ଟି ୨୦ ୱାର୍ଲ୍ଡକପ ଖେଳିବେ ଉମ୍ରାନ। ଅଧିନାୟକ ରୋହିତ ଶର୍ମାଙ୍କ ବଡ଼ ବୟାନ ଆସିଲା ଉମରାନଙ୍କ ଉପରେ।ଭାରତ ଓ ଇଂଲଣ୍ଡ ଭିତରେ ୭ ଜୁଲାଇକୁ ପ୍ରଥମ ଟି ୨୦ ମ୍ୟାଚ ଖେଳାଯାଇଛି। ଏହାର ଏକ ଦିନ ପୂର୍ବରୁ ରୋହିତ ଶର୍ମା ପ୍ରେସ କନଫରେନ୍ସକୁ ଆସିଲେ। ଇଂଲଣ୍ଡ ଦୌଡ଼ରେ ଇଏ ରୋହିତ ଶର୍ମାଙ୍କ ପ୍ରଥମ ପ୍ରେସ କନଫରେନ୍ସ ଥିଲା।

ଯେଉଁଥିରେ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ ପଚରା ଯାଇଥିଲା।ଉମ୍ରାନଙ୍କ ଉପରେ ରୋହିତ କଣ ବୟାନ ଦେଲେ ତାହା ମୁଁ ଆପଣ ମାନଙ୍କୁ ଆଗକୁ କହିବି।
ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ନେଇ ରୋହିତ କହିଲେ ଯେ ମୁଁ କୋଭିଡରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛି।ମୁଁ ୮ ରୁ ୯ ଦିନ କ୍ୱାରେଣ୍ଟିନରେ ଥିଲି।କୋଭିଡ ହେବା ପରେ ଯେଉଁ ଲକ୍ଷଣ ଆସେ ତାହା ବିଷୟରେ ସେ କିଛି କହି ପାରିବେ ନାହିଁ ବୋଲି କହିଥିଲେ।ଏହା ଅଲଗା ଅଲଗା ଲୋକଙ୍କୁ ଭିନ୍ନ ହୋଇଥାଏ।

ହେବାକୁ ଯାଉଥିବା ମୁକାବିଲା ପାଇଁ ରୋହିତ ପୁରା ଫିଟ ଅଛନ୍ତି। କିନ୍ତୁ ଭବିଷ୍ୟତରେ କଣ ହେବ ତାହା ଟିମ ମନିଟର କରିବ। ଏବେ ଉମ୍ରାନଙ୍କ ବିଷୟରେ କଥା ହେବା।ସେ ଏହି ଟି ୨୦ ସିରିଜରେ ଭାଗ ନେଇଛନ୍ତି।ସେ କହିଲେ କି ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଆଗାମୀ ୱାର୍ଲଡ଼ କପ ପ୍ଲାନରେ ସେ ଅଛନ୍ତି।
ଆମେ ଲଗାତାର ତାଙ୍କ ଉପରେ ନଜର ରଖିଛୁ।ଯେବେ ଟିମ ସିଲେକ୍ସନ ହେବ ଉମ୍ରାନ ମଲ୍ଲିକ ନଜରରେ ଆସିବେ। ଏବେ ଏହା ଦେଖିବାକୁ ହେବ ଯେ ଯେତେ ବି ମ୍ୟାଚ ଉମ୍ରାନଙ୍କୁ ମିଳିବ ସେଥିରେ ସେ କିପରି ପ୍ରଦର୍ଶନ କରୁଛନ୍ତି।ଯଦି ସେ ଭଲ ପ୍ରଦର୍ଶନ କରୁଛନ୍ତି ତେବେ ନିଶ୍ଚୟ ତାଙ୍କୁ ବିଶ୍ଵ କପରେ ନେବା କଥା ବିଚାର ହେବ। ଅଷ୍ଟ୍ରେଲିଆରେ ପେସ ବୋଲର ମାନଙ୍କୁ ବହୁତ ଫାଇଦା ମିଳିଥାଏ।
ପ୍ରଥମ ଟି-୨୦ ରେ ଋଷଭ ପନ୍ତ ଟିମର ସଦସ୍ୟ ନାହାଁନ୍ତି ତାଙ୍କୁ ଆରାମ ଦିଆ ଯାଇଛି। ଦିନେଶ କାର୍ତ୍ତିକ ଆପଣଙ୍କୁ ୱିକେଟ ପଛରେ ନଜର ଆସିପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।