କୋହଲିଙ୍କ ଆଗରେ ଫିକା ପଡିଗଲେ ପାକିସ୍ତାନର କ୍ୟାପଟେନ ବାବର ଆଜମ! ରେକର୍ଡ ମାମଲାରେ କ୍ୟାପଟେନ କୋହଲି ଆଗରେ

ପାକିସ୍ତାନର ବାବର ଆଜମ ବଡ଼ ବଡ଼ ପାରି ଓ ମ୍ୟାଚ ବିଜୟୀ ପାରି ଖେଳିବା ପାଇଁ ଜଣାଶୁଣା। ସେ ପାକିସ୍ତାନ ଟିମର ଅଧିନାୟକ ମଧ୍ୟ ଅଟନ୍ତି। ତେଣୁ ପ୍ରାୟ ତାଙ୍କ ତୁଳନା ବିରାଟ କୋହଲିଙ୍କ ସହ କରାଯାଇଥାଏ। ଦୁହେଁ କିଛି ଟେଷ୍ଟ ସିରିଜ ଖେଳୁଛନ୍ତି ଓ ଦୁହେଁ ଟିମର ଅଧିନାୟକତ୍ୱ କରୁଛନ୍ତି।ବିରାଟ ନ୍ୟୁଜିଲାଣ୍ଡ ସହ ପ୍ରଥମ ପାରିରେ ବିନା ରନ କରି ଆଉଟ ହୋଇଯାଇଥିବା ବେଳେ ବାବର ବଙ୍ଗଳାଦେଶ ବିରୁଦ୍ଧରେ ୬୦ ରନର ନଟଆଉଟ ପାରି ଖେଳିଛନ୍ତି।
ବିରାଟ କୋହଲି ୨୦୧୧ରୁ ଟେଷ୍ଟ ମ୍ୟାଚ ଖେଳୁଛନ୍ତି ଓ ବାବର ଆଜମ ୨୦୧୬ ରୁ। ବାବର ଏବେ ୩୬ ଓ ବିରାଟ କୋହଲି ୯୬ ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି। ଏଥିପାଇଁ ଆମେ ଦୁହିଁଙ୍କ ତୁଳନା କରୁଛୁ। ପ୍ରଥମେ ବାବର ଆଜମଙ୍କ ପରି ୩୬ ପାରିରେ ବିରାଟ କୋହଲି କିପରି ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟରେ ଯେବେ ବାବର ଟେଷ୍ଟ ମ୍ୟାଚ ଖେଳୁଛନ୍ତି ସେବେ ବିରାଟ ଏହି ଫର୍ମାଟରେ କିପରି ପ୍ରଦର୍ଶନ କରିଛନ୍ତି।

Google

ବିରାଟ ଆରମ୍ଭ ୩୬ ଟେଷ୍ଟରେ ୧୧ ଟି ଶତକ ମାରିଥିଲେ: ବାବର ଆଜମ ୩୬ ଟି ଟେଷ୍ଟ ମ୍ୟାଚରେ ୪୨.୫୮ର ଔସତରେ ୨୩୮୫ ରନ କରିଛନ୍ତି। ଏହି ମଧ୍ୟରେ ସେ୫ ଟି ଶତକ ଓ ୧୮ ଅର୍ଦ୍ଧଶତକ ମାରିଛନ୍ତି। ମାନେ ତାଙ୍କର ଅର୍ଦ୍ଧଶତକକୁ ଶତକରେ ପରିଣତ କରିବାର କନବର୍ଜନ ରେଟ ବହୁତ କମ। ବିରାଟ ନିଜ ଆରମ୍ଭ ୩୬ ଟେଷ୍ଟରେ ୪୫.୯୧ ର ଔସତରେ ୨୭୫୫ ରନ କରିଥିଲେ ଓ ୧୧ ଶତକ ୧୧ ଅର୍ଦ୍ଧଶତକ ମାରିଥିଲେ। ମାନେ ତାଙ୍କର କନବର୍ଜନ ରେଟ ବହୁତ ଭଲ ଥିଲା। ବିରାଟଙ୍କ କନବର୍ଜନ ରେଟ ଏବେ ମଧ୍ୟ ଭଲ ଅଟେ।

