IND vs SA: ପ୍ରଥମ ମ୍ୟାଚରେ ଖେଳିବ ଉମରାନ! କଣ ଆପଣଙ୍କ ମତ? ଜୋର ଧରିଲା ଖବର, ଦେଖନ୍ତୁ ଭିଡିଓ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ସିରିଜର ପ୍ରଥମ ମ୍ୟାଚ ୯ ଜୁନରେ ଖେଳା ଯିବାକୁ ଅଛି। ଯେଉଁଥିପାଇଁ ଭାରତ ଦଳ ତାର ଅଭ୍ୟାସ ଆରମ୍ଭ କରିସାରିଲେଣି। ଅଭ୍ୟାସରୁ ଏଇୟା ଜଣାପଡୁଛି ଯେ ଉମରାନ ମଲ୍ଲିକଙ୍କୁ ପ୍ରଥମ ମ୍ୟାଚରେ ଖେଳିବାର ସୁଯୋଗ ମିଳିପାରେ। ଆପଣ ଭାବୁଥିବେ ଯେ ଅଭ୍ୟାସରୁ କିପରି ଜଣାପଡ଼ିବ ଏହି କଥା ଜାଣିବା ପାଇଁ ଦେଖନ୍ତୁ ଆମ ରିପୋର୍ଟ।

Google

ଯେତେବେଳେ ଦଳ ଅଭ୍ୟାସ ପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପହଞ୍ଚିଲେ କୋଚ ରାହୁଲ ଦ୍ରାବିଡ ପ୍ରଥମେ ଯୁବକ ବୋଲର ଉମାରାନଙ୍କୁ ଦେଖା କଲେଏବଂ ଏହି ସାକ୍ଷାତ ବହୁତ ସମୟ ଯାଏ ଚାଲିଥିଲା। ଯୋଉଠି ଦ୍ରାବିଡ ତାଙ୍କୁ କିଛି ମନ୍ତ୍ରଣା ଏବଂ ଟିପ୍ସ ଆଦି ଦେଇଥିଲେ ଏବଂ ଅଭ୍ୟାସ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେଏବଂ ଅଭ୍ୟାସରେ ରାହୁଲ ଯେ କି ଦଳର ଏହି ସିରିଜ ପାଇଁ ଅଧିନାୟକ ସେ ତାଙ୍କୁ ନେଟରେ ପରୀକ୍ଷା ନେଲେ। ସେ ଦେଖିବାକୁ ଚାହୁଁଥିଲେ କି ଯେଉଁ ଭଳି ଉମରାନ ଆଇପିଏଲରେ ବୋଲିଂ କରୁଥିଲେ ସେହିଭଳି ନେଟରେ ବୋଲିଂ କରିପାରୁଛନ୍ତି କି ନାହିଁ। କିନ୍ତୁ କପ୍ତାନଙ୍କ ଏହି ପରୀକ୍ଷାରେ ସେ ଭଲ କରିଥିଲେ। ଉମରାନଙ୍କ ନିଆ ବାହାର କରୁଥିବା ବଲ ରାହୁଲଙ୍କୁ ଅଭ୍ୟାସରେ ଖେଳିବାକୁ ବହୁତ କଷ୍ଟ ହଉଥିଲା।ଯେହେତୁ ସେ ବ୍ୟଟ୍ସମାନ ସେଥିପାଇଁ ସେ ବହୁତ ନିରାଶ ହେଉଥିଲେ କିନ୍ତୁ ଦଳର ଅଧିନାୟକ ଯୋଗୁ ସେ ବହୁତ ଖୁସି ହେଉଥିଲେ। ଅଭ୍ୟାସ ସରିବା ପରେ ରାହୁଲ ମଧ୍ୟ ଉମରାନଙ୍କ ସହ ବହୁତ କଥା ହେଲେ। ଏହାପରେ ସେ ଆଖିପକେଇଥିଲେ ଦଳର ଉପାଧିନୟକ ରିସଭ ପନ୍ତଙ୍କୁ।ମାନେ କି ସେ ମନ୍ତ୍ରଣା ନେଲେ କୋଚ ଠୁ ତାପରେ ଅଧିନାୟକଠୁ ତାପରେ ବୋଲିଙ୍ଗ କଲେ ଦଳର ଉପଅଧିନାୟକଙ୍କୁ। ଯଦି ରିଷଭଙ୍କୁ ଦେଖା ଯାଏ ତାହେଲେ ସେ ତାଙ୍କୁ ନେଟରେ ବହୁତ ଭଲ ଭାବରେ ଖେଳିଥିଲେ ଏବଂ ତାଙ୍କ ବଲରେ କେତେଗୁଡେ ବଡ଼ ପ୍ରହାର ମଧ୍ୟ କରିଥିଲେ ତାମନେ ନୁହଁ ଯେ ଉମରାନ ଭଲ ବୋଲିଂ କରିନଥିଲେ ରିଶଭଙ୍କୁ ମଧ୍ୟ ସେ ବହୁତ ଜୋର ବଲ ପକାଇଥିଲେ।

Google

ଅଭ୍ୟାସ ସରିବା ପରେ ଉମରାନ ଅନ୍ୟ ସାଥୀ ମାନଙ୍କ ସହ ମଜା କରୁଥିବାର ଦେଖାଗଲେ ଯେଉଁଥିରେ ତାଙ୍କ ସହ ଇସନ କିଶନ,ଋତୁରାଜ ମଧ୍ୟ ଦେଖିବାକୁ ମିଳିଛି। ଏହା ପ୍ରଥମ ଥର ନୁହଁ ଯେଉଁଠି ଉମରାନ ଦଳ ସହ ମିଶିଛନ୍ତି ଆଗରୁ ମଧ୍ୟ ଟି-୨୦ ୱାଲ୍ଡକପ ସମୟ ରେ ସେ ଦଳରେ ନେଟ ବୋଲର ଭାବରେ ମିଶିଥିଲେ। କିନ୍ତୁ ଏଥର ସେ ପୁରା ଦଳ ଭାରତରେ ଖେଳାଳି ଭାବରେ ମିଶିଛନ୍ତି। ଏଥିରୁ ଜଣାପଡୁଛି ଯେ ଅଭ୍ୟାସରେ ପ୍ରଥମ ଦିନହିଁ ତାଙ୍କ ବୋଲିଂରୁ କୋଚ ଖୁସି ହେଲେ,ଅଧିନାୟକ ଏବଂ ଉପଅଧିନାୟକ ମଧ୍ୟ ଖୁସି ହୋଇଛନ୍ତି। ତାଙ୍କର ପ୍ରଥମ ଦିନର ବୋଲିଂ ରୁ ଜଣା ପଡୁଛି ଯେ ସେ ପ୍ରଥମ ମ୍ୟାଚ ଖେଳିବାର ପୁରା ସମ୍ଭାବନା ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *