ବ୍ୟୁରୋ ରିପୋର୍ଟ: ଭାରତ ଓ ଶ୍ରୀଲଙ୍କା ଭିତରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିଅମରେ ଖେଳାଯିବାକୁ ଯାଉଛି। ଏହା ବିରାଟ କୋହଲିଙ୍କ ପାଇଁ ବହୁତ ସ୍ୱତନ୍ତ୍ର ଟେଷ୍ଟ ମ୍ୟାଚ ହେବାକୁ ଯାଉଛି କାରଣ ଏହା ତାଙ୍କର ୧୦୧ ତମ ଟେଷ୍ଟ ମ୍ୟାଚ ହେବାକୁ ଯାଉଛି। ଏହା ସହ ହିଁ ଆପଣ ଜାଣନ୍ତି କି ବାଙ୍ଗାଲୋର ବିରାଟ କୋହଲିଙ୍କର ଦ୍ୱିତୀୟ ହୋମ ଗ୍ରାଉଣ୍ଡ ଅଟେ। ଏହି ଟେଷ୍ଟରେ ବିରାଟ ନିଜର ୭୧ ତମ ୧୦୦ ଲଗାଇପାରନ୍ତି।

ବିରାଟ କୋହଲି ଏ ଯାଏ ଆନ୍ତର୍ଜାତୀୟ କ୍ରିକେଟରେ ୭୦ ଶତକ ମାରିଛନ୍ତି ଏବଂ ପ୍ରାୟ ପୂର୍ବ ପ୍ରାୟ ଅଢେ଼ଇ ବର୍ଷରୁ ତାଙ୍କୁ ତାଙ୍କ ୭୧ ତମ ଶତକର ଅପେକ୍ଷା ଅଛି ଆଉ ଏହି କନେକ୍ସନ ଏହା ସୂଚନା ପ୍ରଦାନ କରିଥାଏ କି ବିରାଟ କୋହଲି ଶେଷ ଥର ପାଇଁ ନିଜର ଶତକ ଏକ ଡେ-ନାଇଟ ଟେଷ୍ଟ ମ୍ୟାଚରେ ହିଁକରିଥିଲେ।
ବଙ୍ଗଳାଦେଶ ସହ ଇଡେନ ଗାର୍ଡେନସ୍ ରେ ଖେଳା ଯାଇଥିବା ଏକ ଡେ ନାଇଟ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ନଭେମ୍ବର ୨୦୧୯ରେ ଶେଷ ଥର ପାଇଁ ଏକ ଶତକ କରିଥିଲେ। ସେତେବେଳେ ବିରାଟ କୋହଲି ଭାରତର ଅଧିନାୟକ ଥିଲେ ଆଉ ଏହି ଟେଷ୍ଟର ପ୍ରଥମ ଇନିଂସରେ ସେ ୧୩୬ ରନର ଇନିଂସ ଖେଳି ଥିଲେ ଆଉ ଏହା ହି ତାଙ୍କର ଶେଷ ଶତକ ଥିଲା। ସେବେ ଠାରୁ ହିଁ କୋହଲି ଏକ ଶତକ ପାଇଁ ସଂଘର୍ଷ କରୁଛନ୍ତି।

ଟେଷ୍ଟ ରେକର୍ଡ:
ଟେଷ୍ଟ :- ୧୦୦ ମ୍ୟାଚ
ଇନିଂସ:- ୧୬୯
ରନ:- ୮୦୦୭
ହାର:- ୫୦.୩୪
ଶତକ:-୨୭ଟି
ଅର୍ଦ୍ଧଶତକ:- ୨୮ଟି
ଏପରି ସମୟରେ ସମର୍ଥକ ମାନଙ୍କର କହିବା କଥା କି ବିରାଟ କୋହଲିଙ୍କର ଏହି ଶତକ ପାଇଁ ସଂଘର୍ଷ ବାଙ୍ଗାଲୋରରେ ସମାପ୍ତ ହେଇଯିବ। ବାଙ୍ଗାଲୋର ତାଙ୍କ ପାଇଁ ହୋମ ଗ୍ରାଉଣ୍ଡ ବରାବର ଅଟେ। ସେ ପ୍ରାୟ ୧୦ବର୍ଷ ଯାଏ ଆରସିବିର ଅଧିନାୟକ ରହି ଆସିଛନ୍ତି। ଆରମ୍ଭରୁ ହିଁ ସେ ଏହି ଟିମ ସହ ଖେଳି ଆସୁଛନ୍ତି।
ଦିନିକିଆ ମ୍ୟାଚ ମାନଙ୍କ କଥା କହିବା ତ କୋହଲିଙ୍କର ଶେଷ ଶତକ ସେହି ୨୦୧୯ ମସିହାରେ ହି ଆସିଥିଲା। ସେ ଅଗଷ୍ଟ ୨୦୧୯ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଶେଷ ଶତକ କରିଥିଲେ ଆଉ ତାହାପରେ ଦିନିକିଆ ମ୍ୟାଚ ମାନଙ୍କରେ ବି ତାଙ୍କର ଶତକ ଆଉ ହେଇନାହିଁ। ତାଙ୍କ ଶତକ ମାନଙ୍କ କଥା କହିବା ତ ତାଙ୍କର ଟେଷ୍ଟରେ ୨୭ଟି ଆଉ ଦିନିକିଆରେ ୪୩ଟି ଶତକ ଅଛି।

ଭାରତ ଏଯାଏ ତିନୋଟି ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳିଛି ଆଉ ତାହା ଭିତରୁ ତାହାଙ୍କୁ ଦୁଇଟିରେ ବିଜୟ ଲାଭ କରିବାକୁ ପଡିଛି ଏବଂ ଗୋଟେ ହିଁ ପରାଜୟ ସାମ୍ନା କରିବାକୁ ପଡିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।