ବାବରଙ୍କ ଡେବ୍ୟୁ ପରେ ବିରାଟଙ୍କର ୧୪ ଶତକ: ବାବର ଆଜମ ପ୍ରଥମ ଟେଷ୍ଟ ୧୩ ଅକ୍ଟୋବର ୨୦୧୬କୁ ଖେଳିଥିଲେ। ତେଣୁ ଦ୍ୱିତୀୟ ତୁଳନା ଏବେଠୁ କରିବା, ଯେବେ ବାବର ଟେଷ୍ଟ କ୍ରିକେଟର ହେଲେ। ବାବରଙ୍କର କ୍ୟାରିଅରତ ସେହିପରି ରହିଲା ଯାହା ଆମେ ଉପରେ କହିଲୁ।ମାନେ ୩୬ ମ୍ୟାଚରେ ୨୩୮୫ ରନ ୫ ଟି ଶତକ ଓ ୧୮ ଅର୍ଦ୍ଧଶତକ। କୋହଲି ୧୩ ଅକ୍ଟୋବର ୨୦୧୬ ରୁ ଏବେ ପର୍ଯ୍ୟନ୍ତ ୪୮ ଟେଷ୍ଟ ଖେଳିଛନ୍ତି ଓ ତାଙ୍କ ପ୍ରଦର୍ଶନ ଆହୁରୀ ଭଲ ହୋଇଯାଇଛି। ଏହି ୪୮ ଟେଷ୍ଟରେ ସେ ୫୬.୯୦ରର ଔସତରେ ୪୨୧୧ ରନ କରିଛନ୍ତି। ଏହି ସମୟରେ ସେ ୧୪ ଶତକ ଓ ୧୫ ଅର୍ଦ୍ଧଶତକ ମାରିଛନ୍ତି। ମାନେ ଅର୍ଦ୍ଧଶତକକୁ ଶତକରେ ବଦଳାଇବାର ତାଙ୍କ କନବର୍ଜନ ରେଟ ଭଲ ରହିଛି।

Google

ବିରାଟ କୋହଲିଙ୍କର ମୋଟ ୯୬ ଟି ଟେଷ୍ଟରେ ୫୧.୦୮ ଔସତରେ ୭୭୬୫ ରନ ରହିଛି। ଏଥିରେ ସେ ୨୭ ଶତକ ଓ ୨୭ ଅର୍ଦ୍ଧଶତକ ମାରିଛନ୍ତି। ମାନେ ବିରାଟ ନିଜର ପ୍ରତି ଦ୍ୱିତୀୟ ଅର୍ଦ୍ଧଶତକକୁ ଶତକରେ ପରିଣତ କରିଥାନ୍ତି। ଦ୍ୱିତୀୟ ପକ୍ଷରେ ବାହାର ନିଜର ଚତ୍ରୁର୍ଥ ଅର୍ଦ୍ଧଶତକକୁ ଶତକରେ ପରିଣତ କରିଥାନ୍ତି।

ବିରାଟ ନିଜର ପ୍ରତି ଷଷ୍ଠ ପାରିରେ ଶତକ ମାରିଛନ୍ତି: ବାବର ଏବେ ପର୍ଯ୍ୟନ୍ତ ୬୫ ପାରି ଖେଳିଛନ୍ତି ଓ ୫ ଟି ଶତକ ମାରିଛନ୍ତି ମାନେ ପ୍ରତି ୧୩ ଟି ପାରିରେ ସେ ଗୋଟେ ଶତକ ମାରିଛନ୍ତି। ସେହିପରି ବିରାଟ ପ୍ରତି ୬ଟି ପାରିରେ ଗୋଟେ ଶତକ ମାରିଛନ୍ତି। ମାନେ ବାବରଙ୍କର ଶତକ ମାରିବାର ଔସତ ବିରାଟଙ୍କର ଔସତରେ ଅଧେ ମଧ୍ୟ ନୁହେଁ। ଏହିପରି ବଢିଲେ ଆଉ ୨୦ ଶତକ ମାରିବା ପାଇଁ ବାବରଙ୍କୁ ୨୬୦ ପାରି ଆବଶ୍ୟକ। ଆଜିର କ୍ରିକେଟରଙ୍କ ପାଇଁ ଏତେ ପାରି ଖେଳିବା କଷ୍ଟକର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.