ସେବେ ବିରାଟ ଓ ଏବେ ବଟଲର, ୮୫୦ ରୁ ଅଧିକ ରନ କରିବା ପରେ ମଧ୍ୟ ଟିମ ହାରିଲା ଫାଇନାଲ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ ରାଜସ୍ଥାନର ଜୋସ ବଟଲରଙ୍କ ପାଇଁ ମନେ ରହିବ। ସେ ଏହି ସିଜନରେ ଏକାକୀ ରାଜସ୍ଥାନ ପାଇଁ ଲଢ଼ିଛନ୍ତି। ସେ ଏହି ସିଜନରେ ଚାରିଟି ଶତକ ସହ ମୋଟ ୮୬୩ ରନ କରିଛନ୍ତି। ଆଇପିଏଲ ଇତିହାସରେ ଏପରି ଦ୍ୱିତୀୟ ଥର ହୋଇଛି ଯେବେ କୌଣସି ବ୍ୟାଟ୍ସମ୍ୟାନ ୮୫୦ ସ୍କୋର ପାର କରିଛି।

Google

ବିରାଟ କୋହଲି ଆରସିବି ତରଫରୁ ଆଇପିଏଲ ୨୦୧୬ରେ ଏହି କାରନାମା କରି ଦେଖାଇଥିଲେ। ବିରାଟ ମଧ୍ୟ ଆରସିବି ପାଇଁ ଆଇପିଏଲ ୨୦୧୬ରେ ଚାରିଟି ଶତକ ସହ ୯୭୩ ରନ କରିଥିଲେ। କିନ୍ତୁ ସେବେ ତାଙ୍କ ଟିମ ଫାଇନାଲରେ ହାଇଦ୍ରାବାଦ ହାତରୁ ହାରିଯାଇଥିଲା।

ଆଇପିଏଲ ଇତିହାସରେ କେବଳ ତିନି ଖେଳାଳି ଗୋଟେ ସିଜନରେ ୮୦୦ରୁ ଅଧିକ ରନ କରିପାରିଛନ୍ତି। ଏହା ପୂର୍ବରୁ କୋହଲି (୯୭୩),ବଟଲର(୮୬୩) ଓ ଡେଭିଡ ୱାରନର (୮୪୮) ରନ କରିଥିଲେ। ୱାରନର ହାଇଦ୍ରାବାଦ ତରଫରୁ ଏହି କାରନାମା କରିଛନ୍ତି।

Google

ଜୋସ ବଟଲର ଆଇପିଏଲର ସବୁଠୁ ଖତରନାକ ଖେଳାଳିଙ୍କ ମଧ୍ୟରୁ ଜଣେ। ସେ ୮୨ ଆଇପିଏଲ ମ୍ୟାଚରେ ପାଖାପାଖି ୧୫୦ ଷ୍ଟାଇକରେଟରେ ୨୮୩୨ ରନ କରିଛନ୍ତି। ଏଥିରେ ତାଙ୍କ ନାମରେ ୫ ଟି ଶତକ ଓ ୧୫ ଅର୍ଦ୍ଧଶତକ ସାମିଲ ଅଛି।

ବଟଲର ଅଧିକାଂଶ ଛକା ଓ ଚୌକା ମାରିଥାନ୍ତି। ସେ ୮୨ ଆଇପିଏଲ ମ୍ୟାଚରେ ୨୭୭ ଚୌକା ଓ ୧୩୫ ଛକା ମାରିଛନ୍ତି। ପୂର୍ଵ ୫ ବର୍ଷରେ ଧଳା ବଲ କ୍ରିକେଟରେ ସେ ସବୁଠୁ ଜବରଦସ୍ତ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏକଦିବସିୟରେ ମଧ୍ୟ ତାଙ୍କ ଷ୍ଟାଇକ ରେଟ ୧୧୮ର ଅଟେ।

Google

ସେ କୌଣସି ମଧ୍ୟ ଟିମ ପାଇଁ ଉପଯୋଗୀ ଅଟନ୍ତି। ସୁନ୍ଦର ବ୍ୟାଟ୍ସମ୍ୟାନଙ୍କ ଛଡ଼ା ସେ ଜବରଦସ୍ତ ୱିକେଟ କିପର ମଧ୍ୟ ଅଟନ୍ତି। ସେ ଟିମ ପାଇଁ କୌଣସି ମଧ୍ୟ ସ୍ଥାନରେ ଖେଳିଥାନ୍ତି। ଟେଷ୍ଟ, ଏକଦିବସିୟ ଓ ଟି-୨୦ରେ ସେ ଅଲଗା ଅଲଗା ସ୍ଥାନରେ ବ୍ୟାଟିଙ୍ଗ କରିଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *