ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ଆଇପିଏଲ ୨୦୨୨ ପାଇଁ ଆରସିବି ତରଫରୁ କେବଳ ବ୍ୟାଟ୍ସମ୍ୟାନ ରୂପରେ ଖେଳିବାର ଅଛି। କୋହଲି ପୂର୍ଵ ଆଇପିଏଲ ସିଜନ ପରେ ଆରସିବିର ଅଧିନାୟକତ୍ୱ ଛାଡିବେ ବୋଲି କହିଥିଲେ। ସେ ଆଇପିଏଲର ପ୍ରଥମ ସିଜନରୁ ହିଁ ଆରସିବି ସହିତ ଯୋଡିହୋଇଛନ୍ତି। ଆଜି ସେ ଆରସିବିର ମୂଖ୍ୟ ଖେଳାଳି ଅଟନ୍ତି। ଆଜି ସେ ଆରସିବିର ଏକ ଖାସ ଖେଳାଳି କିନ୍ତୁ ଗୋଟେ ସମୟ ଏପରି ଆସିଥିଲା ଯେବେ ତାଙ୍କୁ ଆରସିବି ଭଙ୍ଗା ଭ୍ୟାନରେ ଏୟାରପୋର୍ଟ ପଠାଇଥିଲା ଓ ବାକି ଖେଳାଳିଙ୍କୁ ଭଲ କାରରେ।

ଅଳ୍ପଦିନ ତଳେ ଏକ ବୟାନରେ କୋହଲି ଏହି କଥାର ଖୁଲାସା କରିଛନ୍ତି। କଥା ତାଙ୍କ ଆଇପିଏଲର ପ୍ରଥମ ସିଜନର ଅଟେ ମାନେ ଆଇପିଏଲ ୨୦୦୮ର। ସେ ସେହି ସମୟରେ ଭାରତୀୟ ଅଣ୍ଡର-୧୯ ଟିମର ଖେଳାଳି ଥିଲେ।କୋହଲି ଆରସିବିର ପୋର୍ଡ କାଷ୍ଟରେ କହିଛନ୍ତି ମୁଁ ଅଣ୍ଡର-୧୯ ଖେଳାଳି ଥିଲି। ଏଥିପାଇଁ ମତେ ଭଙ୍ଗା ଭ୍ୟାନରେ ଏୟାରପୋର୍ଟ ପଠାଯାଇଥିଲା ,ଯେବେକି ବାକି ଖେଳାଳିଙ୍କୁ ଭଲ କାର ଯିବା ପାଇଁ ମିଳିଥିଲା।
ଶେଷ ଷ୍ଟେଜରେ ଥିଲା ଭ୍ୟାନ:
କୋହଲି କହିଛନ୍ତି ଶେଷରେ କେବଳ ମୁଁ ବାକିଥିଲି।ବୋଧେ ସେହି ଲୋକଙ୍କୁ ଲାଗିଥିଲା ମତେ କିଛି ଦେଇ ଏୟାରପୋର୍ଟ ଛାଡିଆସିବେ। ପୂର୍ଵ ଅଧିନାୟକ କୋହଲି କହିଛନ୍ତି କେବଳ ଭ୍ୟାନର ମଡେଲ ପୁରୁଣା ନଥିଲା ବରଂ ତାର ଅବସ୍ଥା ମଧ୍ୟ ବହୁତ ଖରାପ ଥିଲା। ଭ୍ୟାନ ଭିତରୁ ହିଁ ସଡ଼କ ଦେଖାଯାଉଥିଲା।

ଭ୍ୟାନ ନିଜର ଶେଷ ଅବସ୍ଥାରେ ଥିଲା,କୋହଲି ଆଇପିଏଲର ପ୍ରଥମ ସେସନରେ ଭଲ ପ୍ରଦର୍ଶନ କରିପାରିନଥିଲେ। ଯେଉଁଠି ପାଇଁ କୋହଲି ବହୁତ ନିରାଶ ଥିଲେ ବୋଲି ମଧ୍ୟ କହିଛନ୍ତି। କିନ୍ତୁ ବର୍ଷ ୨୦୧୬ର ସିଜନ ସ୍ମରଣୀୟ ରହିଥିଲା। ଏବେ ପର୍ଯ୍ୟନ୍ତ କୋହଲି ନିଜ ଅଧିନାୟକତ୍ୱରେ ଆରସିବିକୁ ଗୋଟେ ଆଇପିଏଲ ଟ୍ରଫି ଜିତାଇପାରିନାହାଁନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।