IND vs SA: ଚାଲିଗଲା ଆଜିଙ୍କ୍ୟ ରାହାଣେଙ୍କ ହାତରୁ ଉପ ଅଧିନାୟକ ପଦ! ଦିନିକିଆ କ୍ୟାପଟେନ ପରେ ଟେଷ୍ଟ ଉପ ଅଧିନାୟକ ବନିଲେ ରୋହିତ

ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୩ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଟିମ ବିସିସିଆଇ ଘୋଷଣା କରିଦେଇଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ୨୬ ଡିସେମ୍ବରକୁ ସେଂଚୁରିଆନରେ ଖେଳାଯିବାର ସିଡ୍ୟୁଲ ଅଛି। ରାହାଣେଙ୍କୁ ଟିମରେ ଜାଗା ତ ମିଳିଛି କିନ୍ତୁ ତାଙ୍କ ଉପଅଧିନାୟକ ପଦ ଚାଲିଯାଇଛି। ତାଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଟେଷ୍ଟ ଟିମର ଉପଅଧିନାୟକ କରାଯାଇଛି।

Google

ଖରାପ ଫର୍ମ ଦେଇ ଗତିକରୁଥିବା ଚେତେଶ୍ୱର ପୂଜାରାଙ୍କୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଟେଷ୍ଟ ସିରିଜରେ ଜାଗା ମିଳିଛି। ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ସୁନ୍ଦର ପ୍ରଦର୍ଶନ କରିଥିବା ଶ୍ରେୟସ ଅୟରଙ୍କୁ ମଧ୍ୟ ଟିମରେ ଜାଗା ମିଳିଛି। ଅୟର ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ କାନପୁର ଟେଷ୍ଟରେ ପ୍ରଥମ ପାରିରେ ଶତକ ଓ ଦ୍ୱିତୀୟ ପାରିରେ ଅର୍ଦ୍ଧଶତକ ମାରିଥିଲେ।ଏହା ତାଙ୍କର ଡେଭ୍ୟୁ ମ୍ୟାଚଥିଲା ଓ ଡେବ୍ୟୁ ମ୍ୟାଚରେ ଏପରି କରିଥିବା ସେ ପ୍ରଥମ ଭାରତୀୟ ଖେଳାଳି ଅଟନ୍ତି। ମୟଙ୍କ ଅଗ୍ରୱାଲ ମଧ୍ୟ ଚୟନ ହୋଇଛନ୍ତି ସେ ନ୍ୟୁଜିଲାଣ୍ଡ ସହ ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟର ପ୍ରଥମ ପାରିରେ ୧୫୦ ଓ ଦ୍ୱିତୀୟ ପାରିରେ ୬୨ ରନ କରିଥିଲେ।

ପୂର୍ଵ ପ୍ରାୟ ଏକ ବର୍ଷରୁ ଖରାପ ଫର୍ମ ଦେଇ ଗତିକରୁଛନ୍ତି ରାହାଣେ: ୩୩ ବର୍ଷୀୟ ରାହାଣେ ପୂର୍ଵ ଗୋଟେ ବର୍ଷରେ ୧୪ ଟି ଟେଷ୍ଟରେ ୨୪.୬୬ ଔସତରେ ୫୯୨ ରନ କରିଛନ୍ତି। ଏହି ସମୟରେ ସେ ମାତ୍ର ଗୋଟେ ଶତକ ମାରିଛନ୍ତି। ଏହି ସମୟରେ ତାଙ୍କ ଔସତ ତାଙ୍କ କ୍ୟାରିଅର ଟେଷ୍ଟ ଔସତ ୪୦ ମଧ୍ୟ କମ ଥିଲା। ବର୍ଷ ୨୦୨୧ରେ ରାହାଣେ ୧୨ ଟି ଟେଷ୍ଟ ମ୍ୟାଚରେ ୨୦ ର ଆଉସତରେ ୪୧୧ ରନ କରିଛନ୍ତି ଓ ସର୍ବଶ୍ରେଷ୍ଠ ସ୍କୋର ସେ ଏହି ସମୟରେ ୬୭ କରିଛନ୍ତି। ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ରାହାଣେ ଅଧିନାୟକତ୍ୱ କରିଥିଲେ। ଏହି ମ୍ୟାଚ ଭାରତ ଜିତୁ ଜିତୁ ଡ୍ର ହୋଇଯାଇଥିଲା। ରାହାଣେ ଏହି ମ୍ୟାଚର ଦୁଇଟି ଯାକ ପାରିରେ ମୋଟ ୩୯ ରନ କରିଥିଲେ।ଏହା ପରେ ତାଙ୍କୁ ନ୍ୟୁଜିଲାଣ୍ଡ ସହ ମୁମ୍ବାଇ ଟେଷ୍ଟର୍ସ ଚୂଡାନ୍ତ ଏକାଦଶରେ ଜାଗା ମିଳିନଥିଲା। ଏହାର କାରଣ ବିସିସିଆଇ ତାଙ୍କ ଆଘତକୁ କହିଥିଲା କିନ୍ତୁ ଏହାକୁ ବିଶ୍ୱାସ କରିବା କଷ୍ଟକର ଥିଲା। ରାହାଣେଙ୍କୁ କେବଳ ଆଘାତ ପାଇଁ ବସାଯାଇଛି ବୋଲି କେହି ବିଶ୍ୱାସ କରିପାରୁନଥିଲେ।

Google
ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମ:

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଅୟର ହନୁମା ବିହାରୀ, ରିଷଭ ପନ୍ତ (ୱିକେକିପର), ରିଧିମାନ ସାହା(ୱିକେକିପର), ରବିଚନ୍ଦ୍ରନ ଅଶ୍ୱିନୀ, ଜୟନ୍ତ ଯାଦବ, ଇସାନ୍ତ ଶର୍ମା, ମହମ୍ମଦ ସାମୀ, ଉମେଶ ଯାଦବ, ଯଶପ୍ରୀତ ବୁମରା, ସାରଦୁଲ ଠାକର, ମହମ୍ମଦ ସିରାଜ ।

ଷ୍ଟାଣ୍ଡ ବାଇ ଖେଳାଳି: ନବଦୀପ ସୈନି, ସୌରଭ କୁମାର, ଦୀପକ ଚାହାର, ଅରଜାନ ନାଗସବାଲା।

କହିରଖିବୁକି ଆଘାତ କାରଣରୁ ରବିନ୍ଦ୍ର ଜାଡେଜା, ଶୁଭମନ ଗିଲ, ଅକ୍ଷର ପଟେଲ, ରାହୁଲ ଚାହାର, ସିଲେକ୍ସନ ପାଇଁ ଉପଲବ୍ଧ ନାହାନ୍ତି। ଏହି ସବୁ ଖେଳାଳି ଏବେ ରିହୈବିଲିଟେସନ ଦେଇ ଗତିକରୁଛନ୍ତି।

ଭାରତର ଦକ୍ଷିଣ ଆଫ୍ରିକା ଗ୍ରସ୍ତ ସିଡ୍ୟୁଲ:

ପ୍ରଥମ ଟେଷ୍ଟ୨୬-୩୦ ଡିସେମ୍ବର୨୦୧୧ କୁ ସେଂଚୁରିଆନରେ।

ଦ୍ୱିତୀୟ ଟେଷ୍ଟ ୩-୭ ଜାନୁଆରୀ ୨୦୨୨କୁ ଜୋହାନସବର୍ଗ।

ତୃତୀୟ ଟେଷ୍ଟ ୧୧-୧୫ ଜାନୁଆରୀ ୨୦୨୨ କୁ କେପଟାଉନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *