍କୁ ସାମିଲ ନେଇ ଚର୍ଚ୍ଚା ଜୋର ହେଉଛି। ଅନେକ ମହାନ ଖେଳାଳି ଉମରାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ ନେଇ ଦାବି କରୁଛନ୍ତି।
Sunil Gavaskar:
"The first player I got excited to see was Sachin Tendulkar. The second player is Umran Malik. He should play".#INDvSA
— Subhayan Chakraborty (@CricSubhayan) June 12, 2022
ଆଇପିଏଲ ୨୦୨୨ରେ ଉମରାନ ନିଜ ଅତିରିକ୍ତ ଗତି ଦ୍ଵାରା ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବା ସହ ଚୟନକର୍ତାଙ୍କୁ ମଧ୍ୟ ବହୁତ ପ୍ରଭାବିତ କରିଥିଲେ। ଉମରାନଙ୍କ ସହ ପଞ୍ଜାଵ କିଙ୍ଗସର ପେସର ଅର୍ସଦୀପ ସିଂହ ମଧ୍ୟ ନିଜ ଡେବ୍ୟୁକୁ ନେଇ ଅପେକ୍ଷା କରିଛନ୍ତି। ଆଇପିଏଲ ୨୦୨୨ରେ ଅର୍ସଦୀପ ମଧ୍ୟ ସୁନ୍ଦର ବୋଲିଙ୍ଗ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଆଇପିଏଲ ୨୦୨୨ରେ ୧୦ ୱିକେଟ ନେବା ପରେ ତାଙ୍କୁ ଦକ୍ଷିଣ ଆଫ୍ରିକା ସିରିଜରେ ଭାରତୀୟ ଟିମରେ ଚୟନ କରାଯାଇଛି। ଏବେ ଦେଖିବା ବାକି ରହିଲା କି ଟିମ ଇଣ୍ଡିଆରେ ଦୁଇ ଖେଳାଳିଙ୍କୁ କେବେ ମୌକା ମିଳିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।