ଉମରାନଙ୍କୁ ନେଇ ଅର୍ସଦୀପଙ୍କ ବଡ଼ ବୟାନ! ତାଙ୍କ ଯୋଡିକୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଅର୍ସଦୀପ ସିଂ ଏବଂ ଉମ୍ରାନ ମଲ୍ଲିକ ଆଇପିଏଲରେ ଏକ ଭଲ କାର୍ଯ୍ୟକାଳ ପରେ ବର୍ତ୍ତମାନ ଟିମ ଇଣ୍ଡିଆର ଦୁଇ ଜଣ ସବୁଠାରୁ ଜବରଦସ୍ତ ବୋଲର ଭାବରେ ପ୍ରସ୍ତୁତ ହୋଇଛନ୍ତି।

ଅର୍ସଦୀପ ସିଂ କହିଥିଲେ ଯେ, ଉମ୍ରାନ ମଲ୍ଲିକଙ୍କ ସହିତ ତାଙ୍କର ଯୋଡି ବହୁତ ଫାଇଦା ସାବ୍ୟସ୍ତ ହୋଇଛି। ଉମ୍ରାନ ଟି-ଟ୍ୱେଣ୍ଟିରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ତିନୋଟି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତୀୟ ଦଳରେ ପଦାର୍ପଣ କରିଥିଲେ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ସେ ଖେଳୁଥିବାର ନଜର ଆସିଥିଲେ। ଏହା ବ୍ୟତୀତ ଅର୍ସଦୀପ ସିଂ ‘ମେନ ଇନ ବ୍ଲୁ’ରେ ସାମିଲ ହେବା ଲାଗି ବହୁତ ଜଲ୍ଦି ଆଗକୁ ବଢ଼ୁଛନ୍ତି। ସେ ସଦ୍ୟ ସମାପ୍ତ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୨ ରେ ନିଜର ଛାପ ଛାଡିଛନ୍ତି।

ଅର୍ସଦୀପ ସିଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ପୂର୍ବରୁ କହିଛନ୍ତି ଯେ,’ ଉମ୍ରାନ ସହିତ ପରିବେଶ ବହୁତ ଭଲ ରହିଥାଏ। ସେ ବହୁତ ହସ ମଜାକ କରିଥାଏ ଏବଂ ବୋଲିଂର କଥା ଆସିଓଏ ମୋତେ ତା ଦ୍ୱାରା ବହୁତ ଫାଇଦା ମିଳିଥାଏ। କାରଣ ଯେତେବେଳେ ୧୫୫ କିମି ବେଗର ବଲ ପରେ ୧୩୫ କିମି ବେଗର ବଲ ଆସିଥାଏ, ସେତେବେଳେ ବ୍ୟାଟ୍ସମ୍ୟାନ୍ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ।’

ସେ ଆହୁରି ମଧ୍ୟ କହିଥିଲେ ଯେ,’ ଆମେ ଦୁଇ ଜଣ ପଡ଼ିଆ ଭିତରେ ଏବଂ ବାହାରେ ଏକାଠି ରହି ବହୁତ ମଜା ମସ୍ତି କରିଥାଉ। ଆମେ ଏହି ଯୋଡିକୁ ପଡିଆ ବାହାରେ ମଧ୍ୟ ବଜାୟ ରଖିବାକୁ ଚେଷ୍ଟା କରିବୁ।’ ଯେଉଁଠି ଉମ୍ରାନ ଦ୍ରୁତ ଗତିରେ ଭରସା କରନ୍ତି, ଅର୍ସଦୀପ ବଲ ସହିତ ସଠିକ ଗତିରେ ବୋଲିଂ କରିବା ସହିତ ଲାଇନ ଲେଣ୍ଥ ସଠିକ ରଖି ଥାଆନ୍ତି। ଏହି ବାମହାତୀ ବୋଲର ଆହୁରି ମଧ୍ୟ କହିଥିଲେ ଯେ, ପାର୍ଟନର୍ସିପ ଉଭୟ ବୋଲିଂ ଏବଂ ବ୍ୟାଟିଂ ସହିତ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଏବଂ ୫୦ ଓଭର ପ୍ରତିଯୋଗିତାରେ ଧର୍ଯ୍ୟ ରଖିବା ଜରୁରୀ ଅଟେ।

ଅର୍ସଦୀପ ସିଂ କହିଥିଲେ ଯେ,’ ଦିନିକିଆ ମ୍ୟାଚ ଏକ ଲମ୍ବା ଖେଳ ଅଟେ। ଏଥିରେ ପାର୍ଟନର୍ସିପ ଏକ ମହତ୍ୱପୂର୍ଣ୍ଣ ବଭୁମିକା ନିର୍ବାହ କରିଥାଏ। ମୁଁ ଦେଖିଥାଏ ଯେ, ମୋ ବିପରୀତ ପାର୍ଶ୍ଵରୁ ମୋ ସାଥି ବୋଲର କେଉଁ ଭଳି ବୋଲିଂ କରୁଛନ୍ତି। ସେ ଯଦି ଭଲ ବୋଲିଂ କରୁଛନ୍ତି , ତେବେ ମୁଁ ଚାହିଁବି ସେପରି ଭଲ ବୋଲିଂ ଦ୍ୱାରା ରନ ରୋକି ତାଙ୍କୁ ସାହାଯ୍ୟ କରିବି। ଏହା ଏକ ଦଳଗତ ଖେଳ ଅଟେ। ଯଦି ମୁଁ ଆକ୍ରମଣାତ୍ମକ ବୋଲିଂ କରୁଛି, ତେବେ ମୋ ସାଥି ଖେଳାଳି ରକ୍ଷଣାତ୍ମକ ଖେଳିବେ।’

ସୂଚନାଯୋଗ୍ୟ ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଉମ୍ରାନ ମଲ୍ଲିକ ନିଜର ପ୍ରଥମ ଏକଦିବସିୟ ମ୍ୟାଚରେ ୨ ଟି ୱିକେଟ ନେଇ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ଅର୍ସଦୀପ ସିଂ ଏବଂ ଉମ୍ରାନ ମଲ୍ଲିକ ନିଜ ଶକ୍ତି ଦ୍ୱାରା ଭିନ୍ନ ଭିନ୍ନ ପ୍ରକାରର ବୋଲର ଅଟନ୍ତି। ଅର୍ସଦୀପ ସିଂ ସ୍ୱିଙ୍ଗ , ୟର୍କର ଏବଂ ଗତି ପରିବର୍ତ୍ତନ ଉପରେ ବିଶ୍ୱାସ କରୁଥିବା ବେଳେ ଉମ୍ରାନ ମଲ୍ଲିକ ଦ୍ରୁତ ଗତି ଉପରର ଭରସା କରନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ନଭେମ୍ବର ୩୦ ତାରିଖ ଦିନ ଖେଳାଯିବାର ଅଛି।

Leave a Reply

Your email address will not be published. Required fields are marked *