କ୍ରିକେଟ ପ୍ରେମୀ ୨୭ ତାରିଖରୁ ହେବାକୁ ଥିବା ଏସିଆ କପ ମ୍ୟାଚର ଅପେକ୍ଷା ରହିଛି। ଭାରତର ପ୍ରଥମ ମ୍ୟାଚ ୨୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାର ଅଛି। ଏହି ମ୍ୟାଚରେ ବିଶ୍ୱର ଦୁଇଟି ବଡ଼ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ବାବର ଆଜାମଙ୍କୁ ପରସ୍ପର ବିପକ୍ଷରେ ଦେଖିବାକୁ ମିଳିପାରେ। ତେବେ ଏହି ମ୍ୟାଚର ରୋମାଂଚକ ଭରା ହୋଇପାରେ।

ଯଦି ଉଭୟ ଖେଳାଳିଙ୍କ ୨୦୨୨ ମସିହାର ଟି-ଟ୍ୱେଣ୍ଟି ରେକର୍ଡ ଆମେ ଦେଖିବା ତେବେ ଉଭୟଙ୍କ ପ୍ରଦର୍ଶନ ସମାନ ପ୍ରକାରର ରହିଛି। ବିରାଟ ୪ ଟି ମ୍ୟାଚ ଖେଳି ୮୧ ରନ କରିଥିବା ବେଳେ ବାବର ମାତ୍ର ଗୋଟିଏ ମ୍ୟାଚ ଖେଳି ସେଥିରେ ୬୬ ରନ କରିଥିଲେ। ବିରାଟ କୋହଲି ଏହି ଏସିଆ କପରେ ନିଜ ଫର୍ମକୁ ଫେରି ପାରନ୍ତି।
ପାକିସ୍ତାନ ବିପକ୍ଷରେ ବିରାଟଙ୍କ ପ୍ରଦର୍ଶନ ଭଲ ରହିଛି। ପୂର୍ବ ବର୍ଷ ୨୦୨୧ ବିଶ୍ୱକପରେ ସେ ଏକ ମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ନିଜର ଅତି ଜବରଦସ୍ତ ପ୍ରଦର୍ଶନ ଦେଖାଇଥିଲେ। ସେ ପାକିସ୍ତାନ ବିପକ୍ଷରେ ୭ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ୩୧୧ ରନ କରିଥିଲେ। ଏଥିରେ ସେ ତିନୋଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଅନ୍ୟପକ୍ଷରେ ବାବର ଆଜାମ ଭାରତ ବିପକ୍ଷରେ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି ଯାହାକି ପୂର୍ବ ବର୍ଷ ବିଶ୍ୱକପରେ ଖେଳାଯାଇଥିଲା।ସେ ଏଥିରେ ନଟଆଉଟ ରହି ୬୮ ରନ ସଂଗ୍ରହ କରିଥିଲେ।ଏହି ଆଗାମୀ ଏସିଆ କପରେ ବାବରଙ୍କୁ ଅଟକାଇବା ଭାରତୀୟ ବୋଲରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ।
ଯଦି ସମୁଦାୟ ଉପରେ ଟି-ଟ୍ୱେଣ୍ଟି ସମ୍ପର୍କରେ ଦେଖିବା ତେବେ ବିରାଟ କୋହଲି ବାବର ଆଜାମଙ୍କୁ ଠାରୁ ଟିକେ ଉପରେ ରହିଛନ୍ତି।ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ୯୯ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି।ସେଥିରେ ତାଙ୍କର ରନ ରହିଛି ୩୩୦୮। ତାଙ୍କର ଔଷତ ୫୦ ରୁ ଉର୍ଦ୍ଧ୍ବ ରହିଛି।
ଅନ୍ୟପକ୍ଷରେ ବାବର ଆଜାମ ୭୪ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ସେଥିରେ ୨୬୮୬ ରନ ସଂଗ୍ରହ କରିଛନ୍ତି।ତାଙ୍କ ଔଷତ ୪୫ ରହିଥିବା ବେଳେ ତାଙ୍କ ଷ୍ଟ୍ରାଇକ ରେଟ ୧୨୯ ରହିଛି।ତେବେ ଉଭୟ ଖେଳାଳିଙ୍କ ପ୍ରଦର୍ଶନ ଏସିଆ କପରେ ଜଣା ପଡିବ।